ଓଡ଼ିଶାରେ ମୁଖ୍ୟତଃ ଧାନକୁ ବେଶୀ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ଧାନ ଅମଳ ପରେ ପରେ ଜମିରେ ମୁଗ , ବିରି , ସୋରିଷ ପ୍ରଭୃତି ଚାଷ କରି ଚାଷୀ ମାନେ ଲାଭବାନ ହୋଇଥାନ୍ତି । ଡ଼ାଲିଜାତୀୟ ଫସଲ ଭିତରୁ ମୁଗକୁ ଉପକୂଳ ଓଡ଼ିଶାରେ ଚାଷୀମାନେ ଅଧିକ ଭାବେ ଚାଷ କରିଥାନ୍ତି । ଶସ୍ୟ ଜାତୀୟ ଫସଲ ଭାବେ ଏହା ତୃତୀୟ ସ୍ଥାନରେ ଅଛି ।
ମୁଗ ଫସଲ ସବୁ ମାଟିରେ ଚାଷ କରାଯାଇପାରିବ । ସାଧାରଣତଃ ନିଗିଡା, ବାଲିଆ ଦୋରସା କିମ୍ବା ଦୋରସା ମାଟି ହୋଇଥିବା ଆବଶ୍ୟକ । ଧାନ ଅମଳ ପରେ ମୁଗ ଚାଷ କରାଯାଏ । ୧୦୦ ଗ୍ରାମ ମୁଗରେ ୫୯.୯ ଗ୍ରାମ ଶ୍ଵେତସାର, ୨୪.୫ ଗ୍ରାମ ପୃଷ୍ଟିସାର ,୧.୨ ଗ୍ରାମ ଚର୍ବସାର ଓ ୩୪୫ କିଲୋ କ୍ୟାଲୋରୀ ଶକ୍ତି ଯୋଗାଇଥାଏ ।
ତେବେ ମୁଗ ଫସଲର ପ୍ରମୁଖ କୀଟ ମାନଙ୍କର ଲକ୍ଷଣ ଓ ସମାଧାନ ବିଷୟରେ ଆସନ୍ତୁ ଜାଣିବା ।
ଗୁଣ୍ଡି ପୋକ- ପ୍ରାରମ୍ଭରେ ସାମାନ୍ୟ ବିଛା ଯାଇଥିବା ହଳଦିଆ ଦାଗ ଛୋଟ ପତ୍ରରେ ଦେଖାଯାଏ । ଦାଗଗୁଡ଼ିକ ଧୀରେ ଧୀରେ ବଢ଼ିବା ସହ ଶେଷରେ କିଛି ପତ୍ର ସମ୍ପୂର୍ଣ୍ଣ ହଳଦିଆ ହୋଇଯାଏ ସଂକ୍ରମିତ ପତ୍ର ମଧ୍ୟ ନେକ୍ରୋଟିକ୍ (ପତ୍ର ଗୁଡ଼ିକ ଶୁଖି ମରିଯିବା ) ଲକ୍ଷଣ ଦେଖାଯାଏ । ଧଳା ଗୁଣ୍ଡ ଗୁଡ଼ିକ ପତ୍ର ଉପରେ ପଡିଥାଏ । ରୋଗଗ୍ରସ୍ତ ଉଦ୍ଭିଦଗୁଡିକ ଛୋଟ, ବିଳମ୍ବରେ ପରିପକ୍ୱ ହୋଇ ବହୁତ କମ୍ ଫୁଲ ଏବଂ ଛୁଇଁ ଉତ୍ପାଦନ କରନ୍ତି ।
ପରିଚାଳନା- ପ୍ରାରମ୍ଭିକ ରୋଗ ଦେଖାଯିବା ଠାରୁ ୧୦ ଦିନ ବ୍ୟବଧାନରେ ଦୁଇଥର ନିମ୍ବପତ୍ର ଉଦ୍ଧୃତାଂଶ ୫% କିମ୍ବା ନିମ୍ ତେଲ ୩% ସ୍ପ୍ରେ କରନ୍ତୁ ।
ହଳଦିଆ ମୋଜାଇକ୍ ଭୂତାଣୁ- ଧଳା ମାଛି ଦ୍ୱାରା ଏହି ରୋଗ ସଂକ୍ରମିତ ହୁଏ । ପ୍ରାରମ୍ଭରେ ସାମାନ୍ୟ ବିଛା ଯାଇଥିବା ହଳଦିଆ ଦାଗ ଛୋଟ ପତ୍ରରେ ଦେଖାଯାଏ ।
ପରିଚାଳନା- ଇମିଡ଼ାକ୍ଲପିଡ଼ ୫ ମିଲି / କେଜି ସହିତ ବିହନ ବିଶୋଧନ କରନ୍ତୁ ।
ଜଉ ପୋକ- ଏହା ମୁଖ୍ୟତଃ ଗଛରକାଣ୍ଡ, ପତ୍ର, ଡେମ୍ଫ ଓ ଛୁଇଁ ରେ ଲାଗି ରସ ଶୋଷି ଖାଇଦିଅନ୍ତି । ଗଛ ଦୁର୍ବଳ ହୋଇଯାଏ, ପତ୍ର ହଳଦିଆ ପଡିଯାଏ ଏବଂ ଦାନା କଣିଆ ହୋଇଯାଏ । ଫୁଲ ଆସିବା ବିଳମ୍ବ ହୁଏ । ଏହାର ନିୟନ୍ତ୍ରଣ ପାଇଁ ଡାଇମିଥୋଏଟ୍ ୩୦% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ମିଥାଇଲ୍ ଡିମେଟନ୍ ୨୫% ଇ.ସି. ୨ ମି.ଲି. ପ୍ରତି ଲିଟର ପାଣିରେ କିମ୍ବା ଇମିଡାକ୍ଳୋପ୍ରିଡ ୧୭.୮% ଏସ୍.ଏଲ୍. ୩ ମି.ଲି. ପ୍ରତି ୧୦ ଲିଟର ପାଣିରେ ମିଶାଇ ସିଂଚନ କରନ୍ତୁ ।
Share your comments