Krishi Jagran odia
Menu Close Menu

ଆପାର୍ଟମେଣ୍ଟ ରେ ବଗିଚା

Monday, 23 December 2019 05:08 PM

କିମିତି କରିବେ ଅଳ୍ପ ସ୍ଥାନରେ ବଗିଚା ..

ବାସ ଗୃହ ଯେତେ ବଡ ହେଲେ ମଧ୍ୟ ଘରେ ଉଦ୍ଭିଦ ର ମହତ୍ୱ ବହୁତ ଅଧିକ |ପରିପାର୍ଶ୍ଵ ରେ ଗଛ  ଲତା  ଦେଖିଲେ  ମନ  ପ୍ରଫୁଲ୍ଲିତ  ରହିବ  ସହ ଆଧ୍ୟାତ୍ମିକତା ମଧ୍ୟ ବାତାବରଣ ରେ ଭରି ରହିଥାଏ |ଏହା ବ୍ୟତୀତ ବର୍ତମାନ ବଜାରରେ ପନିପରିବା ଦ୍ୱାରା ଯେପରି ବୃଦ୍ଧି ପାଉଛି ,ସେହି ତୁଳନାରେ ଯଦି ନିଜ ଘରେ ବଗିଚା ଟେ କରିହୁଅନ୍ତା ତେବେ ଏହି ଖର୍ଚ ରୁ ମୁକ୍ତି ମିଳିପାରନ୍ତା |

ତେବେ ଆଜିକାଲି ଆପାର୍ଟମେଣ୍ଟ ରେ ରହିବା ହେତୁ ବଗିଚା ଲାଗି ସ୍ଥାନ ର ଘୋର ଅଭାବ ଦେଖିବାକୁ ମିଳୁଛି |ତେଣୁ ଅଳ୍ପ ସ୍ଥାନରେ ରେ ବଗିଚା ର ନିର୍ମାଣ ଆମର ମୁଖ୍ୟ ଲକ୍ଷ ରହିବା ଉଚିତ |

୧)ଅଳ୍ପ ସ୍ଥାନ ରେ ଆରମ୍ଭ କରନ୍ତୁ :

ଯେଉଁଠି ଘରକୁ ସୂର୍ଯ୍ୟାଲୋକ ଆସୁଥିବା ସେହି ସ୍ଥାନରେ ମାତ୍ର ୨-୩ ଟି କୁଣ୍ଡ ରଖି ତହିଁରେ ଆରମ୍ଭ କରନ୍ତୁ କୃଷି |ଗୋଟେ ରେ ଚେରି ଟମାଟୋ ସହ ଅନ୍ୟ ଟିରେ କିଛି ଶାଗ ବା ଧନୀୟ ପତ୍ର ଲଗାଇ ପାରିବେ |ଏହାକୁ ଆଲୋକିତ ସ୍ଥାନରେ ରଖନ୍ତୁ |

 

୨)ଚେଷ୍ଟା କରନ୍ତୁ ବିଭିନ୍ନ ପ୍ରକାର କ୍ଷୁଦ୍ର ଗଛ ଲଗାଇବାକୁ :

ଲଙ୍କା ଗଛ ,ଚେରି ଟମାଟୋ ,ଶାଗ ,ଧନୀୟ ,ପୁଦିନା ଇତ୍ୟାଦି ଗଛ ଖୁବ ଶୀଘ୍ର ଅମଳ ଦେବା ସହ ବର୍ଷକୁ ବହୁ ଥର ଅମଳ ଦିଅନ୍ତି |ଆପଣ ଏହାକୁ ଉପାଡି ଅନ୍ୟ କିଛି ଗଛ ମଧ୍ୟ ଏକ ସହ ଲଗାଇପାରିବେ |ଏହାକୁ ଲଗାଇବା ବେଶ ସହଜ ହୋଇଥିଲା ବେଳେ ଏହା ଅମଳ ମଧ୍ୟ ଅଧିକ ଦେଇଥାଏ |

୩)ସୂର୍ଯ୍ୟାଲୋକ :

ଉଚିତ ସୂର୍ଯ୍ୟାଲୋକ ରହିବା ଆବଶ୍ୟକ |ଏହାର ଅଭାବ ରେ ଗଛ ଅମଳ ଦେବ ନାହିଁ ଏବଂ ଗଛ ବଢିବା ମଧ୍ୟ କଷ୍ଟକର ହୋଇପଡିବ| ଯଦି ସୂର୍ଯ୍ୟାଲୋକ ଉପଯୁକ୍ତ ନ ମିଳେ ତେବେ କୁତ୍ରିମ ଆଲୋକ ର ବ୍ୟବସ୍ତା କରନ୍ତୁ |

୪)ଗଛ ତୁଳନାରେ କୁଣ୍ଡ କିଣନ୍ତୁ |କେତେକ ଗଛ ର ବଡ ଚେର ଥାଏ ତେଣୁ ବଡ କୁଣ୍ଡ ଆବଶ୍ୟକ  ଏବଂ ଛୋଟ ଚେର ଥିବା ଗଛ କୁ ଆପଣ ଛୋଟ କୁଣ୍ଡ ରେ ଲଗାଇପାରିବେ |

୫)ଗଛ ବଢିବା ଲାଗି ମାଟି ର ଆବଶ୍ୟକ ଏବଂ ଉଚିତ ଅମଳ ଲାଗି ଉର୍ବର ମାଟି ଅତି ଆବଶ୍ୟକ |ଯଦି ପାରୁଛନ୍ତି ଜିଆ ଖତ ଏବଂ ଜୈବିକ ଖତ ର ବ୍ୟବହାର କରନ୍ତୁ |ମାଟି କୁ ଅଧିକ ଓଦା କରନ୍ତୁ ନାହିଁ |ଅଧିକ ପାଣି ରହିବା ଦ୍ୱାରା ଚେର ପଚିଯାଏ|

 

୬)ଉଚିତ ସମୟରେ ପାଣି ଦିଅନ୍ତୁ |ଯେଉଁ ପାଣି କୁ ଆପଣ ପନିପରିବା ଧୋଇବା ଲାଗି ବ୍ୟବହାର କରୁଛନ୍ତି ସେହି ପାଣି ର ବ୍ୟବହାର ଏଥିରେ କରିପାରିବେ |

 

ଏହି ପ୍ରଣାଳୀ ରେ ଠାରେ ଅମଳ କରିସାରିଲା ପରେ ସମୟ ,ସ୍ଥାନ ଓ ସୁବିଧା ଦେଖି ଅନ୍ୟ ଗଛ ମଧ୍ୟ ଲଗାଇପାରିବେ |

English Summary: how to grow garden in small place at your own appartment

Share your comments


CopyRight - 2020 Krishi Jagran Media Group. All Rights Reserved.