1. ଉଦ୍ୟାନ କୃଷି

ବର୍ଷା ଋତୁରେ ବଗିଚାର କିପରି ଯତ୍ନ ନେବେ ???

ସୂର୍ଯ୍ୟଙ୍କର ଭୟଙ୍କର ଉତ୍ତାପ ପରେ ପରେ ଆନନ୍ଦଦାୟକ ବର୍ଷା ଋତୁ ଆସିଯାଇଛି l ବର୍ଷା ଦିନେ ଏମିତି କିଛି ହୋଇଥିବାର ଆମେ ସମସ୍ତେ ଅଳ୍ପ ବହୁତେ ଦେଖିଥିବା l ବେଳେ ବେଳେ ଆମେ ଆଦରରେ ଲଗାଇଥିବା ଗଛଟିଏ ଢୁ ଢୁ ବର୍ଷା ମାଡ଼ରେ ଆମରି ଆଖି ଆଗରେ ନଷ୍ଟ ହୋଇଯାଏ l

Sugyan Kumar Nayak
Sugyan Kumar Nayak

ସୂର୍ଯ୍ୟଙ୍କର ଭୟଙ୍କର ଉତ୍ତାପ ପରେ ପରେ ଆନନ୍ଦଦାୟକ ବର୍ଷା ଋତୁ ଆସିଯାଇଛି l ବର୍ଷା ଦିନେ ଏମିତି କିଛି ହୋଇଥିବାର ଆମେ ସମସ୍ତେ ଅଳ୍ପ ବହୁତେ ଦେଖିଥିବା l ବେଳେ ବେଳେ ଆମେ ଆଦରରେ ଲଗାଇଥିବା ଗଛଟିଏ ଢୁ ଢୁ ବର୍ଷା ମାଡ଼ରେ ଆମରି ଆଖି ଆଗରେ ନଷ୍ଟ ହୋଇଯାଏ l ସତରେ, ଏହା ଆମକୁ ବହୁତ କଷ୍ଟ ଦେଇଥାଏ l ଯଦି ଆମେ କିଛି ପୂର୍ବରୁ କିଛି ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିଥାଆନ୍ତେ ତେବେ ଆମକୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିନଥାନ୍ତା l ତେଣୁ ନିଜ ବଗିଚାର ଯତ୍ନ ନିମନ୍ତେ କିଛି ଖାସ୍ କଥା ଉପରେ ଧ୍ୟାନ ଦେବାକୁ ହେବ, ଯେପରି ଆପଣଙ୍କ  ଗଛଗୁଡିକରୁ ଉତ୍ପାଦନ କମ ନ ହେବ ଏବଂ ଗଛଗୁଡ଼ିକର ବର୍ଷା କାରଣରୁ କିଛି କ୍ଷତି ନ ହେବ, ଅନ୍ୟ ଋତୁ ତୁଳନାରେ ବର୍ଷା ଋତୁରେ ଗଛଗୁଡ଼ିକ ଶୀଘ୍ର ବଢେ ଏବଂ ବିଭିନ୍ନ ପ୍ରକାର ଗଛ ରୋଇବାର କାର୍ଯ୍ୟ କରାଯାଇଥାଏ ଏହା ସହ ବର୍ଷା ଦିନମାନଙ୍କରେ ଗଛରେ ବିଭିନ୍ନ ପୋକ ମଧ୍ୟ ଲାଗିବାର ଭୟ ଥାଏ ଏବଂ ଅତ୍ୟଧିକ ପାଣି କାରଣରୁ ଗଛ ଖରାପ ହୋଇ ଯିବାର ଭୟ ମଧ୍ୟ ଥାଏ ତେଣୁ ଏହି ଋତୁରେ ଗଛଗୁଡିକର ଯତ୍ନ ନେବା ଜରୁରୀ l କଥାରେ ଅଛି, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ l  ଠିକ୍ ସେହିପରି ଗଛ ପାଇଁ ଯେତିକି ମାତ୍ରାରେ ଜଳ ଆବଶ୍ୟକ ସେତିକି ପରିମାଣର ଜଳ ହିଁ ଗଛକୁ ବଢ଼ିବାରେ ସାହାଯ୍ୟ କରିଥାଏ l ଯଦି ଜଳର ପରିମାଣ ଅତ୍ୟଧିକ ହୋଇଯାଏ, ତେବେ ଏହା ଗଛ ପ୍ରତି ମଧ୍ୟ ବିପରୀତ ପ୍ରଭାବ ପକାଇ ଥାଏ l ତେବେ, ଆସନ୍ତୁ ଆଜି ବର୍ଷା ଋତୁରେ ବଗିଚା ତଥା ଆମର ଘର ଭିତରେ ଲଗାଇଥିବା ବିଭିନ୍ନ ଗଛଗୁଡ଼ିକର ଉପଯୁକ୍ତ ଯତ୍ନ ବିଷୟରେ ବିଶେଷ ଆଲୋଚନା କରିବା l

ବିଶେଷ କରି ଏହି କଥାଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ

୧.କୁଣ୍ଡରେ ଅଧିକ ପାଣି ଜମିବାକୁ ଦିଅନ୍ତୁ ନାହିଁ କାରଣ ଅଧିକ ଦିନ ପର୍ଯ୍ୟନ୍ତ ପାଣିରେ ରହିଲେ ଗଛ ପଚିଯିବାର ସମ୍ଭାବନା ଥାଏ l

୨.ଏହି ଋତୁରେ ଗଛକୁ ଅଳ୍ପ ମାତ୍ରା ରେ ଓ ଆବଶ୍ୟକତା ଅନୁସାରେ ପାଣି ଦିଅନ୍ତୁ l

୩.ଏହା ସହ ଧ୍ୟାନ ରଖନ୍ତୁ ଯେ ଆପଣଙ୍କ ବଗିଚାର ଆଖପାଖରେ ଯେମିତି ଅଧିକ ପାଣି ନ ଜମେ l

୪.ବର୍ଷା ଋତୁରେ ଖରାପ ଏବଂ ଭଙ୍ଗା କୁଣ୍ଡକୁ ବଦଳାଇ ଦିଅନ୍ତୁ ଏହା ସହ ପୁରୁଣା ମାଟିକୁ ମଧ୍ୟ ବଦଳାଇ ପାରିବେ l

ବର୍ଷା ଋତୁରେ ବିଭିନ୍ନ ପ୍ରକାର ପୋକ ତଥା କୀଟ ଗଛ ର କ୍ଷତି କରନ୍ତି ତେଣୁ ଆପଣ ଯଥା ସମ୍ଭବ ପ୍ରାକୃତିକ କୀଟନାଶକ ଯଥା ନିମ ତେଲ ଇତ୍ୟାଦିର ବ୍ୟବହାର କରିପାରନ୍ତି ଏହା ଦ୍ୱାରା ଗଛର କୌଣସି କ୍ଷତି ମଧ୍ୟ ହୁଏନାହିଁ l ଗଛର ଶୁଖିଯାଇଥିବା ପତ୍ରକୁ ମଧ୍ୟ ଛିଣ୍ଡାଇ ଦିଅନ୍ତୁ ଅର୍ଥାତ ଆବଶ୍ୟକତା ଅନୁସାରେ ଗଛକୁ ଅଳ୍ପ ଅଳ୍ପ କାଟିବା ଉଚିତ, ଏହା ଦ୍ୱାରା ଗଛ ଭଲ ବଢିପାରେ l ଏହା ସହିତ ବର୍ଷା ଋତୁରେ ସମସ୍ତ ଘର ଭିତରେ ଥିବା ଗଛ ଆଦିକୁ ଉଠାଇ ବାହାରେ ରଖିଦିଅନ୍ତୁ  ଯେପରି ଏହାକୁ ଆବଶ୍ୟକ ବର୍ଷା ଜଳ ମିଳିପାରିବ କାରଣ ଜଳ ହିଁ ବୃକ୍ଷଲତା ପାଇଁ ଅମୃତ ସମ ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments