1. ଉଦ୍ୟାନ କୃଷି

ଟମାଟୋ ର ନୂତନ କିସମ

ଟମାଟୋ ର ନୂତନ କିସମ

KJ Staff
KJ Staff
ଭାରତୀୟ ଉଦ୍ୟାନ କୃଷି ଅନୁସନ୍ଧାନ କେନ୍ଦ୍ର (ଆଇ ଆଇ ଏଚ ଆର )ବେଙ୍ଗାଳୁରୁ ଦ୍ୱାରା ୨ ଟି ନୂତନ ଟମାଟୋ କିସମ ର ଉଦ୍ଭାବନ କରିଛନ୍ତି |ପ୍ରଥମ ଟି ଅର୍କ ଅପେକ୍ଷା ଏବଂ ଅନ୍ୟ ଟି ଅର୍କ ବିଶେଷ |ଏମାନେ ବିଶେଷ କରି ଅଧିକ ରୋଗ ପ୍ରତିରୋଧ କ୍ଷମତା ଧାରଣ କରିଥିବା ସହ ଚାଷୀ ର ଆୟ ଦ୍ବିଗୁଣିତ କରିବାରେ ମଧ୍ୟ ଏହା ସକ୍ଷମ |ଅଧିକ ଅମଳ ଦେବା ସାଙ୍ଗରେ ଏହାର ପ୍ରକ୍ରିୟାକରଣ ଲାଗି ଆପଣଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ |

ପ୍ରଥମ ଥର ଲାଗି ଏହି ଟମାଟୋ ର କିସମ ଗୁଡିକ ଖାସ ପ୍ରକ୍ରିୟାକରଣ ଲାଗି ସହାୟକ ହେବ |ଗବେଷଣା କରୁଥିବା ଟିମ ର ମୁଖ୍ୟ ଏ ଟି ସଦାଶିବ ଙ୍କ ଅନୁଯାୟୀ ଏହି କିସମ ର ଟମାଟୋ ନିହାତି ୨୫ % ଅଧିକ ଅମଳ ଦେବ|ଏହାକୁ ଉପଯୁକ୍ତ ଜଳବାୟୁ ଏବଂ ଜଳସେଚନ କରିଲେ ଏହା ହେକ୍ଟର ପିଛା ୧୦୦ ଟନ ର ଅମଳ ଦେବାରେ ମଧ୍ୟ ସକ୍ଷମ |


ଏହା ବ୍ୟତୀତ ଏଥିରେ ଅଧିକ ଟି.ଏସ.ଏସ ରହିଥିବାରୁ ଏହାକୁ ଭଲ ଭାବେ ପ୍ରକ୍ରିୟାକରଣ ପ୍ରଣାଳୀ ରେ ବ୍ୟବହାର କରିହେବ ଏବଂ ଏହା ଅଧିକ ସ୍ୱାଦଯୁକ୍ତ ମଧ୍ୟ ରହିବ |ଏହାକୁ ଚାଷୀ ମାନେ ବଡ ବଡ କାରଖାନା କୁ ବିକ୍ରି କରିପାରିବେ କାରଣ ଅଧିକ ଟି.ଏସ.ଏସ ଯୁକ୍ତ କିସମ ରେ ପ୍ରକ୍ରିୟାକରଣ ଲାଗି ଉର୍ଜା କାମ ଖର୍ଚ ହୋଇଥାଏ |

ଅନ୍ୟ କେତେକ ଉପାଦେୟତା :

ବଜାରରେ ଚାଷ ଲାଗି ଏହି କିସମ ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ଉପଲବ୍ଧ ହେବାର ସମ୍ଭାବନ ରହିଛି |
ପ୍ରକ୍ରିୟାକରଣ ଲାଗି ପ୍ରଥମେ ଟମାଟୋ କୁ ବାଟି ପେଷ୍ଟ କରାଯାଏ ଏବଂ ଏହା ପରେ ସସ ତିଆରି ରେ ବ୍ୟବହାର କରାଯାଇଥାଏ |
୭ କି.ଗ୍ରା ଟମାଟୋ ରୁ ହାରାହାରି ୧ କି.ଗ୍ରା ର ପେଷ୍ଟ ବାହାରିଥାଏ |
ଟି.ଏସ ଏସ ଅଧିକ ଥିବାରୁ ଏହି ଟମାଟୋ ରୁ ଅଧିକ ପେଷ୍ଟ ବାହାରିବାର ସମ୍ଭାବନା ରହିଛି |
ଭାରତ ରେ ପ୍ରର୍କୀୟକରଣ ଲାଗି ହାରାହାରି ୧.୨ ଲକ୍ଷ ଟନ ର ଟମାଟୋ ଆବଶ୍ୟକ ହୋଇଥାଏ ଏବଂ ମାତ୍ର ୭୦ ୦୦୦ ଟନ ଭାରତ ରେ ଉତ୍ପାଦିତ ହୂଏଥିଲା ବେଳେ ବଳକା ପେଷ୍ଟ ଚୀନ ରୁ ଆମଦାନୀ କରାଯାଇଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments