1. ଉଦ୍ୟାନ କୃଷି

ଫୁଲକୋବି ରେ ଅନୁସାର ର ଅଭାବ....

ବିଶେଷ କରି ଚାଷୀ ଭାଇମାନେ କେବଳ ମୁଖ୍ୟ ସାର ଯଥା ଯବକ୍ଷାରଜାନ,ଫସଫରସ, ପଟାସ୍ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ।ମାତ୍ର ଅନୁସାରେ ର ଯେ ଫସଲ ଅମଳ ରେ ଭୂମିକା କୁ କେହି ବୁଝନ୍ତି ନାହିଁ ବା ବିଶେଷ ଧ୍ୟାନ ଦିଅନ୍ତି ନାହିଁ।

KJ Staff
KJ Staff


ବିଶେଷ କରି ଚାଷୀ ଭାଇମାନେ କେବଳ ମୁଖ୍ୟ ସାର ଯଥା ଯବକ୍ଷାରଜାନ,ଫସଫରସ, ପଟାସ୍ ପ୍ରତି ବିଶେଷ ଧ୍ୟାନ ଦିଅନ୍ତି ।ମାତ୍ର ଅନୁସାରେ ର ଯେ ଫସଲ ଅମଳ ରେ ଭୂମିକା କୁ କେହି ବୁଝନ୍ତି ନାହିଁ ବା ବିଶେଷ ଧ୍ୟାନ ଦିଅନ୍ତି ନାହିଁ।ଏକ ନିର୍ଦ୍ଦିଷ୍ଟ ଜମିରୁ ବାରମ୍ବାର ଚାଷ ବା ଅତ୍ୟଧିକ ବୃଷ୍ଟିପାତ ଯୋଗୁ ମୃତ୍ତିକାକ୍ଷୟ ଏବଂ ମାଟିର ଅମ୍ଳିୟତା ଯୋଗୁ ବୋରନ ଏବଂ ମଲିବେଡନମ୍ ର ଅଭାବ ପରିଲିଖିତ ହୋଇଥାଏ।ଫୁଲ କୋବିରେ ବୋରନ ଏବଂ ମଲିବେଡନମ୍ ର ଅଭାବ ହେଲେ ଏହାର ପ୍ରଭାବ ପତ୍ର ଏବଂ ଫୁଲ ଉପରେ ପଡ଼ିଥାଏ।

ବୋରନ୍:


ଏହାର ଅଭାବ ହେଲେ ଫୁଲ କୋବି ରେ ଫଳ ଉପରେ ଧୂସର ରଙ୍ଗ ଦେଖାଯାଏ ।ଏହି ଦାଗ ଆସ୍ତେ ଆସ୍ତେ ବୃଦ୍ଧି ଯାଏ ।ଢାଲ ଫୁଲ କୋବି ଧଳା ନହୋଇ ମାଟିଆ ଦେଖାଯାଏ ।ଏହି ଗଛରୁ ଫଳ ତଳେ କାଟି ଦେଲେ କିମ୍ବା ମାଟି ଉପରେ ୧ ଇଞ୍ଚ ଚଡି କରିଲେ ଦେଖାଯାଏ।ଗଛର କାଣ୍ଡ ଫମ୍ପା ଥାଏ କିମ୍ବା ଫମ୍ପା ଅଂଶ ଧୂସର ବର୍ଣର ଥାଏ ଏବଂ ଗଛ ଗନ୍ଧ ହେଇଥାଏ।ଏ ସମସ୍ତେ ପାଇଁ ଫୁଲକୋବି ର ବଜାର ଦର କମିଯାଇଛି ।

 ନିରାକରଣ:
- ଏହାର ଉପଚାର ଲାଗି ବୋରନ୍ ପ୍ରୟୋଗ ଆବଶ୍ୟକତା ରହିଛି।ପ୍ରଥମେ ଚାଷ କରିବା ପୂର୍ବରୁ ମାଟିକୁ ପରୀକ୍ଷା କରି ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ତିଆରି କରନ୍ତୁ |


- ଜମିରେ ଭଲଭାବେ ୧୦-୧୫ ଟନ୍ ପ୍ରୟୋଗ କରନ୍ତୁ।



- ଶେଷ ଓଡ଼ ଚାଷ ସମୟରେ ହେକ୍ଟର ପ୍ରତି ୧୫ କି.ଗର ବୋରାକ୍ସ ପ୍ରୟୋଗ କରନ୍ତୁ।

 

- ବୋରିକ୍ ଏଚିଡ୍ କୁ ଲିଟର ପାଣିରେ ୩ ଗ୍ରାମ ମିଶାଇ ଗଛ ରୋପଣ କରିବାର ୧୫ ଦିନ ପରେ ୧୫ ଦିନ ବ୍ୟବଧାନରେ ୭ ଥର ପ୍ରୟୋଗ କରନ୍ତୁ।

 


କାଲି ପ୍ରକାଶ ପାଇବ ଫୁଲ କୋବି ରେ ମଲିବେଡ଼ନମ ଅଭାବ ର ଲକ୍ଷଣ ଓ ତାର ନିରାକରଣ

 

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments