ମନି ପ୍ଲାଣ୍ଟ !!ନା ଶୁଣିଲେ ଲାଗେ କାଳେ ଟଙ୍କା ଦେବ କି ??ମାତ୍ର ଏହା ଏକ ଲଟା ଗଛ ଯାହା ମୁଖ୍ୟତ ଘରେ ସୋ ଗଛ ବା ଘରର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ବ୍ୟବହୃତ ଉଦ୍ଭିଦ ଅଟେ |ତେବେ ଏହାର କିଛି ଅନ୍ୟ ଉପଯୋଗ ହୋଇପାରେ କି ??ଜାଣିବା ଲାଗି ଆଗକୁ ପଢନ୍ତୁ ..
ବାସ୍ତୁଶାସ୍ତ୍ର ଘେରରେ ବିଭିନ୍ନ କୋଣ ଅନୁକୋଣ ସଠିକ ସ୍ଥିତି ବର୍ଣନା କରାଯାଇଛି |ଶୁଭଫଳ ପ୍ରାପ୍ତି ନିମନ୍ତେ ପ୍ରତ୍ୟେକ ଲୋକ ଆବଶ୍ୟକତା ଠାରୁ ଅଧିକ ସଚେତନ |ଵାସ୍ତୁବିତଙ୍କ ମତରେ ପରାମର୍ଶ ନେଇ ଯଥା ସ୍ଥାନରେ କୌଣସି ଜିନ୍ସ ହେଉ ଅବା ଚାରାରୋପଣ ବା ଫୁଲ କୁଣ୍ଡ ରଖିଲେ ତାହା ପରିବାର ଲୋକଙ୍କ ଉପରେ ଉତ୍ତମ ପ୍ରଭାବ ପକାଇଥାଏ |
-ସୁଖ ଓ ସମୃଦ୍ଧିର ଗଛ ଭାବର ଜଣାଯାଉଥିବା ମନି ପ୍ଲାଣ୍ଟ ,ଉଚିତ କୋଣରେ ନ ରହିଲେ ଏହାର ନକାରାତ୍ମକ
ପ୍ରଭାବ ପଡିଥାଏ ବୋଲି ବସ୍ତୁବିତ ପ୍ରଫୁଲ୍ଲ ଜୈନ ପ୍ରକାଶ କରିଛନ୍ତି |
-ସମସ୍ତେ ଧ୍ୟାନରେ ରଖିବା ଉଚିତ ଯେ ,ଉତ୍ତର -ପୂର୍ବ ଦିଗ ରେ ଏହି ଗଛ ରହିବା ଦ୍ୱାରା ଘରେ ନିୟମିତ ଆର୍ଥିକ ଅସୁବିଧା ଦେଖାଯାଏ !ଏଣୁ ଏ ଦିଗରେ ମନି ପ୍ଲାଣ୍ଟ କୁଣ୍ଡ ରଖିଥିଲେ ,ସ୍ଥାନ ତୁରନ୍ତ ପରିବର୍ତନ କରନ୍ତୁ |
- ଉତ୍ତର ,ପୂର୍ବ ଉତ୍ତର ,ଦକ୍ଷିଣ ,ପଶ୍ଚିମ-ଦକ୍ଷିଣ ଦିଗରେ ମନି ପ୍ଲାଣ୍ଟ ରହିବଖୁବ ଶୁଭଙ୍କର |ସିଧାସଳଖ ମାଟିରେ ନ ଲଗାଇ ଏହାକୁ କୁଣ୍ଡରେ ଲଗାଇବା ଉଚିତ |
-ମନି ପ୍ଲାଣ୍ଟ ଝାଉଁଳି ପଡିଲେ ମଧ୍ୟ ଘରେ ଅଶାନ୍ତି ଉପୁଜେ |ଏଣୁ ନିୟମିତ ଭାବେ ଏହି ଗଛକୁ ପାଣି ଦେଇ ସତେଜ ରଖିବା ସହ ପତ୍ରଗୁଡ଼ିକ ଧଳା ହେଲେ ତାହାକୁ ଛିଣ୍ଡେଇ ଦେବା ଜରୁରୀ |
Share your comments