1. ଉଦ୍ୟାନ କୃଷି

ନାଲି ଭେଣ୍ଡି ;କାଶୀ ଲାଲିମା

ନାଲି ଭେଣ୍ଡି ;କାଶୀ ଲାଲିମା

KJ Staff
KJ Staff
ପରିବା ଚାଷୀ ଙ୍କ ଲାଗି ଏକ ନୂତନ ସୁଯୋଗ !ଦୀର୍ଘ ୨୩ ବର୍ଷ ର କଠିନ ପରିଶ୍ରମ ପରେ ଭାରତୀୟ ପନିପରିବା ଗବେଷଣା କେନ୍ଦ୍ର ର କୃଷି ବୈଜ୍ଞାନିକ ମାନେ ଏମିତି ଏକ ଭେଣ୍ଡି କିସମ ର ଉଦ୍ଭାବନ କରିଛନ୍ତି ଯାହା ନାଲି ରଙ୍ଗ ର ତେଣୁ ଏହାର ରଙ୍ଗ କାଶୀ ଲାଲିମା |ବୈଜ୍ଞାନିକ ଙ୍କ ମତରେ ଏହି ଭେଣ୍ଡି କିସମ ରେ ଅଧିକ ଲୌହ ଏବଂ କ୍ୟାଲସିଅମ ଥିବାରୁ ଏହା ନାଲି ରଙ୍ଗ ର ଦେଖା ଯାଇଥାଏ |ଆଜି ଯାଏ ଉଦ୍ଭାବନ ହୋଇଥିବା ସମସ୍ତ ଭେଣ୍ଡି କିସମ ଠାରୁ ଏହା ଅନ୍ୟତମ |

ବଜାରରେ ଏହାର ଦର କିଲୋ ପ୍ରତି ୧୦୦ ରୁ ୫୦୦ ଟଙ୍କା ରହିବାର ସମ୍ଭାବନା ରହିଛି |
ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଆମ ଦେଶ ର ଚାଷୀ ମାନେ ଏହି ଭେଣ୍ଡି ପ୍ରଜାତି ର ମଞ୍ଜି କୁ ଅନ୍ୟ ଦେଶ ରୁ ଆଣି ଚାଷ କରୁଥିଲେ ମାତ୍ର ଏବେ ଏହା ସ୍ବଦେଶୀ ମଞ୍ଜି ରେ ମଧ୍ୟ ଚାଷ କରାଯାଇପାରିବ |
ଏହି ଭେଣ୍ଡି କିସମ ଉପରେ ୧୯୯୫ ରେ ଗବେଷଣା ପ୍ରଥମ ଥର ଲାଗି ଆରମ୍ଭ ହୋଇଥିଲା ବୋଲି ଆଇ.ଭି.ଆର ଆଇ କେନ୍ଦ୍ର ପକ୍ଷରୁ ସୂଚନା ମିଳିଥିଲା |

କାଶୀ ଲାଳିମା ର ମଞ୍ଜି ଚାଷୀ ମାନଙ୍କୁ ଖୁବ ଶୀଘ୍ର ଚଳିତ ବର୍ଷ ଡ଼ିସେମ୍ବର ମାସ ସୁଦ୍ଧା ଉପଲବ୍ଧ କରାଯିବ |ଏହା କେବଳ ଚାଷୀ ଙ୍କ ଆୟ ଦ୍ବିଗୁଣିତ କରିବା ନାହିଁ ବରଂ ଖାଦ୍ୟ ଅଭାବ ଏବଂ ପୋଷଣ ଅଭାବ ରୁ ମଧ୍ୟ ସୁରକ୍ଷା ଦେବା ବୋଲି ଗବେଷକ ଙ୍କର ବିଶ୍ୱାସ ରହିଛି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments