1. ଉଦ୍ୟାନ କୃଷି

ଜମି ପଡ଼ିଆ ପଡ଼ିଛି କି???

ଧାନ ଅମଳ ପରେ ଆମ ରାଜ୍ୟରେ ମୁଖ୍ୟତଃ ବିଲ ପଡ଼ିଆ ହୋଇ ରହିଥାଏ।ଚାଷୀ ବିଭିନ୍ନ ସମସ୍ୟା ରୁ ଚାଷ କରିନଥାନ୍ତି ।ଶୀତ ଦିନରେ ପ୍ରାୟତ ଗାଜର, ମୂଳା, ବିଟ୍ ,ଆଳୁ, ଟମାଟୋ ଇତ୍ୟାଦି ପରିବା ଚାଷ କରିହେବ ।

KJ Staff
KJ Staff

ଧାନ ଅମଳ ପରେ ଆମ ରାଜ୍ୟରେ ମୁଖ୍ୟତଃ ବିଲ ପଡ଼ିଆ ହୋଇ ରହିଥାଏ।ଚାଷୀ ବିଭିନ୍ନ ସମସ୍ୟା ରୁ ଚାଷ କରିନଥାନ୍ତି ।ଶୀତ ଦିନରେ ପ୍ରାୟତ ଗାଜର, ମୂଳା, ବିଟ୍ ,ଆଳୁ, ଟମାଟୋ ଇତ୍ୟାଦି ପରିବା ଚାଷ କରିହେବ ।ସେହିପରି ଦେଖିବାକୁ ଗଲେ ଗାଜର ଏକ ଲାଭଦାୟକ ଚାଷ ।ଏହାକୁ ଉଭୟ କଞ୍ଚା ପରିବା ହିସାବରେ ସାଲାଡ଼ ଭାବେ ବା ରାନ୍ଧିକି ମଧ୍ୟ ଖାଇ ହୁଏ।ଗାଜର ହଲୱା ପରି ମିଷ୍ଠାନ ମଧ୍ୟ ଏଥିରୁ ତିଆରି କରାଯାଏ।ବହୁ ପରିମାଣରେ ଭିଟାମିନ ' ଏ' ଥିବାରୁ ଏହା କମଳା ରଙ୍ଗ ର ହୋଇଥାଏ ତେଣୁ ଚକ୍ଷୁ ଲାଗି ଏହା ବେଶ୍ ଉପକାରୀ । ତେବେ ଏହାର ଚାଷ ପ୍ରଣାଳୀ ଖୁବ୍ ସରଳ!

ଜଳବାୟୁ:
ଗାଜର ଏକ ଶିତଦିନିଆ ପରିବା ମାତ୍ର ଥଣ୍ଡା ଜଳବାୟୁରେ ଏହା ବର୍ଷ ସାରା ଚାଷ କରାଯାଇପାରିବ ।ଗଛ ବଢିବ ଲାଗି ଏବଂ ରଙ୍ଗ ବୃଦ୍ଧି ଲାଗି ତାପମାତ୍ରା ୧୦-୧୫ ଡିଗ୍ରୀ ସେଲସିୟସ ରହିବା ଅନୁକୂଳ ।ଉତ୍ତାପ ବଢ଼ିଲେ ଏହାର ଚେର ଛୋଟ ହୋଇଯାଏ ଏବଂ ଅମଳ କମ୍ ଆସେ।


ମୃତ୍ତିକା:
ଗାଜର ଏକ ଚେର ପରିବା ତେଣୁ ଏହା ଲାଗି ବାଲିଆ ଦୋରସା ମାଟି ବେଶ୍ ଅନୁକୂଳ ।କାଦୁଆ ପଙ୍କ ମାଟି ରେ ଗଛ ର ବୃଦ୍ଧି ହୁଏ ନାହିଁ। ଟାଣ ମୃତ୍ତିକାରେ ଗାଜର ଚେର ସିଧା ନହୋଇ ଶାଖା ପ୍ରଶାଖା ଉତ୍ପନ କରେ ଏବଂ ଚେର ମୋଟା ହୁଏ ନାହଁ।


କିସମ :
ନାନଟିସ୍, ପୁଷା ଯମଦଗ୍ନି,ପୁଷା ବୃଷ୍ଟି,ପୁଷା ମେଘାଲି,ପୁଷା ଆସିତା,ପୁଷା ବସୁଧା ଇତ୍ୟାଦି।

ଲଗାଇବା ସମୟ: ଗାଜର ମଞ୍ଜିକୁ ଅକ୍ଟୋବର ଡିସେମ୍ବର ପର୍ଯ୍ୟନ୍ତ ଲଗାଯାଇ ପାରିବ ।ଏକ ହେକ୍ଟର ପାଇଁ ୬-୮ କି. ଗ୍ରା ମଞ୍ଜି ଦରକାର ପଡି ଥାଏ।


ଲଗାଇବା ଦୂରତା :
ଗାଜର ମଞ୍ଜିକୁ ୩୦ ରୁ ୪୫ ସେ. ମି ବ୍ୟବଧାନରେ ଧାଡ଼ିରେ ଗଛକୁ ଗଛ ୧୦ ସେ. ମି ବ୍ୟବଧାନରେ ଲଗାଇବା ଆବଶ୍ୟକ ।


ଅନ୍ତଃ ଚାଷ:
ଗଛ ପ୍ରାରମ୍ଭରୁ ଅତ୍ୟନ୍ତ କମ୍ ମାତ୍ରାରେ ବଢେ।ତେଣୁ ପ୍ରାରମ୍ଭିକ ସ୍ଥିତିରେ ମଞ୍ଜି ଲଗାଇବାର ୨୦ ଦିନ ପରେ କୋଡା ଖାସ କରି ସଫା କରି ଦେବା ଉଚିତ୍ ।ମଞ୍ଜି ଲଗାଇବାର ୧୫ ରୁ ୨୦ ଦିନ ମଧ୍ୟରେ ବହଳିଆ ସ୍ଥାନରୁ ଗଛକୁ କାଢି ପତଳା ଗଛ କରିବା ଉଚିତ୍ ।

ଖାଦ୍ୟସାର ପରିଚାଳନା :
ମଞ୍ଜି ଲଗାଇବାର ୩ ରୁ ୪ ସପ୍ତାହ ପୂର୍ବରୁ ହେକ୍ଟର ପ୍ରତି ୮ ରୁ ୧୦ ଟନ୍ ସାଧା ଗୋବର ଖତ ହଳ କଳା ବେଳେ ମାଟିରେ ମିଶାଇବା ଆବଶ୍ୟକ । ଶେଷ ଓଡ ଚାଷ ବେଳେକୁ ହେକ୍ଟର ପ୍ରତି ୫୦ କି. ଗ୍ରା, ଯବକ୍ଷାରଜାନ,୩୫ କି. ଗ୍ରା ଫସଫରସ ,ଏବଂ ୩୦ କି. ଗ୍ରା ପଟାଶ ସାର ପ୍ରୟୋଗ କରିବ ଆବଶ୍ୟକ ।ଗଛ ୩୦ ଦିନ ହେଲା ପରେ ୩୦ କି. ଗ୍ରା ଯବକ୍ଷାରଜାନ ପ୍ରୟୋଗ କରି ମାଟିକୁ ହୁଡା ଟେକି ଦେବା ଆବଶ୍ୟକ ।


ଜଳସେଚନ:
ମଞ୍ଜି ଲଗାଇବା ପୂର୍ବରୁ ହାଲୁକା ଭାବେ ଜଳସେଚନ କରିବା ଆବଶ୍ୟକ ।ଗଛ ହେଲା ପରେ ମାଟିରେ ବତର ରଖି ୧୦ ରୁ ୧୫ ଦିନକୁ ଥରେ ଜଳସେଚନ କରନ୍ତୁ।


ଅମଳ ;
ବୈଜ୍ଞାନିକ ପଦ୍ଧତିରେ ତଥା ସମନିତ୍ଵ ଖାଦ୍ୟସାର ପରିଚାଳନା ଏବଂ ସମନିତ୍ୱ ରୋଗ ପୋକ ପରିଚାଳନା କଲେ ହେକ୍ଟର ପ୍ରତି ୨୦୦ ରୁ ୨୫୦ କ୍ଵିଣ୍ଟାଲ ଅମଳ ମିଳିଥାଏ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ