1. ଉଦ୍ୟାନ କୃଷି

ଏହା ଦ୍ୱାରା କରନ୍ତୁ ମଧୁମେହ ର ଘରୋଇ ଉପଚାର !

ଏହି ପରିବା ଦ୍ୱାରା କରନ୍ତୁ ମଧୁମେହ ର ଘରୋଇ ଉପଚାର !

KJ Staff
KJ Staff

ଏହାର ପାଣି ରେ ଅଛି ଚମତ୍କାରୀ ଗୁଣ!ଜାଣନ୍ତୁ ନିରୋଗ ରହିବାର ଉପାୟ

ବର୍ତମାନ ମଧୁମେହ ରୋଗ ଟି ଖୁବ ସାଧରଣ ହୋଇଗଲାଣି |ବୟସ୍କ ଙ୍କ ବ୍ୟତୀତ ଏହା ଖୁବ କମ ବୟସର ଲୋକଙ୍କୁ ମଧ୍ୟ ଏହା ଆକ୍ରାନ୍ତ କରୁଛି |ଥରେ ଏହି ରୋଗ ରେ ପୀଡିତ ହେଲେ ବିଭିନ୍ନ ପ୍ରକାର ବାରଣ ରହିଥାଏ ଯଥା ମିଠା ଅଧିକ ଖାଇପାରିବେନି ,ଓଜନ ନିୟନ୍ତ୍ରଣ ଇତ୍ୟାଦି ସହ ଆପଣଙ୍କୁ ନିୟମିତ ଔଷଧ ଖାଇବାକୁ ପଡିବ |
ତେବେ ଥରେ ଭାବନ୍ତୁ ଯଦି ଏହି ରୋଗ ରୁ ଆପଣ ନିଜ ଘରେ ରକ୍ଷା ପାଇପାରିବେ ତେବେ କେତେ ଭଲ ହୁଅନ୍ତା !
ଘରେ ଘରେ ପରିଚିତ ଭେଣ୍ଡି ମଧୁମେହ ରୋଗୀଙ୍କ ଲାଗି ରାମବାନ ଭାବେ କାର୍ଯ୍ୟ କରିଥାଏ |ଏଥିରେ ଥିବା ଫାଇବର ମଧୁମେହ ରୋଗୀଙ୍କ ଲାଗି ବେଶ ଉପଯୋଗୀ ବୋଲି ଗବେଷଣା ରୁ ସ୍ପଷ୍ଟ ହୋଇଛି |

ତେବେ ପ୍ରଶ୍ନ ଉଠୁଛି କିପରି କରିବେ ଭେଣ୍ଡି ର ବ୍ୟବହାର ?

-ସର୍ବପ୍ରଥମେ ୨ ରୁ ୩ ଟି ଭେଣ୍ଡି ନିଅନ୍ତୁ
-ଏହାପରେ ଭେଣ୍ଡି ର ଆଗ ଓ ପଛ ଭାଗ କୁ କାଟିଦିଅନ୍ତୁ ହେଲେ ଏହାକୁ ପାଣି ରେ ଧୁଅନ୍ତୁ ନାହିଁ କାରଣ ଏଥିରୁ ବାହାରୁଥିବା ଧଳା ରଙ୍ଗ ର ଅଠାଳିଆ ପାଣି ଆପଣଙ୍କ ଲାଗି ବେଶ ଉପକାରୀ |
-ରାତିରେ ଶୋଇବା ପୂର୍ବରୁ ଏହି ଭେଣ୍ଡି କୁ ଗ୍ଲାସ ପାଣି ରେ ଭିଜାଇ ,ସେହି ଗ୍ଲାସ କୁ ଢାଙ୍କି ଦିଅନ୍ତୁ |
-କିଛି ସମୟ ପାଶ୍ଚାତ ,ଏହି ଭେଣ୍ଡି କୁ କାଢି ,ପାଣି କୁ ପିଅନ୍ତୁ
-ରକ୍ତ ରେ ଶର୍କରା ମାତ୍ର ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ ,ଏହି ଉପାୟ କୁ କିଛି ମାସ ଯାଏ ବ୍ୟବହାର କରନ୍ତୁ |

କଞ୍ଚା ଭେଣ୍ଡି ସର୍ବଦା ଭଜା ବା ରୋଷେଇ ହୋଇଥିବା ଭେଣ୍ଡି ଠାରୁ ଅଧିକ ଉପଯୋଗୀ |

ଏହାର ଅନ୍ୟ ଉପାଦେୟତା :

ଟାଇପ ୨ ମଧୁମେହ ରେ ଆପଣଙ୍କ କିଡ୍ନୀ ମଧ୍ୟ ବେଶ ଅଧିକ ପ୍ରଭାବିତ ହୋଇପାରେ ହେଲେ ଭେଣ୍ଡି ଏହାର ମଧ୍ୟ ଉପଚାର କରିଥାଏ |ତେଣୁ ମଧୁମେହ ରେ ପୀଡିତ ଥିଲେ ଭେଣ୍ଡି ଖାଇବାର ଅଭ୍ୟାସ ରଖନ୍ତୁ |
ଏଥିରେ ଗ୍ଲିସେମିକ ଇଣ୍ଡେକ୍ସ ଖୁବ କମ ରହିଥାଏ ଯାହା ମଧୁମେହ ରୋଗୀ ଙ୍କ ଲାଗି ବେଶ ଉପଯୋଗୀ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments