
learn how to make garden in small pots
ଯେଉଁଭଳି ଭାବରେ ଲୋକସଂଖ୍ୟା ବଢ଼ିବାରେ ଲାଗିଛି, ସେହି ଅନୁପାତରେ ବଢ଼ିବାରେ ଲାଗିଛି ଘରଦ୍ୱାର । କମି କମି ଯାଉଛି ଚାଷଜମି । ବର୍ତମାନ ସ୍ଥାନ ଅଭାବରୁ ବହୁ ବ୍ୟକ୍ତି ଇଚ୍ଛା ଥାଇ ମଧ୍ୟ ଏକ ସୁନ୍ଦର ବଗିଚାର ଆନନ୍ଦ ନେଇ ପାରୁନାହାନ୍ତି । ତେବେ ଆସନ୍ତୁ ଜାଣିବା କ୍ଷୁଦ୍ର ସ୍ଥାନରେ କିପରି ବଗିଚା କରିପାରିବେ । ଏହି ପ୍ରଣାଳୀରେ ଆପଣ ଚାହିଁଲେ ଏକ କୁଣ୍ଡରେ ମଧ୍ୟ କ୍ଷୁଦ୍ର ବଗିଚା ନିର୍ମାଣ କରିପାରିବେ ।
ଛାତ ଉପରେ ବଗିଚା ଏକ କୌଶଳପୁର୍ଣ୍ଣ କାର୍ଯ୍ୟ । ଏଥିରେ ବିଭିନ୍ନ ପାତ୍ର ଯଥା- ସାର ଅଖା, ପଲିଥିନ୍, ବ୍ୟାଗ, ପେଟି, ପ୍ଲାଷ୍ଟିକ୍ ଟ୍ରେ, ମାଟି କିମ୍ବା ସିମେଣ୍ଟ କୁଣ୍ଡରେ ମାଟି କରି ବଗିଚା କରାଯାଏ ।କୌଣସି ପାତ୍ରର ବ୍ୟବହାର କରିଲା ପୂର୍ବରୁ ଏଥିରେ ତଳେ କଣା ଅଛି କି ନାହିଁ ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ଏଥିରେ ଜଳ ନିଷ୍କାସନ ର ବ୍ୟବସ୍ତା ନିହାତି ଆବଶ୍ୟକ । ଏହି ପାତ୍ରର ମୁହଁ ବଡ ରହିବ ଆବଶ୍ୟକ ,ଏହା ଦ୍ୱାରା ଆପଣ ଅଧିକ ଗଛ ଲଗାଇପାରିବେ ଏବଂ ପ୍ରତ୍ୟେକ ଗଛ କୁ ନିଶ୍ଚିନ୍ତ ସୂର୍ଯ୍ୟାଲୋକ ମିଳିବ ।
ମାଟି ପ୍ରସ୍ତୁତି
ବାଲିଆ ଦୋରସା ମାଟି, ତାହାର ଅଧା ପରିମାଣର ଶତ୍ମା ଗୋବର ଖତ କିମ୍ବା କମୋଷ୍ଟ), ଏକ ଚତୁର୍ଥାଂଶ ଜିଆ ଖତ, ଏକ ଚତୁର୍ଥାଂଶ ଶତ୍ମା ପତ୍ର ଗୁଣ୍ଡ, ଏକ ଚତୁର୍ଥାଂଶ ଘସି ପାଉଁଶ ମିଶାଇ ମାଟିର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଆବଶ୍ୟକ ସ୍ଥଳେ କିଛି ପରିମାଣର ନିମ୍ବା ବା କରଞ୍ଜ ପିଡ଼ିଆ ମିଶା ଯାଇପାରେ ।
- ପ୍ରଥମେ କୁଣ୍ଡରେ ଜଳ ନିଷ୍କାସନ ଲାଗି ବ୍ୟବସ୍ତା ଅଛି କି ନାହିଁ ଦେଖନ୍ତୁ । ଯଦି ନଥାଏ ତେବେ ଏହାର ବ୍ୟବସ୍ତା କରନ୍ତୁ ।
-ପାତ୍ର କୁ ମାଟି ଏବଂ ଅଳ୍ପ କ୍ଷୁଦ୍ର ଗୋଡି ଭରନ୍ତୁ । ଏହା ପରେ ୧ ଭାଗ ବାଲି ଭରନ୍ତୁ । ଏହା ପରେ ପୋଟିଙ୍ଗ ମିକ୍ସ କୁପାତ୍ର ରେ ୨ ଇଞ୍ଚ ଯାଏ ଭରନ୍ତୁ ।
-ଏବେ ଏଥିରେ ଗଛକୁ ଲଗାନ୍ତୁ ,ପାତ୍ରରେ ଥିବା ସ୍ଥାନର ସମୀକ୍ଷା କରି ବିଭିନ୍ନ ଗଛ ଲଗାନ୍ତୁ ।
-ଗଛ ଲାଗିଲା ପରେ ପାଣି ଦିଅନ୍ତୁ ,ଅଧିକ ପାଣି ଦେବେ ନାହିଁ କେବଳ ମାଟି ଶୁଖିଲେ ଦେବେ ।
-ପରିଶେଷରେ ପାତ୍ରକୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ଗଛ ର ବୃଦ୍ଧି ହୋଇପାରିବ । ଅଧିକ ସୂର୍ଯ୍ୟାଲୋକ ମଧ୍ୟ ଗଛ ଲାଗି ଅହିତକାରୀ ।
ବ୍ୟସ୍ତବହୁଳ ଜୀବନରେ ଛାତ ଉପରେ ଫୁଲ ଗଛ ଗୋଟେ ଲଗାଇବାକୁ କାହାରି ପାଖରେ ସମୟ ନାହିଁ । ସମସ୍ତଙ୍କର ଧାରଣା ଗଛ ଲଗାଇବା ପାଇଁ ବହୁତ ସମୟ ଆଉ ପରିଶ୍ରମ ଅଧିକ ପଡ଼ିଥାଏ । ସେଥିପାଇଁ ବଜାରରୁ ମିଳୁଥିବା ଅପମିଶ୍ରିତ ଖାଦ୍ୟ ଖାଇ ଜୀବନ କାଟିଦେବା । କିନ୍ତୁ ଏବେ ସମୟ ବଦଳିଛି । ଶରୀରକୁ ସୁସ୍ଥ ରଖିବା ସହ ଭୟଙ୍କର ରୋଗରୁ ବର୍ତ୍ତିବା ପାଇଁ ଘରେ ସବୁଜ ପନିପରିବା ଲଗାଇବାକୁ ପ୍ରୟାସ କରିବା ଉଚିତ୍ । ବାରିରେ କିମ୍ବା ଛାତ ଉପରେ ଛୋଟ ଗାର୍ଡେନ ପ୍ରସ୍ତୁତ କରିପାରିବେ । କିଚେନରୁ ବାହାରୁଥିବା ଆବର୍ଜନାକୁ ବ୍ୟବହାର କରି ବିଭିନ୍ନ ପ୍ରକାର ପନିପରିବା ଚାଷ କରିପାରିବା ।
Share your comments