1. ଉଦ୍ୟାନ କୃଷି

ଚା ବିନା ଦିନ ଚାଲେନା!!!

ସକାଳ ନିଦ୍ରା ଭଙ୍ଗ ହେବ ସହ ସମ୍ମାନରେ ଚା କପ୍ ଟି ନ ଦେଖିଲେ ଦିନ ଭଲ ଯାଏ ନାହିଁ ବୋଲି କହିଲେ ଭୁଲ୍ ହେବ ନାହିଁ।ଏହି ଢାଞ୍ଚା ବହୁ ଦିନରୁ ଉଭୟ ଧନୀ ଓ ଗରିବଙ୍କ ମନ କିଣି ଆସିଛି। ଆପଣଙ୍କର ମଧ୍ୟ ଏପରି ଅଭ୍ୟାସ ଅଛି କି??? କିନ୍ତୁ ଚା ପେଇବା ଶରୀର ପ୍ରତି ଆହିତକରି ବୋଲି ଶୁଣିଛନ୍ତି କି ??? ଏହାର ସତ୍ୟତା ଜାଣିବା ଲାଗି ଆଗକୁ ପଢନ୍ତୁ।

KJ Staff
KJ Staff

ସକାଳ ନିଦ୍ରା ଭଙ୍ଗ ହେବ ସହ ସାମ୍ନାରେ ଚା କପ୍ ଟି ନ ଦେଖିଲେ ଦିନ ଭଲ ଯାଏ ନାହିଁ ବୋଲି କହିଲେ ଭୁଲ୍ ହେବ ନାହିଁ।ଏହି ଢାଞ୍ଚା ବହୁ ଦିନରୁ ଉଭୟ ଧନୀ ଓ ଗରିବଙ୍କ ମନ କିଣି ଆସିଛି। ଆପଣଙ୍କର ମଧ୍ୟ ଏପରି ଅଭ୍ୟାସ ଅଛି କି??? କିନ୍ତୁ ଚା ପେଇବା ଶରୀର ପ୍ରତି ଆହିତକାରି ବୋଲି ଶୁଣିଛନ୍ତି କି ??? ଏହାର ସତ୍ୟତା ଜାଣିବା ଲାଗି ଆଗକୁ ପଢନ୍ତୁ।

- ବିଶେଷଜ୍ଞ ମତରେ ଦିନକୁ ଅତିବେଶୀରେ ୨ ଥର ଚା ପିଇବା ଉଚିତ୍।ଅଧିକ ଥର ଚା ପିଇଲେ ସ୍ବାସ୍ଥ୍ୟ ହାନି କରିଥାଏ।ବିଶେଷ କରି ଶୀତ ଦିନରେ ଚା ପିଇବା ଦ୍ୱାରା ଶରୀରକୁ ଉଷ୍ମତା ମିଳେ। ଅଦା ମିଶାଇ ଚା ପିଇବା ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଭଲ ବୋଲି ଖାଦ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି।


- ଆୟୁର୍ବେଦ ରେ ଅଦାକୁ ମହୌଷଧି ଭାବେ ବର୍ଣ୍ଣନା କରାଯାଇଥିବା ବେଳେ ଏଥିରେ ୮୧% ,୨.୫% ପ୍ରୋଟିନ,୧୩% କାର୍ବୋହାଇଡ୍ରେଟ ଅଛି।ଲୌହ, କ୍ୟାଲସିୟମ, ଆୟୋଡିନ, କ୍ଲୋରିନ,ଇତ୍ୟାଦି ପୋଷକତତ୍ତ୍ଵ, ଅଦାରେ ଥିଲା ବେଳେ ଶୀତଦିନେ ଅଦା ଚା ପିଇଲେ ତାହା ଥଣ୍ଡା,ସର୍ଦିକୁ ରକ୍ଷା କରେ।

-ଆଣ୍ଟି ଆକ୍ସିଡାଣ୍ଟ ଭରପୁର ଅଦା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ।ଜ୍ଵର ହେଲେ କିମ୍ବା ଗଳା ବସିଲେ , ଅଦା ଚା ପିଇଲେ ଖୁବ୍ ଆରାମ ମିଳିଥାଏ।


- ଶୀତ ରେ ଅନେକଙ୍କୁ ଭୋକ ନ ହେବାର ସମସ୍ୟା ସମ୍ମୁଖିନ ହେବାକୁ ପଡ଼େ।ଏଣୁ ଏଇ ବର୍ଗର ଲୋକଙ୍କର ଅଦା ଚା ପିଇବା ଦ୍ୱାରା ଭୋକ ବଢ଼ି ଥାଏ।


- ଗୋଲମରିଚ ଚା ମଧ୍ୟ ପିଇଲେ ଏଇ ଋତୁରେ ଭଲ।ତେବେ ଚିମୁଟାଏ ଗୋଲମରିଚ ର ଉପଯୋଗ ଦୈନିକ ଚା ଫୁଟେଇଲା ବେଳେ କରନ୍ତୁ।ଏହା ଦ୍ବାରା ସର୍ଦି ରୁ ମୁକ୍ତି ମିଳେ।

- ଶୀତରେ ତେଜପତ୍ର , ଲେମ୍ବୁରସ , ଅଦା,ଗୋଲମରିଚ ମିଶାଇ ,ଚା ସକାଳେ ପିଇବା ସ୍ବାସ୍ଥ୍ୟ ପାଇଁ ହିତକାରୀ।ସନ୍ଧ୍ୟା ସମୟରେ ଏଇ ଚା ପିଇଲେ ବଦହଜମି ସୃଷ୍ଟି ହେବାର ସମସ୍ୟା ଥାଏ।


- ଯଦି କଫ ଜମି ଯାଇଛି ବା ଶୁଖିଲା କାଶ ହେଉଛି ତେବେ ଚା ରେ ଅଳ୍ପ ତୁଳସୀ ପତ୍ର,ଗୋଲମରିଚ,ଏବଂ ଅଦା ଛେଚି ଚା କୁ ଫୁଟାନ୍ତୁ।ସେଥିରେ ଚିମୁଟାଏ ଲୁଣ ଓ ଆବଶ୍ୟକ ଅନୁସାରେ ଚିନି ପକାଇ ଦିନକୁ ୨ ଥର ପାନ କରନ୍ତୁ।ଏହା ଦ୍ବାରା ଗଳା ଦରଜ,କାଶ ସର୍ଦି ଇତ୍ୟାଦି କୁ ତୁରନ୍ତୁ ମୁକ୍ତି ମିଳେ।


- ଅଧିକ ତେଲ ମସଲା ଖାଦ୍ୟ ଖାଇଥିଲେ ,୩-୪ ଘଣ୍ଟା ପରେ ଚା ରେ ଲେମ୍ବୁରସ ମିଶାଇ , ଚିମୁଟାଏ ଲୁଣ ଓ ସ୍ଵାଦ ଅନୁସାରେ ଚିନି ପକେଇ ଲେମ୍ବୁ ଚା ର ମଜା ନିଅନ୍ତୁ।ଏହା ଅଯଥା ଚର୍ବି ହ୍ରାସ କରାଇବାରେ ସାହାଯ୍ୟ କରେ।


- ଚା ପତି ବ୍ୟବହାର କରିସାରିଲା ପରେ,ଚା ପତି କୁ ଛାଣି ଗୋଲାପ ଗଛର ଦିଅନ୍ତୁ।ଏହା ଦ୍ବାରା ଫୁଲ ର ରଙ୍ଗ ଭଲ ଆସେ ଏବଂ ଆକାର ଭଲ ହୁଏ।

ଏହି ଉପାୟ ଆପଣଙ୍କୁ କେମିତି ଲାଗିଲା ,ନିଜର ମତାମତ କମେନ୍ଟ ବାକ୍ସ ରେ ନିହାତି ଲେଖନ୍ତୁ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments