କିମିତି କରିବେ ଅଳ୍ପ ସ୍ଥାନରେ ବଗିଚା ..
ବାସ ଗୃହ ଯେତେ ବଡ ହେଲେ ମଧ୍ୟ ଘରେ ଉଦ୍ଭିଦ ର ମହତ୍ୱ ବହୁତ ଅଧିକ |ପରିପାର୍ଶ୍ଵ ରେ ଗଛ ଲତା ଦେଖିଲେ ମନ ପ୍ରଫୁଲ୍ଲିତ ରହିବ ସହ ଆଧ୍ୟାତ୍ମିକତା ମଧ୍ୟ ବାତାବରଣ ରେ ଭରି ରହିଥାଏ |ଏହା ବ୍ୟତୀତ ବର୍ତମାନ ବଜାରରେ ପନିପରିବା ଦ୍ୱାରା ଯେପରି ବୃଦ୍ଧି ପାଉଛି ,ସେହି ତୁଳନାରେ ଯଦି ନିଜ ଘରେ ବଗିଚା ଟେ କରିହୁଅନ୍ତା ତେବେ ଏହି ଖର୍ଚ ରୁ ମୁକ୍ତି ମିଳିପାରନ୍ତା |
ତେବେ ଆଜିକାଲି ଆପାର୍ଟମେଣ୍ଟ ରେ ରହିବା ହେତୁ ବଗିଚା ଲାଗି ସ୍ଥାନ ର ଘୋର ଅଭାବ ଦେଖିବାକୁ ମିଳୁଛି |ତେଣୁ ଅଳ୍ପ ସ୍ଥାନରେ ରେ ବଗିଚା ର ନିର୍ମାଣ ଆମର ମୁଖ୍ୟ ଲକ୍ଷ ରହିବା ଉଚିତ |
୧)ଅଳ୍ପ ସ୍ଥାନ ରେ ଆରମ୍ଭ କରନ୍ତୁ :
ଯେଉଁଠି ଘରକୁ ସୂର୍ଯ୍ୟାଲୋକ ଆସୁଥିବା ସେହି ସ୍ଥାନରେ ମାତ୍ର ୨-୩ ଟି କୁଣ୍ଡ ରଖି ତହିଁରେ ଆରମ୍ଭ କରନ୍ତୁ କୃଷି |ଗୋଟେ ରେ ଚେରି ଟମାଟୋ ସହ ଅନ୍ୟ ଟିରେ କିଛି ଶାଗ ବା ଧନୀୟ ପତ୍ର ଲଗାଇ ପାରିବେ |ଏହାକୁ ଆଲୋକିତ ସ୍ଥାନରେ ରଖନ୍ତୁ |
୨)ଚେଷ୍ଟା କରନ୍ତୁ ବିଭିନ୍ନ ପ୍ରକାର କ୍ଷୁଦ୍ର ଗଛ ଲଗାଇବାକୁ :
ଲଙ୍କା ଗଛ ,ଚେରି ଟମାଟୋ ,ଶାଗ ,ଧନୀୟ ,ପୁଦିନା ଇତ୍ୟାଦି ଗଛ ଖୁବ ଶୀଘ୍ର ଅମଳ ଦେବା ସହ ବର୍ଷକୁ ବହୁ ଥର ଅମଳ ଦିଅନ୍ତି |ଆପଣ ଏହାକୁ ଉପାଡି ଅନ୍ୟ କିଛି ଗଛ ମଧ୍ୟ ଏକ ସହ ଲଗାଇପାରିବେ |ଏହାକୁ ଲଗାଇବା ବେଶ ସହଜ ହୋଇଥିଲା ବେଳେ ଏହା ଅମଳ ମଧ୍ୟ ଅଧିକ ଦେଇଥାଏ |
୩)ସୂର୍ଯ୍ୟାଲୋକ :
ଉଚିତ ସୂର୍ଯ୍ୟାଲୋକ ରହିବା ଆବଶ୍ୟକ |ଏହାର ଅଭାବ ରେ ଗଛ ଅମଳ ଦେବ ନାହିଁ ଏବଂ ଗଛ ବଢିବା ମଧ୍ୟ କଷ୍ଟକର ହୋଇପଡିବ| ଯଦି ସୂର୍ଯ୍ୟାଲୋକ ଉପଯୁକ୍ତ ନ ମିଳେ ତେବେ କୁତ୍ରିମ ଆଲୋକ ର ବ୍ୟବସ୍ତା କରନ୍ତୁ |
୪)ଗଛ ତୁଳନାରେ କୁଣ୍ଡ କିଣନ୍ତୁ |କେତେକ ଗଛ ର ବଡ ଚେର ଥାଏ ତେଣୁ ବଡ କୁଣ୍ଡ ଆବଶ୍ୟକ ଏବଂ ଛୋଟ ଚେର ଥିବା ଗଛ କୁ ଆପଣ ଛୋଟ କୁଣ୍ଡ ରେ ଲଗାଇପାରିବେ |
୫)ଗଛ ବଢିବା ଲାଗି ମାଟି ର ଆବଶ୍ୟକ ଏବଂ ଉଚିତ ଅମଳ ଲାଗି ଉର୍ବର ମାଟି ଅତି ଆବଶ୍ୟକ |ଯଦି ପାରୁଛନ୍ତି ଜିଆ ଖତ ଏବଂ ଜୈବିକ ଖତ ର ବ୍ୟବହାର କରନ୍ତୁ |ମାଟି କୁ ଅଧିକ ଓଦା କରନ୍ତୁ ନାହିଁ |ଅଧିକ ପାଣି ରହିବା ଦ୍ୱାରା ଚେର ପଚିଯାଏ|
୬)ଉଚିତ ସମୟରେ ପାଣି ଦିଅନ୍ତୁ |ଯେଉଁ ପାଣି କୁ ଆପଣ ପନିପରିବା ଧୋଇବା ଲାଗି ବ୍ୟବହାର କରୁଛନ୍ତି ସେହି ପାଣି ର ବ୍ୟବହାର ଏଥିରେ କରିପାରିବେ |
ଏହି ପ୍ରଣାଳୀ ରେ ଠାରେ ଅମଳ କରିସାରିଲା ପରେ ସମୟ ,ସ୍ଥାନ ଓ ସୁବିଧା ଦେଖି ଅନ୍ୟ ଗଛ ମଧ୍ୟ ଲଗାଇପାରିବେ |
Share your comments