ଶରୀରକୁ ଉପଯୁକ୍ତ ଭାବେ ବଳିଷ୍ଠ ଓ କର୍ମକ୍ଷମ କରିବାକୁ ହେଲେ ପୃଷ୍ଟି କାରକ ଖାଦ୍ୟ ଅବଶ୍ୟକ । ରୋଗ ଦାଉରୁ ରକ୍ଷା ପାଇବା ଲାଗି ସ୍ୱାସ୍ଥ୍ୟପଦ ଖାଦ୍ୟ ନିୟମିତ ଭାବେ ବ୍ୟବହାର କରିବା ଦରକାର । ଫଳ ଓ ପନିପରିବାଗୁଡିକ ଆମ ଦେଶର ପ୍ରଧାନ ସ୍ୱାସ୍ଥ୍ୟ ପ୍ରଦାୟକ ଖାଦ୍ୟ । ଶରୀର ତତ୍ତ୍ଵିକ ଦୃଷ୍ଟିରୁ ଦେଖିଲେ ଶରୀର ଗଠନ ଓ ସ୍ୱାସ୍ଥ୍ୟରକ୍ଷା ଲାଗି ଦରକାର ହେଉଥିବା ବହୁ ଉପାଦାନ ସାଧାରଣତଃ ପନିପରିବାରୁ ହିଁ ମିଳିଥାଏ ।
ପନିପରିବା ଚାଷ ସାଧାରଣ ଧାନ ଚାଷ ଠାରୁ ମଧ୍ୟ ଆପଣଙ୍କ ଲାଗି ବେଶ ଅଧିକ ଲାଭଦାୟକ । ଏହା ଦ୍ୱାରା ଆପଣ ବର୍ଷ ସାରା ଅମଳ କରିବା ସହ ,ବଜାରରେ ଏହାକୁ ଉଚିତ ଦରରେ ମଧ୍ୟ ବିକ୍ରି କରିପାରିବେ ।
ଖାଦ୍ୟରୂପେ ନାନା ପ୍ରକାର ପନିପରିବା ବ୍ୟବହାର କରାଯାଇଥାଏ । ସେଥିରୁ କେତେକ ଗଛରୁ ସିଧା ତୋଳି ଖାଇବାକୁ ହୁଏ । ଆଉ କେତେକ ରୋଷେଇ କରି ଖାଇବାକୁ ହୁଏ ।
ତେବେ ପରିବା ଚାଷ କରିଲା ବେଳେ ଏହି ସମସ୍ତ ଦିଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ
- ସର୍ବଦା ମଞ୍ଜି ବୁଣିବାର ସମୟ ଉପରେ ସର୍ବଦା ଧ୍ୟାନ ଦିଅନ୍ତୁ । ଋତୁର ଶେଷ ଭାଗରେ ମଞ୍ଜି ବୁଣିଲେ ସର୍ବଦା ରୋଗ ପୋକ ଆକ୍ରମଣର ଅଧିକ ସମ୍ଭାବନା ଥାଏ ।
- ସର୍ବଦା ଜମିରେ ଜଳ ନିଷ୍କାସନର ସୁବିଧା ରହିବା ଅତି ଆବଶ୍ୟକ । ଜମିରେ ପାଣି ଅତ୍ୟଧିକ ରହିଲେ ବହୁ ପରିବା ପାଚିବା ସହ ଆଦୌ ଅମଳ ଦିଅନ୍ତି ନାହିଁ ।
- ଚାଷ କରିବା ପୂର୍ବରୁ ନିଜ ପରିବେଶ ଅନୁଯାୟୀ କିସମର ଚୟନ କରନ୍ତୁ । ଏହା ପ୍ରତି ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ ।
- ଗଛ ରୁ ଗଛ ଏବଂ ଧାଡି କୁ ଧାଡି ବ୍ୟବଧାନ ପ୍ରତି ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ ।
- ନିଜ ଜମିରେ ଆବଶ୍ୟକ ସଂଖ୍ୟାକ ଗଛ ଲଗାନ୍ତୁ, ଏହା ଅମଳ ଭଲ ଦେବା ସହ ,ରୋଗ ପୋକ ଠାରୁ ମଧ୍ୟ ବେଶ ଅଧିକ ସୁରକ୍ଷା ଦେଇଥାଏ ।
ପନିପରିବା ଚାଷ କରିବା ଦ୍ୱାରା କ୍ଷେତରେ ଫସଲ ପର୍ଯ୍ୟାୟ ଓ ମିଶ୍ରିତ ଫସଲ ପ୍ରଣାଳୀ ଅନୁସରଣ କରାଯାଇପାରେ । ତଦ୍ୱାରା ଜମିରେ ଉର୍ବରତା ରକ୍ଷା କରି ହୁଏ । କୀଟ ଓ ରୋଗରୋଧ କରିବା ସୁବିଧାଜନକ ହୋଇଥାଏ । ଗୋଟିଏ ଫସଲ କ୍ଷତି ହୋଇଗଲେ ମଧ୍ୟ ସେହି ଜମିରୁ ଅନ୍ୟ ଫସଲ ଉଠାଇବା କରାଯାଇପାରେ ।
ଅନ୍ୟାନ୍ୟ ଫସଲ ତୁଳନାରେ ପନିପରିବାଗୁଡିକ ବର୍ଷସାରା ଗୋଟିଏ ପାରେ ଗୋଟିଏ ଓ କେତେକ କ୍ଷେତ୍ରରେ ଏହା ଏକା ସମୟରେ ଏକ ଜମିରୁ ଏକାଧିକ ଫସଲ ଅମଳ କରାଯାଇପାରେ । କଖାରୁ, ଭେଣ୍ଡି, ବାଇଗଣ, ଜହ୍ନି, କାକୁଡି, ନାନା ପ୍ରକାର ଶାଗ ବର୍ଷରେ ଦୁଇ ତିନିଥର ଅମଳ କରି ହୁଏ । କେତେକ ସବୁଜ ପରିବା ୪୫ରୁ ୬୦ ଦିନ ଭିତରେ ଅମଳକ୍ଷମ ହୁଏ । ତେଣୁ ଏକାଧିକ ଥର ଫସଲ ଉଠିଆ କରାଯାଇପାରେ । ଆଶୁ ଅମଳକ୍ଷମ ପନିପରିବା ଚାଷ କରିବା ଦ୍ୱାରା ବର୍ଷରେ ଅନେକ ଅମଳ କରିହୁଏ ।
Share your comments