1. ଉଦ୍ୟାନ କୃଷି

କିପରି କରିବେ ବୃକ୍ଷ ବୃଦ୍ଧି

ବଢିବା ଲାଗି ଗଛଲତାମାନେ ସୂର୍ଯ୍ୟକିରଣ , ପାଣି ଓ ନାନା ଜାତିର ଖଣିଜ ଲବଣ ଦରକାର କରନ୍ତି । ବାଲିରେ ଗଛଲଟା ଭଲ ବଢିପାରେ ନାହିଁ । କାରଣ ସେମାନେ ସେଠୁ ଯଥେଷ୍ଟ ପାଣି ପାଆନ୍ତି ନାହିଁ । ଆମେ ଜାଣିଛୁ ଯେ , ବାଲି ଭିତର ଦେଇ ପାଣି ଖୁବ ଶୀଘ୍ର ଗଳିଯାଏ ।

KJ Staff
KJ Staff

ବଢିବା ଲାଗି ଗଛଲତାମାନେ ସୂର୍ଯ୍ୟକିରଣ , ପାଣି ଓ ନାନା ଜାତିର ଖଣିଜ ଲବଣ ଦରକାର କରନ୍ତି । ବାଲିରେ ଗଛଲଟା ଭଲ ବଢିପାରେ ନାହିଁ । କାରଣ ସେମାନେ ସେଠୁ ଯଥେଷ୍ଟ ପାଣି ପାଆନ୍ତି ନାହିଁ । ଆମେ ଜାଣିଛୁ ଯେ , ବାଲି ଭିତର ଦେଇ ପାଣି ଖୁବ ଶୀଘ୍ର ଗଳିଯାଏ । ତେଣୁ ସେଥିରେ ଖୁବ କମ ପାଣି ରହେ ତାଛଡା, ବାଲିରେ ମଧ୍ୟ କମ ଜୈବସାର ଥାଏ । ଫଳରେ ବାଲିରେ ଗଛ ଉଧେଇବା କଷ୍ଟକର ହୁଏ ।

ଜଳଭୁଇଁ-କାଦୁଅରେ ବି ଗଛଲତା ଭଲ ବଢିପାରନ୍ତି ନାହିଁ । କାଦୁଅ ମାଟି ପାଣି ପଚପଚ ହୋଇଥିବାରୁ ତାକୁ ଜଳଭୂଇଁ କହନ୍ତି । ଚାରିପାଖେ ଅଧିକ ପାଣି ଲାଗି ରହିଲେ ଗଛର ଚେରସବୁ ପଚିଯାଏ । କାଦୁଅ କଣିକା ମଧ୍ୟରେ ଯେଉଁ ଫାଙ୍କ ଥାଏ, ସେଥିରେ ପାଣି ଭର୍ତ୍ତି ହୋଇଥାଏ । ତେଣୁ ସେଥିରେ ବାୟୁ ରହିବା ଲାଗି ଜାଗା ହୁଏନାହିଁ । ଗଛର ଚେରଗୁଡିକ ଠିକ ଭାବରେ ନିଃଶ୍ଵାସ ମାରିପାରନ୍ତି ନାହିଁ । ପାଣି କାଦୁଅ ମାଟିରେ ଜୈବସାର ଖୁବକମ ଥାଏ । ସେହି କାରଣରୁ ଏ ମାଟିରେ ମଧ୍ୟ ଗଛ ଭଲ ବଢିପାରେନି  । ଦୋରସା ମାଟି ସବୁଠାରୁ ଭଲ ମାଟି । କାରଣ ସେଥିରେ ଗଛ ସୁସ୍ଥ ସବଳ ହୋଇ ବଢିବା ଲାଗି ଯଥେଷ୍ଟ ପାଣି , ପବନ ଓ ଜୈବସାର ଥାଏ । ଉଦ୍ଭିଦର ଜୈବ ସାର ଖୁବ ଦରକାର , କାରଣ ସେଥିରେ ଖଣିଜ ଲବଣ ଥାଏ । ତେଣୁ ଗଛର ବୃଦ୍ଧି ଭଲ ହୋଇଥାଏ ।

ନିଜେ ପରୀକ୍ଷା କରିବା ଆବଶ୍ୟକ-ଗଛଲତା ବଢିବା ଲାଗି କେଉଁ ମାଟି ସବୁଠୁ ଭଲ, ତାହା ଆମେ ପରୀକ୍ଷା କରି ଦେଖିପାରିବା ।  ତିନୋଟି କୁଣ୍ଡ ନିଅ । ଗୋଟିକରେ ବାଲି ଭର୍ତ୍ତିକର । ଅନ୍ୟ ଦୁଇଟିରେ କାଦୁଅ ଓ ଦୋରସା ମାଟି ଭର୍ତ୍ତିକର।

ଗଛ ବଢିବା ପାଇଁ କେଉଁ କେଉଁ ମୃତ୍ତିକା ସବୁଠାରୁ ଭଲ, ତାର ପରୀକ୍ଷା-ପ୍ରତ୍ୟେକ କୁଣ୍ଡରେ କେତୋଟି ଶିମ୍ବ ମଞ୍ଜି ପୋତ । କୁଣ୍ଡଗୁଡିକ ବଗିଚାରେ ରଖି ପ୍ରତି କୁଣ୍ଡରେ ଦିନକୁ ଦୁଇଥର କରି ପାଣି ଦିଅ । ଦୁଇ ତିନି ଦିନ ମଧ୍ୟରେ ମଞ୍ଜିଗୁଡିକରୁ ଛୋଟ ଛୋଟ ଗଜା ବାହାରିବ । ଗଜାଗଛଗୁଡିକ ସେହିପରି ଆଉ ସପ୍ତାହେ ଛାଡିଦିଅ ଓ ସେଗୁଡିକ ନିୟମିତ ପଣି ଦେଉଥାଅ । ବାଲି ଓ କାଦୁଅରେ ଉଠିଥିବା ଗଛଗୁଡିକ ଅତି ଦୁର୍ବଳ । ସେଗୁଡିକ ନରମ ଓ ହଳଦିଆ ଦିଶୁଛନ୍ତି । ସତେ ଯେପରି ଜୀବନ ନାହିଁ । ଦୋରସା ମାଟିରେ ଯେଉଁଗୁଡିକ ବଢିଛନ୍ତି , ସେଗୁଡିକ ବେଶ ସତେଜ ଓ ସବୁଜ ଦିଶୁଛନ୍ତି । ଏଥିରେ ଜଣାଯାଉଛି ଯେ , ଦୋରସାମାଟିରେ ଗଛ ସବୁଠାରୁ ଭଲ ବଢେ।

ଭୂମିତଳେ ଜୀବ ଓ ଜୀବନ-ତୁମେ ତୁମ ବଗିଚାରେ ମାଟିକୁ ଚାହିଁଲାବେଳେ ହୁଏତ ଭାବିପାର ଯେ ମାଟିରେ ଜିଅନ୍ତା ହୋଇ କିଛି ଜିନିଷ ନାହିଁ । କିନ୍ତୁ ତୁମର ସେ ଧାରଣା ଭୁଲ । ମାଟିକୁ ଭଲ କରି ପରୀକ୍ଷା କଲେ ତୁମେ ସେଥିରେ କେତେ ଜାତି ସଜୀବ ବସ୍ତୁ ଖୋଜିପାରିବ । ମାଟି ଭୀତରେ ନାନା ଜାତିର ପ୍ରାଣୀ ଓ ଉଦ୍ଭିଦ ଥା’ନ୍ତି । ମାଟିଭୀତରେ ରହୁଥିବା କେତେକ ଓ ପ୍ରାଣୀ ଏତେ ଛୋଟ ଯେ, ଆମେ ସେମାନଙ୍କୁ ଖାଲି ଆଖିରେ ଦେଖିପାରୁ ନାହିଁ । କେବଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ସେମାନେ ଦେଖାଯାନ୍ତି । ଏହି କାରଣରୁ ଆମେ ତାଙ୍କୁ ଅଣୁବୀକ୍ଷଣୟ ଜୀବ କହୁ । ଜୀବାଣୁ ଓ ରୋଗର ଜୀବାଣୁମାନଙ୍କୁ ଅଣୁବୀକ୍ଷଣୟ ଜୀବ କୁହାଯାଏ । ମାଟିରେ ଅନେକ ପ୍ରକାର ଜୀବାଣୁ ଅଛନ୍ତି । ଏଥିମଧ୍ୟରୁ କେତେକ ରୋଗ ସୃଷ୍ଟି କରନ୍ତି । ସେଥିରୁ ଆଉ କେତେକ ଆମର ଭାରି ଦରକାରୀ କାରଣ ସେମାନେ ମଲା ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ଖାଇ ବଞ୍ଚନ୍ତି । ଜୀବାଣୁ ବ୍ୟତୀତ ଆଉ କେତେକ ସୂତାଭଳି ଉଦ୍ଭିଦ ମାଟିରେ ରହନ୍ତି । ସେମାନଙ୍କୁ ଆଲଗା କୁହନ୍ତି । ପ୍ରୋଟୋଜୋଆ ବୋଲି ଏକ ପ୍ରକାର ଅତି ସୂକ୍ଷ୍ମଦେହି ପ୍ରାଣୀ ମଧ୍ୟ ମାଟି ଭୀତରେ ଦେଖାଯାଆନ୍ତି । ମାଟି ଭିତରେ ଅନେକ ପ୍ରକାର କୀଟପତଙ୍ଗ ବାସ କରନ୍ତି । ସେମାନଙ୍କ ଭିତରୁ କେତେକ ଯଥା ଉଇ , ମାଟିଭଅଁର ଇତ୍ୟାଦି ସାରା ଜୀବନ ମାଟି ଭୀତରେ ରହନ୍ତି । ଆଉ କେତେକ ବଡ ହେଲା ପରେ ଯାଇ ମାଟି ଭୀତରେ ରହନ୍ତି । ଝିଣ୍ଟିକା ଭଳି ପତଙ୍ଗମାନେ ମାଟିରେ ଗାତ ଖୋଲି ସେହି ଗାତରେ ଅଣ୍ଡା ଦିଅନ୍ତି । ନା ନା ଜାତିର ପିମ୍ପୁଡି ମଧ୍ୟ ମାଟିରେ ରହନ୍ତି । କେତେକ କୀଟ ଯେ କି ମାଟି ଖୋଳନ୍ତି, ତାଙ୍କ ଗୋଡ ବିଶେଷ କରି ମାଟି ଖୋଲିବା ପାଇଁ ଗଢା । ମାଟିଭଅଁର ଏହି ଜାତିର ଗୋଟିଏ ଜୀବ । ମାଟି ଭୀତରେ ରହୁଥିବା ଅଧିକାଂଶ କୀଟ ଉଦ୍ଭିଦ ଦେହର ମଲା ଅଂଶ , ଯଥା- ଶୁଖିଲା ପତ୍ର ଖାଇ ବଞ୍ଚନ୍ତି । ଦୋରସା ମାଟି ସେମାନଙ୍କ ଲାଗି ଖୁବ ଭଲ କାରଣ ଏଥିରେ ଉଦ୍ଭିଦ ମଲା ଅଂଶ ବହୁ ପରିମାଣରେ ଥାଏ । ତେନ୍ତୁଳିଆ ବିଛା, କଙ୍କଡା ବିଛା , ତେଲୁଣିପୋକ ପ୍ରଭୁତି କେତେକ ଜୀବ ମଧ୍ୟ ମାଟି ଭୀତରେ ବାସ କରନ୍ତି  । ତେନ୍ତୁଳିଆ ବିଛା ଓ କଙ୍କଡା ବିଛା ସେମାନଙ୍କ ବିଶ ଦ୍ଵାରା ଅନ୍ୟ ସାନ ସାନ ଜୀବଙ୍କୁ ମାରି ଖାଇଯାଆନ୍ତି । ମୃତ ଉଦ୍ଭିଦ ଅଂଶ ବିଶେଷ ଖାଇ ତେଲୁଣି ପୋକ ବଞ୍ଚେ । ଏହି ତିନି ଜାତିର ପ୍ରାଣୀ ସମସ୍ତେ ଉଦ୍ଭିଦମାନଙ୍କର ବଡ ଉପକାରୀ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments