1. ଉଦ୍ୟାନ କୃଷି

ଘରେ ଲଗାନ୍ତୁ ଚା ଗଛ

ଘରେ ଲଗାନ୍ତୁ ଚା ଗଛ

KJ Staff
KJ Staff

ସାନ ରୁ ବଡ ସମସ୍ତେ ଚା ପିଇବାକୁ ବେଶ ପସନ୍ଦ କରନ୍ତି |ଘରେ କୁଣିଆ ଥିଲେ ବା ଅଫିସ ର କାମ ସାରିକି ଘରକୁ ଆସିଲେ ,ସମସ୍ତଙ୍କ ଘରେ ଦିନକୁ ଠାରେ ଚା ହେବା ସୁନିଶ୍ଚିତ |ତେବେ ଚା କୁ ଆପଣ ଖୁବ ସହଜରେ ନିଜ ଘରେ ଲଗାଇପାରିବେ|ଏହା ଲାଗି ଆବଶ୍ୟକ ହୋଇଥାଏ ଥଣ୍ଡା ପାଗ |ତେଣୁ ଯଦି ଆପଣ ଡାର୍ଜେଲିଂ ବା ଊଟି ପରି ଥଣ୍ଡା ଜାଗାରେ ରହୁଛନ୍ତି ତାହାଲେ ଘରେ ଚା ଗଛ ଲଗାଇବାକୁ ନିଶ୍ଚିନ୍ତ ପ୍ରୟାସ କରନ୍ତୁ |

ଚା ଗଛ ବଢିବାକୁ ଥଣ୍ଡା ପାଗ ଆବଶ୍ୟକ କରିଥାଏ ତେଣୁ ଯଦି ଆପଣ ଏମିତି ସ୍ଥାନରେ ରହୁନାହାନ୍ତି ତେବେ ଏକ କୁଣ୍ଡ ରେ ଏହାକୁ ଲଗାଇ ଘର ଭିତରେ ରଖିପାରିବେ |ଚା ଗଛ ଲଗାଇବାକୁ ଅଧିକ ଅମ୍ଳତା ଥିବା ବାଲିଆ ମାଟିରେ ର ବ୍ୟବହାର କରନ୍ତୁ |ଏହାର ମଞ୍ଜି ଆପଣଙ୍କୁ ନିକଟସ୍ଥ ନର୍ସରୀ ରୁ ମିଳିପାରିବ |ତେବେ ଏହାକୁ ଯଦି ଆପଣ ଉଚିତ ସମୟରେ ନ କାଟନ୍ତି ତେବେ ଏହାର ଉଚ୍ଚତା ବହୁତ ଅଧିକ ହୋଇଥାଏ ତେଣୁ ଏହାକୁ ସର୍ବଦା ୧ ରୁ ୨ ମିଟର ଉଚ୍ଚତା ଭିତରେ ତ୍ରିମ କରି ରଖନ୍ତୁ |

ଚା ଗଛ ଲଗାଇବା ସହଜ ମାତ୍ର ଏହାର ଅମଳ ଲାଗି ଅତି କମ ରେ ୩ ବର୍ଷ ଯାଏ ଅପେକ୍ଷା କରିବାକୁ ପଡିଥାଏ |

ଗ୍ରୀନ ଟି ଲାଗି ...

ସଫା ହାତରେ ଗଛ ର ସବୁଠାରୁ କଅଁଳ ପତ୍ର ଓ କଢ ତୋଳନ୍ତୁ |
ଏହି ପତ୍ର କୁ ଛାଇ ରେ କିଛି ଘଣ୍ଟା ଲାଗି ଶୁଖାନ୍ତୁ |
-ଏହି ପତ୍ର କୁ ୧ ରୁ ୨ ମିନିଟ ଯାଏ ହାଲ୍କା ଆଞ୍ଚ ରେ ବାମ୍ଫ ଦିନାତୁ |
-ବାମ୍ଫ ଦେଲା ପରେ ଏହାକୁ ଏକ ପାତ୍ର ରେ ରଖି ଓଭାନ ରେ ୨୫୦ ଡିଗ୍ରୀ ତାପମାତ୍ରା ରେ ୨୦ ମିନିଟ ଯାଏ ଶୁଖାନ୍ତୁ |
-ପ୍ରସ୍ତୁତ ଗ୍ରୀନ ଟି ପତ୍ର କୁ ଏହା ପାତ୍ରରେ ଭଲ ଭାବେ ସାଇତି ରଖନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments