1. ଉଦ୍ୟାନ କୃଷି

ବଡ଼ ଖବର : ସରକାରୀ ଚାକିରି ଆବେଦନ ପାଇଁ ବଢିଲା ବୟସ ସୀମା

ସରକାରୀ ଚାକିରି କରିବାକୁ ଚାହୁଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର । କାରଣ ରାଜ୍ୟରେ ସରକାରୀ ଚାକିରି କରିବା ପାଇଁ ବୟସ ସୀମାରେ ବୃଦ୍ଧି କରାଯାଇଛି । ଏଣିକି ୩୮ ବର୍ଷ ପର୍ଯ୍ୟନ୍ତ କରିପାରିବେ ସରକାରୀ ଚାକିରି ପାଇଁ ଆବେଦନ ।

Sudesna Nayak
Sudesna Nayak
Odisha raises upper age limit for govt jobs

Odisha raises upper age limit for govt jobs

ସରକାରୀ ଚାକିରି କରିବାକୁ ଚାହୁଥିବା ଯୁବକଯୁବତୀଙ୍କ ପାଇଁ ଖୁସି ଖବର । କାରଣ ରାଜ୍ୟରେ ସରକାରୀ ଚାକିରି କରିବା ପାଇଁ ବୟସ ସୀମାରେ ବୃଦ୍ଧି କରାଯାଇଛି । ଏଣିକି ୩୮ ବର୍ଷ ପର୍ଯ୍ୟନ୍ତ କରିପାରିବେ ସରକାରୀ ଚାକିରି ପାଇଁ ଆବେଦନ ।

ରାଜ୍ୟ ସରକାର ଚାକିରି ପାଇଁ ସର୍ବୋଚ୍ଚ ବୟସ ସୀମା ବୃଦ୍ଧି କରିଛନ୍ତି । କୋରୋନା (corona) ମହାମାରୀ ଯୋଗୁଁ ରାଜ୍ୟରେ ନିଯୁକ୍ତି ପାଇଁ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ବିଳମ୍ବ ଘଟିଥିବାରୁ ଅନେକ ଯୋଗ୍ୟ ପ୍ରାର୍ଥୀ ସରକାରୀ ଚାକିରିରୁ ବଞ୍ଚିତ ହୋଇଥାନ୍ତେ । ତାହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି ।

ବର୍ତ୍ତମାନ ରାଜ୍ୟରେ ସରକାରୀ ଚାକିରିରେ ଯୋଗ ଦେବା ସର୍ବୋଚ୍ଚ ବୟସ ସୀମା ୩୨ ବର୍ଷ ରହିଛି । ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ, ମହିଳା ଓ ଭିନ୍ନକ୍ଷମଙ୍କ ପାଇଁ ଏହି ବୟସ ସୀମାରେ କୋହଳତା ଧାର୍ଯ୍ୟ ହୋଇଛି। ହେଲେ ସୋମବାର ଦିନ କ୍ୟାବିନେଟ୍‌ ବୈଠକ (Cabinet Meeting)ରେ ଏହି ସର୍ବୋଚ୍ଚ ବୟସ ସୀମାକୁ ୩୨ ରୁ ୩୮ ବର୍ଷକୁ ବୃଦ୍ଧି କରାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର ।

ଅଚାନକ ଡକାଯାଇଥିବା ଏକ କ୍ୟାବିନେଟ୍‌ ବୈଠକରେ (Cabinet Meeting) ମଞ୍ଜୁରୀ ଲାଭ କରିଥିବା ୧୨ ଟି ପ୍ରସ୍ତାବ (12 proposal approved) ମଧ୍ୟରେ ଓଡ଼ିଶା ବେସାମରିକ ସେବା (ଉଚ୍ଚ ବୟସ ସୀମା) ନିୟମ, ୧୯୮୯ ର ସଂଶୋଧନ ବି ଥିଲା । ମୁଖ୍ୟ ସଚିବଙ୍କ ସୂଚନା ଅନୁସାରେ ଚାକିରିକୁ ପ୍ରବେଶର ଏହି ସର୍ବୋଚ୍ଚ ବୟସ ସୀମା ତିନି ବର୍ଷ ପାଇଁ ଲାଗୁ ହେବ – ୨୦୨୧, ୨୦୨୨ ଓ ୨୦୨୩ । ଅର୍ଥାତ ଏହି ତିନି ବର୍ଷ ମଧ୍ୟରେ ହେବାକୁ ଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷା ପାଇଁ ଏହି ନିୟମ ଉଦ୍ଦିଷ୍ଟ ହେବ ବୋଲି ସେ ସ୍ପଷ୍ଟ କରି କହିଛନ୍ତି ।

ସୂଚନା ଅନୁସାରେ, ଚାକିରିରେ ପ୍ରବେଶର ବୟସ ସୀମା ଉପରେ ପୂର୍ବରୁ ଯେଉଁ ନିୟମ ଥିଲା, ଫିକ୍ସେସନ୍‌ ଅଫ୍‌ ଅପର୍‌ ଏଜ୍‌ ଲିମିଟ୍‌ ରୁଲ୍ସ, ତାକୁ ରାଜ୍ୟ କ୍ୟାବିନେଟ୍‌ ତିନି ବର୍ଷ ପାଇଁ କୋହଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ଓଡ଼ିଶା ସରକାରଙ୍କ ଚାକିରୀରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସ ସୀମା ଥିଲା ୩୨ ବର୍ଷ । ତାକୁ ରାଜ୍ୟ କ୍ୟାବିନେଟ୍‌ (Odisha cabinet) ୩୮ ବର୍ଷ ପର୍ଯ୍ୟନ୍ତ ମଞ୍ଜୁରୀ ଦେଇଛନ୍ତି । ଆସନ୍ତା ତିନି ବର୍ଷ ପାଇଁ – ୨୦୨୧, ୨୦୨୨ ଏବଂ ୨୦୨୩ ରେ – ଯେଉଁ ନିଯୁକ୍ତି ସବୁ ହେବାର ଅଛି ସେଥି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୩୨ ବର୍ଷରୁ ୩୮ ବର୍ଷକୁ କୋହଳ କରାଯାଇଛି ,ବୋଲି କହିଛନ୍ତି ସୁରେଶ କୁମାର ମହାପାତ୍ର ।

ଏଥିସହିତ ସୂଚନା ଥାଉ କି,ଏସ୍‌.ସି.-ଏସ୍‌.ଟି. ଓ ଏସ୍‌.ସି.ବି.ସି.ମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ଆଉ ପାଞ୍ଚ ବର୍ଷ ବଢ଼ାଇ ୪୩ ବର୍ଷ କରାଯାଇଛି । ମହିଳା ବର୍ଗ ପାଇଁ ମଧ୍ୟ ଆଉ ପାଞ୍ଚ ବର୍ଷ ବଢ଼ାଇ ୪୩ ବର୍ଷ କରାଯାଇଛି ବୋଲି କହିଛନ୍ତି ସୁରେଶ କୁମାର ମହାପାତ୍ର ।

ସେ ଆହୁରି ମଧ୍ଯ କହିଛନ୍ତି ଯେ, ଏହି କ୍ୟାବିନେଟ୍‌ ନିଷ୍ପତ୍ତି ଅନୁସାରେ ସାଧାରଣ ବର୍ଗର ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ଅଧିକ ୧୦ ବର୍ଷ ଅର୍ଥାତ୍ ୪୮ବର୍ଷ ବୟସ ପର୍ଯ୍ୟନ୍ତ ସର୍ବୋଚ୍ଚ ବୟସ ସୀମାରେ କୋହଳତା ମିଳିବ । ପ୍ରାର୍ଥୀ ଯଦି ଅନସୁଚିତ ଜାତି, ଜନଜାତି, ପଛୁଆବର୍ଗ ବା ମହିଳା ବର୍ଗର ହୋଇଥିବା ସହ ଭିନ୍ନକ୍ଷମ ହୋଇଥାନ୍ତି ତାହେଲେ ସେ ସର୍ବୋଚ୍ଚ ୫୩ ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚାକିରିରେ ପ୍ରବେଶ କରିବାକୁ ଯୋଗ୍ୟ ବିବେଚିତ ହେବେ ।

ପ୍ରକାଶ ଥାଉ କି, ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଲକ୍ଷ ଲକ୍ଷ ଯୁବକଯୁବତୀଙ୍କ ପାଇଁ ଏକ ଖୁସି ଖବର ହୋଇ ଆସିଛି । ଚାକିରୀ ବୟସ ସମୟ ସୀମା ୩୨ ରୁ ୩୮ କୁ ବୃଦ୍ଧି ।

ଗୁଡ ନ୍ୟୁଜ : ମୋଦି ସରକାର EPFO Pension ବୃଦ୍ଧି କରି ୯ ହଜାର ଟଙ୍କା କରିବେ, କେମିତି ମିଳିବ ଫାଇଦା ଜାଣନ୍ତୁ...

ବିଜୁଳି ବିଲ୍ ହୋଇଯିବ ଅଧାରୁ କମ; କେବଳ କରିବାକୁ ପଡିବ ଏହି କାମ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments