1. ଉଦ୍ୟାନ କୃଷି

ହିମାଚଳ ପ୍ରଦେଶର ପ୍ରତି ପଞ୍ଚାୟତରେ କରାଯିବ ଫଳ ବଗିଚା

ଆମ ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ସରକାର ସବୁବେଳେ ଅନେକ ବ୍ୟବସ୍ଥା କରୁଥାନ୍ତି l ଏହିପାଇଁ ସରକାରଙ୍କ ଦ୍ୱାରା ସବୁବେଳେ କିଛି ନା କିଛି ପଦକ୍ଷପ ଗ୍ରହଣ କରାଯାଏ, ଏବଂ ଅନେକ କ୍ଷେତ୍ରରେ ଏହି ପଦକ୍ଷେପର ସଫଳ ରୂପାନ୍ତରଣ ମଧ୍ୟ ଦେଖିବାକୁ ମିଳୁଛି l

Sugyan Kumar Nayak
Sugyan Kumar Nayak

ଆମ ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବଜାୟ ରଖିବା ପାଇଁ ସରକାର ସବୁବେଳେ ଅନେକ ବ୍ୟବସ୍ଥା କରୁଥାନ୍ତି l ଏହିପାଇଁ ସରକାରଙ୍କ ଦ୍ୱାରା ସବୁବେଳେ କିଛି ନା କିଛି ପଦକ୍ଷପ ଗ୍ରହଣ କରାଯାଏ, ଏବଂ ଅନେକ କ୍ଷେତ୍ରରେ ଏହି ପଦକ୍ଷେପର ସଫଳ ରୂପାନ୍ତରଣ ମଧ୍ୟ ଦେଖିବାକୁ ମିଳୁଛି l ଏହି ସବୁଜିମାକୁ ବଜାୟ ରଖିବା ପାଇଁ ଓ ଦେଶର ସୌନ୍ଦର୍ଯ୍ୟକୁ ମଧ୍ୟ ବଜାୟ ରଖିବା ପାଇଁ ହିମାଚଳ ପ୍ରଦେଶର ସରକାରଙ୍କ ଦ୍ୱାରା ଗୋଟିଏ ବଡ଼ ପଦକ୍ଷପ ଗ୍ରହଣ କରାଯାଇଛି l ଯାହା ଅଧୀନରେ ଖାଲି ଥିବା ସମସ୍ତ ସରକାରୀ ଜମିରେ ସେଓ ସହିତ ଅନ୍ୟାନ୍ୟ ଫଳ ଗଛ ଲଗାଯାଇ ବଗିଚା ପ୍ରସ୍ତୁତ କରାଯିବ l ଏହା ସହିତ ଆଗରୁ ଥିବା ବଗିଚାମାନଙ୍କର ଆବଶ୍ୟକତା ପ୍ରତି ଧ୍ୟାନ ଦେଇ ସେଗୁଡିକୁ ମଧ୍ୟ ମରାମତି ଓ ବିକଶିତ କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି l ଏହା ସତ ଯେ ଏହା ଆଗରୁ ମଧ୍ୟ ହିମାଚଳ ପ୍ରଦେଶ ସରକାରଙ୍କ ତରଫରୁ ରାଜ୍ୟକୁ ସବୁଜିମାରେ ପରିପୂର୍ଣ୍ଣ କରିବା ପାଇଁ ଅନେକ ପଦକ୍ଷପ ନିଆଯାଇଥିଲା, ହେଲେ ଆଶା ମୁତାବକ ସଫଳତା ପ୍ରାପ୍ତ ହୋଇନଥିଲା l

ଆମେ ଆପଣଙ୍କୁ କହି ରଖୁଛୁ ଯେ ରାଜ୍ୟରେ ବର୍ତ୍ତମାନ ସମୟରେ ସମୂହ ଭାବରେ ୩,୬୧୫ ଖାଲି ପଡିଆ ବା ସରକାରୀ ଜମି ରହିଛି l ତେଣୁ ସରକାରଙ୍କର ଯୋଜନା ରହିଛି ଯେ ପ୍ରତିଟି ପଞ୍ଚାୟତରେ ବଗିଚା କରାଯିବ l ପ୍ରତିଟି ସରକାରୀ ଜମିରେ ବଗିଚା କରାଯିବାର ଯୋଜନା ପ୍ରସ୍ତୁତ କରାଯାଇଛି l ଆଗାମୀ ଦିନରେ ଏହି ବଗିଚା ସଂଖ୍ୟାରେ ବୃଦ୍ଧି କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି l ସରକାର ଏହି ପଦକ୍ଷପ ଦ୍ୱାରା ଦେଶରେ ସବୁଜିମା ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି l ଏହା ମଧ୍ୟ ସତ୍ୟ ଯେ ହିମାଚଳ ପ୍ରଦେଶ ସମଗ୍ର ଦେଶରେ ନିଜର ସୌନ୍ଦର୍ଯ୍ୟ ପାଇଁ ହିଁ ଖ୍ୟାତି ଅର୍ଜନ କରିଛି, ଏବଂ ଏବେ ରାଜ୍ୟ ସରକାର ରାଜ୍ୟକୁ ଆହୁରି ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କରିବା ଦିଗରେ ଅଙ୍ଗୀକାରବଦ୍ଧ l

ଏହା ସହିତ ହିମାଚଳ ପ୍ରଦେଶ ସରକାର ପଞ୍ଚାୟତମାନଙ୍କରେ ଜବରଦଖଲରେ ଥିବା ଜମିଗୁଡିକ ପ୍ରତି କଡାକଡୀ ପଦକ୍ଷପ ନେବାକୁ ମଧ୍ୟ ଅଙ୍ଗୀକାରବଦ୍ଧ l ସରକାରଙ୍କ ନିଷ୍ପତି ଏହା ଯେ, ସେଇଭଳି ସମସ୍ତ ପଞ୍ଚାୟତକୁ ଚିହ୍ନଟ କରାଯାଇ ସେଗୁଡିକ ବିରୁଦ୍ଧରେ କଡ଼ା ପଦକ୍ଷପ ଗ୍ରହଣ କରାଯିବ l ଯେଉଁମାନେ ବି ସରକାରୀ ଜମିକୁ ଜବରଦଖଲ କରି ରଖିଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ  କରାଯିବ ଏବଂ ଏହା ପରେ ସେହି ସବୁ ଜମିଗୁଡିକରେ ବଗିଚା ପ୍ରସ୍ତୁତ କରାଯିବ, ଯାହା ଦ୍ୱାରା ପ୍ରଦେଶର ସୌନ୍ଦର୍ଯ୍ୟ ବର୍ଦ୍ଧନ କରାଯାଇପାରିବ ଓ ଏହାର ସମସ୍ତ ଦାୟିତ୍ୱ ସରକାର ବହନ କରିବେ l ତେବେ ଆମର ଏହା ଦେଖିବା ବାକି ରହିଲା ଯେ ହିମାଚଳ ପ୍ରଦେଶର  ସରକାରଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଏହି ପଦକ୍ଷପର କେଉଁ ଫଳାଫଳ ଆସୁଛି l ତେବେ ଆମେ ଏହା ଆଶା କରିବା ଯେ ସରକାରଙ୍କ ଆଶା ଫଳବତୀ ହେଉ, ଆଉ ଦେଶ ଆମର ସବୁଜିମାରେ ପୂରି ଉଠୁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments