1. ଉଦ୍ୟାନ କୃଷି

ଏହି ଉପାୟରେ ସୋୟାବିନ ଚାଷ କରନ୍ତୁ, ଭଲ ଅମଳ ହେବ

ସୋୟାବିନ ଗୋଟିଏ ତୈଳବୀଜ ଫସଲ । କିନ୍ତୁ ଏହା ଉଭୟ ଡାଲି ଓ ତୈଳବୀଜ ଉତ୍ପାଦନ ପାଇଁ କରାଯାଏ । ଏହା ଏକ ଛୁଇଁ ଜାତୀୟ ଫସଲ । ଅଧିକ ଉତ୍ପାଦନ କ୍ଷମତା ସାଙ୍ଗକୁ ସୋୟାବିନରେ ପ୍ରଚୁର ପୁଷ୍ଟିସାର ରହିଛି । ସୋୟାବିନ ମଞ୍ଜିରେ ଶତକଡା ୨୦ ଭାଗ ତୈଳ ଓ ୪୦ ଭାଗ ଉତ୍କୃଷ୍ଟଧରଣର ପୁଷ୍ଟିସାର ରହିଛି ।

Sudesna Nayak
Sudesna Nayak
soybean farming

soybean farming

ସୋୟାବିନ ଗୋଟିଏ ତୈଳବୀଜ ଫସଲ  । କିନ୍ତୁ ଏହା ଉଭୟ ଡାଲି ଓ ତୈଳବୀଜ ଉତ୍ପାଦନ ପାଇଁ କରାଯାଏ  । ଏହା ଏକ ଛୁଇଁ ଜାତୀୟ ଫସଲ  । ଅଧିକ ଉତ୍ପାଦନ କ୍ଷମତା ସାଙ୍ଗକୁ ସୋୟାବିନରେ ପ୍ରଚୁର ପୁଷ୍ଟିସାର ରହିଛି  । ସୋୟାବିନ ମଞ୍ଜିରେ ଶତକଡା ୨୦ ଭାଗ ତୈଳ ଓ ୪୦ ଭାଗ ଉତ୍କୃଷ୍ଟଧରଣର ପୁଷ୍ଟିସାର ରହିଛି  ।

ପୃଥିବୀରେ ସୋୟାବିନ ୫୬-୭୪ ନିୟୁତ ହେକ୍ଟର ଜମିରେ ଚାଷ ହୁଏ  ଏବଂ ଉତ୍ପାଦନ ୯୪.୨ ନିୟୁତ ଟନ ମିଳେ  । ସୋୟାବିନ ଚାଷ ହେଉଥିବା ଦେଶଗୁଡିକ ହେଲା – ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ବ୍ରାଜିଲ, ମେକ୍ସିକୋ ଏବଂ ସୋଭିଏତ ରୁଷ, ଯୁକ୍ତରାଷ୍ଟ୍ର ଆମେରିକାରେ ପୃଥିବୀର ମୋଟ ସୋୟାବିନର ଶତକଡା ୬୦ ଭାଗ ଚାଷ ହୁଏ  ଏବଂ ଉତ୍ପାଦନର ମୋଟ ଶତକଡା ୬୬ ଭାଗ ଏହି ଦେଶରୁ ମିଳେ  । ଏହି ଫସଲ ମୁଖ୍ୟତଃ ଭାରତରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଗୁଜୁରାଟରେ  ଚାଷ କରାଯାଏ  । ଅନ୍ୟାନ୍ୟ ପ୍ରଦେଶରେ ଅଳ୍ପ ବହୁତ ସୋୟାବିନ ଚାଷ ହୋଇଥାଏ  ।

 

ସୋୟାବିନ୍ ରେ ପ୍ରୋଟିନ୍ ବହୁ ପରିମାଣ ଥାଏ । ଏହା ବ୍ୟତୀତ ସୋୟାବିନ୍ କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟ୍ ର ଏକ ଉତ୍ତମ ଉତ୍ସ । ଖରିଫ ଋତୁରେ ଏହା ଚାଷ କରାଯାଏ । ଯଦି ଆପଣ ମଧ୍ୟ ସୋୟାବିନ୍ ଚାଷ କରିବାକୁ ଚାହୁଁଛନ୍ତି, ତେବେ ଏହା ସହିତ ଜଡିତ କିଛି ସୂଚନା ରହିବା ଆବଶ୍ୟକ ।

ସୋୟାବିନ୍ ଚାଷ ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ବିଷୟରେ ଜାଣନ୍ତୁ...

 

ସୋୟାବିନ ଆର୍ଦ୍ର ଓ ଗରମ ଜଳବାୟୁରେ ଭଲ ହୁଏ  । ମକା ଫସଲ ପାଇଁ ଆବଶ୍ୟକ  ହେଉଥିବା ଜଳବାୟୁ ସୋୟାବିନ ପାଇଁ ମଧ୍ୟ ଉପଯୁକ୍ତ  । ନିଗିଡା  ଦୋରସା ମୃତ୍ତିକା ସୋୟାବିନ ଚାଷ ପାଇଁ ଅନୁକୂଳ  । ମୌସୁମୀ ବାୟୁ ଦ୍ଵାରା ବର୍ଷା ନହେଉଣୁ ସୋୟାବିନ ବିହନ ବୁଣାଯାଏ  । ଅର୍ଥାତ୍ ଜୁନ ପ୍ରଥମ ସପ୍ତାହରେ ବୁଣିଲେ ଭଲ ଡେରିରେ ବିହନ ବୁଣିଲେ ଭଲ ଗଜା ହୁଏନି  । ଏଣୁ ବର୍ଗମିଟର ପିଛା ଗଛସଂଖ୍ୟା କମିଯାଏ  । ସୋୟାବିନ ବୁଣିବା ସମୟରେ ଜମିରେ ଯଥେଷ୍ଟ ଜଳୀୟ ଅଂଶ ରହିବା ଉଚିତ  । ବର୍ଷା ହେଲେ ଫସଲ ଜଳସେଚନ ଆବଶ୍ୟକ କରେ ନାହିଁ । ଯଦି କ୍ଷେତରେ ଆର୍ଦ୍ରତା କମ୍ ଥାଏ ସୋୟାବିନ୍ ଫସଲରେ 2 ରୁ 3 ଥର ଜଳସେଚନ କରନ୍ତୁ । ମୃତ୍ତିକା ପରୀକ୍ଷା କରି ଜମିରେ ସାର ପ୍ରୟୋଗ କରିବା ଉଚିତ  । ଯଦି ମୃତ୍ତିକା ପରୀକ୍ଷା ହୋଇପାରିନି ତେବେ ଅନୁମୋଦିତ ସାର ପ୍ରୟୋଗ କଲେ ଅମଳ ଭଲ ମିଳେ  । ସୋୟାବିନ ଅମଳ କରି ଖରାରେ ୩-୪ ଦିନ ଶୁଖାଇ ଶତକଡା ୧୨ ଭାଗ ଜଳୀୟ ଅଂଶ ରହିବା ସମୟରେ ସାଇତି ରଖାଯାଏ  । ଡାଲି ଜାତୀୟ ଫସଲ ଅମଳ କରିବା ପରି ସୋୟାବିନ ମଧ୍ୟ ଅମଳ କରାଯାଏ  ।

 

ଆମେ ଆଶା କରୁଛୁ ଏହି ସୂଚନା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । କୃଷକ ବନ୍ଧୁମାନେ ମଧ୍ୟ ଏହି ସୂଚନାର ଲାଭ ଉଠାଇ ସୋୟାବିନର ଉତ୍ତମ ଅମଳ ପାଇପାରିବେ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ