1. ଉଦ୍ୟାନ କୃଷି

ଆଗାମୀ ମାସ ରେ ଏହା କରିବା ଆପଣଙ୍କୁ ଲାଭବାନ !ଜଣାନ୍ତୁ କିପରି କରିବେ ଧନ ଉପାର୍ଜନ

ଆଗାମୀ ମାସ ରେ ଏହା କରିବା ଆପଣଙ୍କୁ ଲାଭବାନ !ଜଣାନ୍ତୁ କିପରି କରିବେ ଧନ ଉପାର୍ଜନ

KJ Staff
KJ Staff

ଫେବୃଆରୀ ମାସ ରେ କଣ କରିବେ ଚାଷ ?

ଜାନୁଆରୀ ର ଶେଷ ସହ ଋତୁ ଏବଂ ପାଣିପାଗ ରେ ମଧ୍ୟ ପରିବର୍ତନ ଦେଖିବାକୁ ମିଳିଛି |ମକର ସଙ୍କରାନ୍ତି ପରେ ଶୀତ ଋତୁ ରେ ପରିବର୍ତନ ହୋଇ ଏବେ ଦିନ ବଢ଼ିବାରେ ଲାଗିଛି |ଏନେଇ ଏବେ ଆପଣଙ୍କୁ ନିଜ ଚାଷ ପଦ୍ଧତ୍ତି ରେ ମଧ୍ୟ ପରିବର୍ତନ କରିବାକୁ ପଡିବ |କେତୋଟି ଅଧିକ ଚାହିଦା ରଖିଥିବା ପନିପରିବା ଚାଷ କରିବା ଦ୍ୱାରା ଆପଣ ଅଧିକ ଲାଭବାନ ହୋଇପାରିବେ |ଆସନ୍ତୁ ଜାଣିବା କେଉଁ ପନିପରିବା ରହିଛି ଏହି ତାଲିକା ରେ :

୧)କଲରା:

ବଜାରରେ ଅଧିକ ଚାହିଦା ରହିବ ସହ ଏହି ପାରିବ ରେ ବିଭିନ୍ନ ପ୍ରକାର ର ଔଷଧୀୟ ଗୁଣ ମଧ୍ୟ ଭରି ରହିଛି |ବିଶେଷ କରି ମଧୁମେହ ରୋଗୀଙ୍କ ଲାଗି ଏହା ଅଧିକ ଉପଯୋଗୀ |ଦୋରସା ମାଟି ରେ କିଛି ସାର ଦେଲେ ମଧ୍ୟ ଆପଣ ଏହାକୁ ଚାଷ ସହଜରେ ଚାଷ କରିପାରିବେ |
କିସମ :ପୁଷ ସ୍ପେସିଆଲ ,କଲ୍ୟାଣପୁର ,ପଞ୍ଜାବ କେରଳ-୧ ଇତ୍ୟାଦି ଆପଣ ଚାଷ କରିପାରିବେ |

୨)ଲାଉ :

ଅଧିକ ମିନେରାଲ ,ଏବଂ ପ୍ରୋଟିନ ସହ ଭିଟାମିନ ଯୁକ୍ତ ଏହି ପରିବା ସମସ୍ତ ପ୍ରକାର ପାଣିପାଗ ରେ ଚାଷ କରିହେବ |ଏହାର ମଞ୍ଜି ବୁଣିବ ପୂର୍ବରୁ ୨୪ ଘଣ୍ଟା ଯାଏ ପାଣି ରେ ଭିଜାଇ ରଖନ୍ତୁ |ଏହା କଲେ ମଞ୍ଜି ରୁ ଗଛ ସହଜରେ ବାହାରିଥାଏ|

କିସମ :ଉନ୍ନତ ଧରଣ ର କିସମ ମାନଙ୍କ ମଧ୍ୟ ରେ ପୁଷ ସନ୍ଦେଶ ,ପୁଷ ସମୃଦ୍ଧି ,ନରେନ୍ଦ୍ର ରଶ୍ମି,କଷି ଗଙ୍ଗା ଇତ୍ୟାଦି ଅନ୍ୟତମ |

୩)କାକୁଡି :

ଗ୍ରୀଷ୍ମ ଋତୁ ର ଆଗମନ ସହ କାକୁଡି ର ଚାହିଦା ମଧ୍ୟ ଅଧିକ ବଢିବ ତେଣୁ ଏହା ର ଚାଷ ଆପଣଙ୍କ ଲାଗି ବେଶ ଲାଭଦାୟକ ସାବ୍ୟସ୍ତ ହୋଇପାରିବ|ଜାଗା ଜାଗା ରେ କାକୁଡି କୁ ପାଣି ର ଅଭାବ ଏବଂ ସନ ଷ୍ଟ୍ରୋକ ରୁ ରକ୍ଷା ପାଇବ ଲାଗି ବିଶେଷ ଉପଯୋଗୀ ମନେ କରାଯାଏ |
ଏହାକୁ ୨୫ ରୁ ୩୦ ଡିଗ୍ରୀ ସେଲସିଅସ ତାପମାତ୍ରା ମଧ୍ୟରେ ଚାଷ କରିହେବ |


କିସମ :ଜାପାନିସ କ୍ଳବ ଗ୍ରୀନ ,ପେଂସେଟ,ପୁଷ ଉଡାଇ ,ପୁନା ଖିରା ,ସ୍ଵର୍ଣ ପୂର୍ଣା ଇତ୍ୟାଦି ଏହାର କେତେକ ଉନ୍ନତ କିସମ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments