1. ଉଦ୍ୟାନ କୃଷି

ପନିପରିବାର ଉତ୍ପାଦନ ବୃଦ୍ଧି କରିବାର ଉପାୟ ଜାଣନ୍ତୁ !!

ବଢୁଥିବା ଜନସଂଖ୍ୟା ଆନୁସାରେ ଭାରତ ଭଳି ଏକ ବିଶାଳ ଦେଶରେ ପନିପରିବାର ଉତ୍ପାଦନ ବୃଦ୍ଧି କରାଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ l ପରିବାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଅନେକ ଉପାୟ ଅବଲମ୍ବନ କରାଯାଇ ପାରିବ l

Sugyan Kumar Nayak
Sugyan Kumar Nayak
Vegetables

Vegetables

ବଢୁଥିବା ଜନସଂଖ୍ୟା ଆନୁସାରେ ଭାରତ ଭଳି ଏକ ବିଶାଳ ଦେଶରେ ପନିପରିବାର ଉତ୍ପାଦନ ବୃଦ୍ଧି କରାଇବା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ l ପରିବାର ଉତ୍ପାଦନ ବୃଦ୍ଧି କରିବା ପାଇଁ ଅନେକ ଉପାୟ ଅବଲମ୍ବନ କରାଯାଇ ପାରିବ l ଆଜିର ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣ ନିଜର ପନିପରିବାର ଉତ୍ପାଦନ ବୃଦ୍ଧି କରିପାରିବେ l

ଟମାଟୋ    

ଟମାଟୋ ଫସଲରେ ୪-D ୱାର୍କିଙ୍ଗସ୍ ବୃଦ୍ଧି ହର୍ମୋନରୁ ୩-୫ ଏମ.ଜି ମାତ୍ରା ପ୍ରୟୋଗ କରିବା ଦ୍ୱାରା ଟମାଟୋ ଶୀଘ୍ର  ଫଳ ହେବା ଆରମ୍ଭ କରିଥାଏ l ଫଳର ମାତ୍ରା ମଧ୍ୟ ବଢି ଯାଇଥାଏ ଓ ଫଳଗୁଡ଼ିକ ଅଳ୍ପ ମଞ୍ଜି ବା ବିନା ମଞ୍ଜିବିଶିଷ୍ଟ ହିଁ ହୋଇଥାଏ l  ଯଦି ଟମାଟୋ ଉତ୍ପାଦନ ସମୟରେ ତାପମାତ୍ରା ଓ ଜଳବାୟୁ ଠିକ ନଥାଏ, ତେବେ ଏହା ଉତ୍ପାଦନକୁ ପ୍ରଭାବିତ କରିପାରେ l ତେଣୁ ଏପରି ପରିସ୍ଥିତିରେ ଆପଣ ପିସିପିଏ ୫୦ଏମଜି ଛିଞ୍ଚି ଦେବା ଆବଶ୍ୟକ l ଯାହା ଦ୍ୱାରା ଅନୁକୂଳ ପରିସ୍ଥିତିରେ ମଧ୍ୟ ଟମାଟୋର ଉତ୍ପାଦନ ବୃଦ୍ଧି କରାଯାଇପାରେ l

ବାଇଗଣ

ନେପଥାଲିକ୍ ଏସିଟିକ୍ ଏସିଡ୍ ୬୦ଏମ.ଜି ଫୁଲ ଧରିବା ସମୟରେ ପ୍ରୟୋଗ କରିବା ଦ୍ୱାରା ବାଇଗଣର ଫଳ ଅଧିକ ସଂଖ୍ୟାରେ ହୋଇଥାଏ l ୪-ଡ଼ି ୨ଏମ.ଜି ପ୍ରୟୋଗ କରିବା ଦ୍ୱାରା ଅଧିକ ସଂଖ୍ୟାରେ ଫଳ ସହିତ ହୃଷ୍ଟପୃଷ୍ଟ ଫଳ ମଧ୍ୟ ହୋଇଥାଏ l

ଲଙ୍କା

ଲଙ୍କାରେ ନେପଥୋନିକ୍ ଏସିଡ୍ ୧୦-୧୦୦ଏମ.ଜି ଛିଞ୍ଚିବା ଦ୍ୱାରା ଅଧିକ ସଂଖ୍ୟାରେ ଫଳ ଉତ୍ପାଦନ ହୋଇପାରିଥାଏ ଓ ଫୁଲ ଝଡ଼ା ମଧ୍ୟ ଦେଇନଥାଏ l ଲଙ୍କାରେ ଟ୍ରାଇକଣ୍ଟ୍ରୋଲ ୧ ଏମ.ଜି ଛିଞ୍ଚିବା ଦ୍ୱାରା ଗଛ ଭଲ ଭାବରେ ବୃଦ୍ଧି କରିଥାଏ l ବୃଦ୍ଧି ହର୍ମୋନଗୁଡ଼ିକ ପ୍ରାକୃତିକ ଉପାୟରେ ମଧ୍ୟ ମିଳିଥାନ୍ତି, ଯେଉଁଗୁଡ଼ିକ କି ଗଛର ଜୈବ ରାସାୟନିକ କ୍ରିୟାକୁ ଠିକ୍ ରୂପେ ପରିଚାଳନା କରିବାରେ ସହାୟକ ହୋଇଥାନ୍ତି l

ଭେଣ୍ଡି

ଭେଣ୍ଡିର ମଞ୍ଜିକୁ ଜିଏ ୩ ର ୪୦୦ଏମ.ଜି, ଆଇଏଏ ୨୦୦ଏମ.ଜି ଓ ଏନଏଏ ୨୦ଏମ.ଜି ର ମିଶ୍ରଣରେ ଏକ ଘଣ୍ଟା ବୁଡାଇ ରଖିଲେ ଏହା ବହୁତ ଅଳ୍ପ ସମୟରେ ଗଜା ହୋଇଥାଏ l

ପିଆଜ

ଯଦି ଜିବ୍ରୋଲିକ୍ ଏସିଡ ୪୦ଏମ.ଜି ରେ ପିଆଜ ଗଛର ଉପଚାର କରାଯାଏ, ତାହେଲେ କନ୍ଦାର ଆକାର ଓ ଅମଳରେ ବୃଦ୍ଧି ହୋଇଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments