1. ଉଦ୍ୟାନ କୃଷି

ଭିନ୍ନ ଋତୁ ରେ ଭିନ୍ନ ପିଆଜ !

ଭିନ୍ନ ଋତୁ ରେ ଭିନ୍ନ ପିଆଜ !

KJ Staff
KJ Staff

ବିଗତ ୪୧ ବର୍ଷ ଧରି ଏନଡିଆରଫ ଦ୍ୱାରା ଗବେଷଣା କରାଯାଇ ସବୁ ଋତୁ ଲାଗି ହାରାହାରି ୧୪ ଟି ବିଭିନ୍ନ ପିଆଜ ଚାରା ପ୍ରସ୍ତୁତ କରାଯାଇଥିଲା |ଏହି ପିଆଜ କୁ ଆପଣ ଋତୁ ଅନୁଯାୟୀ ଚାଷ କରିପାରିବେ |ସେଥି ମଧ୍ୟରୁ କେତେକ ଛୋଟ ,ଏବଂ କେତେକ ବଡ ପିଆଜ ଉତ୍ପାଦନ ସକ୍ଷମ କିସମ |

ବଡ ପିଆଜ କିସମ :
୧)ଏଗ୍ରି ଫାଉଣ୍ଡ ଡାର୍କ ରେଡ: ଏହି କିସମ ର ପିଆଜ ଗୁଡିକ ବଡ ଏବଂ ଗୋଲାକାର ହେବ ସାଙ୍ଗରେ ,ଏହାର ବାସ୍ନା ଅଧିକ ତୀବ୍ର ନୁହେଁ |୯୫-୧୧୦ ଦିନ ମଧ୍ୟରେ ଉତ୍ପାଦନ ହେଇପାରୁଥିବା ଏହି କିସମ କୁ ଖରିଫ ଋତୁ ରେ ଚାଷ କରାଯାଇପାରିବ |ଏହାର ଅମଳ ହେକ୍ଟର ପିଛା ୩୦୦ କୁଇଣ୍ଟାଲ |


୨)ଏଗ୍ରି ଫାଉଣ୍ଡ ଲାଇଟ ରେଡ:ଏହି କିସମ ର ପିଆଜ ଦେଖିବାକୁ ବେଶ ମନୋହର ଏବଂ ଏହା ଚାରା ରୋପଣ ର ୧୧୦-୧୨୦ ଦିନ ମଧ୍ୟରେ ଅମଳକ୍ଷମ ହୋଇଥାନ୍ତି |ଏହାକୁ ବହୁ ଦିନ ଯାଏ ସଂଗ୍ରହ କରି ରଖିପାରିବେ ଏବଂ ଏହା ରବି ରେ ଚାଷ କଲେ ଅଧିକ ଅମଳ ଦେଇଥାଏ |ଏହାର ମଧ୍ୟ ଅମଳ ହେକ୍ଟର ପ୍ରତି ୩୦୦-୩୫୦ କୁଇଣ୍ଟାଲ |

୩)ଏଗ୍ରି ଫାଉଣ୍ଡ ହ୍ୱାଇଟ :ଏହି ଗୋଲାକାର ପିଆଜ କିସମ ର ରଙ୍ଗ ରୂପ ପରି ଧଳା ଏବଂ ସୁନ୍ଦର |ଏହାକୁ ମଧ୍ୟ ଲଗେଇବାର ୧୧୦-୧୩୦ ଦିନ ପରେ ଅମଳ କରି ବହୁ ଦିନ ଯାଏ ସାଇତି ରଖିପାରିବେ |ଅଳ୍ପ ପାଣି ରେ ମଧ୍ୟ ଏହା ୨୫୦-୩୦୦ କୁଇଣ୍ଟାଲ ହେକ୍ଟର ପ୍ରତି ଅମଳ ଦେଇଥାଏ |ଏହା ଖରିଫ ଋତୁ ଶେଷ ଏବଂ ରବି ଋତୁ ଆରମ୍ଭ ରେ ଚାଷ କରାଯାଇପାରିବ

ଛୋଟ କିସମ :

୧)ଏଗ୍ରି ଫାଉଣ୍ଡ ରୋଜ :ଏହି ପିଆଜ ଗୁଡିକ ଛୋଟ ଏବଂ ହାଲ୍କା ଚେପଟା ଆକୃତି ର ହୋଇଥାନ୍ତି |ଏହା ଗୋଲାପ ପରି ସୁନ୍ଦର ନାଲି ରଙ୍ଗର ହୋଇଥାଏ |୯୫-୧୧୦ ଦିନ ମଧ୍ୟରେ ଅମଳକ୍ଷମ ଏହି କିସମ କୁ ଖରିଫ ରେ ଆନ୍ଧ୍ର ରେ
ଚାଷ କରାଯାଏ |ଏହା ହେକ୍ଟର ପ୍ରତି ୨୫୦ ରୁ ୩୦୦ କୁଇଣ୍ଟାଲ ଯାଏ ଅମଳ ଦେଇଥାଏ |

ଅନ୍ୟ କେତେକ କିସମ :
୧)ଲାଇନ -୮୬୩ :୪.୫ ରୁ ୫ ସେ.ମି ଦାର୍ଘ୍ୟ ଏବଂ ଗୋଲାକାର ଆକୃତି ର ଏହି ପିଆଜ୮୦ ରୁ ୮୫ ଦିନ ମଧ୍ୟରେ ଫଳ ଦେଇଥାଏ |ଖରିଫ ରେ ଚାଷ କରାଯାଉଥିବା ଏହି କିସମ ୨୮୦ ରୁ ୩୦୦ କୁଇଣ୍ଟାଲ ପ୍ରତି ହେକ୍ଟର ର ଅମଳ ଦେଇଥାଏ |


୨)ଲାଇନ ୮୮୩ - ଉକ୍ତ କିସମ ର ବେଶ ଅଧିକ ଅମଳ ଦେଉଥିବା ଏହି କିସମ ଟି ହେକ୍ଟର ପ୍ରତି ୩୦୦-୩୫୦ କୁଇଣ୍ଟାଲ ଫଳ ଦିଏ ଏବଂ ଏହାକୁ ମଧ୍ୟ ଖରିଫ ରେ ଭାରତ ସାରା ଚାଷ କରାଯାଇପାରିବ |ଏହାର ଚମଡା ନାଲି ରଙ୍ଗ ର ହୋଇଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments