
LIC Saral Pension plan offers Rs 12,000 pension
ଆପଣମାନେ ଜୀବନ ବୀମା କରିବା ସହିତ ଯଦି ଏକ ଭଲ ପେନସନ୍ ପ୍ଲାନ୍ ଖୋଜୁଛନ୍ତି ତା ହେଲେ ଜୀବନ ବୀମା ନିଗମର (LIC) ସରଳ ପେନସନ ଯୋଜନା (LIC Saral Pension Plan) ଆପଣମାନଙ୍କ ପାଇଁ ଖୁବ୍ ଲାଭପ୍ରଦ ହେବ ।
ଜୀବନ ବୀମା ନିଗମର ସରଳ ପେନସନ୍ ଯୋଜନା (LIC Saral Pension Plan)ରେ ଆପଣମାନଙ୍କୁ କେବଳ ଥରେ ପ୍ରିମିୟମ୍ ଦେବାକୁ ପଡି଼ବ, ଆଉ ତାପରେ ୬୦ ବର୍ଷ ପରେ ଆପଣ ପ୍ରତି ମାସ ୧୨,୦୦୦ ଟଙ୍କା ପେନସନ (Pension)ପାଇବେ । ଆପଣମାନେ ଏହି ପେନସନ ଟଙ୍କାକୁ ସାରା ଜୀବନ ପାଇଁ ପାଇବେ ।
LIC ର ଦୁଇ ପ୍ରକାରର ସରଳ ପେନସନ୍ ସ୍କିମ୍ ଅଛି । ଉଭୟ ଆପଣମାନଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ । ହେଲେ ଜାଣି ନିଅନ୍ତୁ କେଉଁଥିରେ କଣ ରହିଛି ବୈଶିଷ୍ଟ୍ୟ ।
ପ୍ରଥମ ପ୍ଲାନର ନାମ ହେଉଛି ‘ଲାଇଫ୍ ଏନ୍ୟୁଟି ୱିଥ୍ ୧୦୦% ରିଟର୍ଣ୍ଣ ଅଫ୍ ପରଚେଜ୍ ପ୍ରାଇସ୍’ । ଏହି ପ୍ଲାନ୍ (Life Annuity with 100 percent return of purchase price) ସିଙ୍ଗଲ୍ ଲାଇଫ୍ ପାଇଁ ପ୍ରଯୁଜ୍ୟ, ଅର୍ଥାତ କି, ଏହି ପେନସନ ଯୋଜନା କେବଳ ଜଣେ ବ୍ୟକ୍ତିଙ୍କ ପାଇଁ ହିଁ ହୋଇପାରିବ ।
ଏହି ପ୍ରଥମ ପ୍ରକାରର ଯୋଜନା ଅନୁସାରେ ଯେ ପର୍ଯ୍ୟନ୍ତ ପେନସନଭୋଗୀ ଜୀବିତ ଅଛନ୍ତି ସେ ପେନସନ ପାଇବା ଜାରି ରଖିବେ । ତାପରେ ତାଙ୍କ ଦ୍ୱାରା ମନୋନୀତ ହୋଇଥିବା ବ୍ୟକ୍ତି (ନୋମିନି) ବେସ ପ୍ରିମିୟମ୍ ପାଇବେ ।
ଦ୍ୱିତୀୟ ପ୍ଲାନ୍ ହେଉଛି ‘ପେନସନ୍ ସ୍କିମ୍ ୱିଥ୍ ଜଏଣ୍ଟ୍ ଲାଇଫ୍’ (Pension Scheme With Joint Life) । ଏହି ସ୍କିମ୍ ମିଳିତ ଜୀବନ ପାଇଁ ଏକ ଭଲ ପେନସନ୍ ଯୋଜନା । ଏଥିରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପେନସନ୍ ପାଆନ୍ତି । ଏଥିରେ ସ୍ବାମୀ ବା ସ୍ତ୍ରୀ ଯିଏ ବି ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚିରହନ୍ତି ସେ ପେନସନ୍ ପାଆନ୍ତି । ଯେତେବେଳେ ଉଭୟ ଆଉ ସଂସାରରେ ନାହାଁନ୍ତି, ସେତେବେଳେ ତାଙ୍କ ଦ୍ୱାରା ମନୋନୀତ ବ୍ୟକ୍ତି (ନୋମିନି) ମୂଳ ମୂଲ୍ୟ (ବେସ୍ ପ୍ରାଇସ୍) ପାଇବେ ।
ସରଳ ପେନସନ୍ ଯୋଜନାର ଖାସ୍ ବୈଶିଷ୍ଟ୍ୟ, ଜାଣନ୍ତୁ...
(LIC Saral Pension Plan)
୧. ବୀମାଧାରକ ବ୍ୟକ୍ତି ପଲିସି ନେବା ମାତ୍ରେ ହିଁ ତାଙ୍କ ପେନସନ ଆରମ୍ଭ ହୋଇଯିବ ।
୨. ଆପଣମାନଙ୍କ ଉପରେ ନିର୍ଭର କରେ ଯେ ଆପଣ ପ୍ରତି ମାସ ପେନସନ୍ ନେବେ କିମ୍ବା ତ୍ରୈମାସିକ, ଅର୍ଦ୍ଧ-ବାର୍ଷିକ କିମ୍ବା ବାର୍ଷିକ ପେନସନ ନେବେ । ଆପଣମାନଙ୍କୁ ହିଁ ଏହି ବିକଳ୍ପ ନିଜେ ବାଛିବାକୁ ପଡି଼ବ ।
୩. ଏହି ପେନସନ୍ ସ୍କିମ୍ ଉଭୟ ଅନଲାଇନ୍ ଓ ଅଫଲାଇନ୍ ହିଁ ନିଆଯାଇପାରେ ।
୪. ଏହି ଯୋଜନାରେ ଆପଣମାନଙ୍କୁ ସର୍ବନିମ୍ନ ୧୨,୦୦୦ ଟଙ୍କା ବିନିଯୋଗ କରିବାକୁ ପଡି଼ବ । ଏଥିରେ କୌଣସି ସର୍ବାଧିକ ବିନିଯୋଗ ସୀମା ନାହିଁ । ଅର୍ଥାତ ଆପଣମାନେ ଯେତେ ଅଧିକ ଚାହାନ୍ତି ସେତେ ପ୍ରିମିୟମ୍ ଏକକାଳୀନ ଦେଇ ଏହି ପଲିସି ନେଇପାରିବେ ।
୫. ଏହି ଯୋଜନା ୫୦ ରୁ ୮୦ ବର୍ଷର ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ।
୬. ସରଳ ପେନସନ ଯୋଜନାରେ ପଲିସିଧାରୀ ବ୍ୟକ୍ତି ଚାହିଁଲେ ଏହି ପଲିସି ଆରମ୍ଭ ହେବାର ଛଅ ମାସ ପରେ ହିଁ ଯେକୌଣସି ସମୟରେ ଋଣ ନେଇପାଇବେ ।
ଧ୍ୟାନରେ ରଖନ୍ତୁ କି, ଏହି ପେନସନ୍ ପ୍ଲାନ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍ ।
LIC Plan, ଥରେ ଜମା କରନ୍ତୁ, ଜୀବନ ସାରା ପାଆନ୍ତୁ ପେନସନ
PM Kisan : ଏଯାଏଁ ପାଇନାହାଁନ୍ତି କି ଦଶମ କିସ୍ତି ଟଙ୍କା ? ତାହାଲେ ଏମିତି କରନ୍ତୁ ଯାଞ୍ଚ
Share your comments