1. ଉଦ୍ୟାନ କୃଷି

କୁଣ୍ଡ ରେ ଲଗାନ୍ତୁ ଅମୃତଭଣ୍ଡା !

ଅମୃତ ଭଣ୍ଡା ବା (carica papaya )ପ୍ରକୃତ ରେ ଏକ ଫଳ ଭାବେ ଚାଷ କରାଯାଏ ମାତ୍ରା କଞ୍ଚା ଫଳ ମଧ୍ୟ ପରିବା ଭାବେ ବ୍ୟବହାର ହୁଏ |

KJ Staff
KJ Staff

ଅମୃତ ଭଣ୍ଡା ବା (carica papaya )ପ୍ରକୃତ ରେ ଏକ ଫଳ ଭାବେ ଚାଷ କରାଯାଏ ମାତ୍ରା କଞ୍ଚା ଫଳ ମଧ୍ୟ ପରିବା ଭାବେ ବ୍ୟବହାର ହୁଏ |ବର୍ଷ ସାରା ଫଳ ଦେଉଥିବା ;ବହୁ ଭିଟାମିନ ସମେତ ଏହି ଅମୃତ ଭଣ୍ଡା ବିଭିନ୍ନ ପ୍ରକାର ଜେଲି ତିଆରି ରେ ମଧ୍ୟ କାମ ରେ ଆସେ |ଖାସ କରି କଞ୍ଚା ଅମୃତ ଭଣ୍ଡା କୁ ମାଂସ ସହ ରାନ୍ଧିଲେ ମାଂସ ବେଶ ନରମ ଓ ସୁଆଦିଆ ହୋଇଥାଏ |ଏହା ମୁଖ୍ୟତ ଆମେରିକୀୟ ଦେଶ ମାନଙ୍କର ପ୍ରଥମ ଥର ଦେଖା ଯାଇଥିଲା ମାତ୍ର ଏହା ବହୁଳ ପରିମାଣ ରେ ଭାରତ ରେ ଚାଷ କରାଯାଏ |

ଏଥିରେ ଥିବା ପୋଷକ ତତ୍ୱ!
୧୦୦ ଗ୍ରାମ ଅମୃତଭଣ୍ଡା ରେ ଅଛି  :

  • ୪୩ କ୍ୟାଲୋରୀ
  • ୧୧ ଗ୍ରାମ ପୃଷ୍ଟିସାର 
  • ୮ ଗ୍ରାମ ଶର୍କରା|

ଏହା ବ୍ୟତୀତ ସମ୍ପୂର୍ଣ କୋଲେଷ୍ଟେରୋଲ ମୁକ୍ତ ଏହି ଫଳ ରେ ଭିଟାମିନ ଏ ,ସି ,ଡି ,ବି ୬ ଏବଂ ୧୨ ସହ ମ୍ୟାଗନେସିଅମ,କ୍ୟାଲସିଅମ ,ଲୌହ ଭରି ରହିଛି |

 

କେମିତି ଲଗାଇବେ କୁଣ୍ଡ ରେ ଅମୃତଭଣ୍ଡା ?


- କୁଣ୍ଡ ରେ ବାଙ୍ଗରା କିସମ ର ଗଛ ଲଗାଇଲେ ଭଲ |ତେବେ ସେହି ପରି କିସମ ର ମଞ୍ଜି ବା ଚାରା ସଂଗ୍ରହ କରନ୍ତୁ |ଏବେ ଏକ ବଡ ୧୫ ରୁ ୨୦ ଇଞ୍ଚ ଦର୍ଘ୍ୟ ଥିବା କୁଣ୍ଡ ସଜାଡନ୍ତୁ |


-ଅଧିକ ଜୈବିକ ପଦାର୍ଥ ଥିବା ମାଟି ବ୍ୟବହାର କରିବା ଉଚିତ |୧ଭାଗ ମାଟି ରେ ୨ ଭାଗ ଖତ ମିଶାଇ କୁଣ୍ଡ ରେ ଦିଅନ୍ତୁ |ଅମୃତଭଣ୍ଡା ବାଲିଆ ଓ ଦୋରସା ମାଟି ରେ ଭଲ ଅମଳ ଦେଇଥାଏ |


-ମାଟି ରେ ସର୍ବଦା ବତର ରହିବା ଭଲ ମାତ୍ର ମାଟି ଭଜିବା ଉଚିତ ନୁହେଁ |ଗଛ ବଢିବା ସହ ତାକୁ ପାଣି ମଧ୍ୟ ଅଧିକ ଦରକାର ହୋଇଥାଏ|


-ଏବେ ସେଇ ମାଟି ରେ ମଞ୍ଜି ପୋତନ୍ତୁ|୨ ଟି ମଞ୍ଜି ମଧ୍ୟରେ ୨ ଇଞ୍ଚ ର ବ୍ୟବଧାନ ରହିବା ଆବଶ୍ୟକ |ଏହା ୨ ସପ୍ତାହ ଭିତରେ ଗଜା ହୋଇଥାଏ|ବାଙ୍ଗରା କିସମ ର ଅମୃତଭଣ୍ଡା ପ୍ରାୟେ ୬ ଫୁଟ ଉଚ୍ଚ ହୋଇଥାଏ |


-ଖାଦ୍ୟ ପରିଚାଳନା ଲାଗି ୧୦-୧୦-୧୦ ମାତ୍ରା ରେ ଯବକ୍ଷାରଜାନ ,ଫସଫରସ ଓ ପଟାସ |ଏହା ବ୍ୟତୀତ ଜିଆ ଖତ,ଗୋବର ଖତ ,ଇତ୍ୟାଦି ଦେଲେ ଉତ୍ତମ ଫଳ ମିଳିପାରିବ

 

ଅମଳ :
ଫଳ ଭାବେ ବ୍ୟବହାର କରିବା ଲାଗି ଏହା ପାଚି ହଳଦିଆ ହେଲା ପରେ ଅମଳ କରିପାରିବେ |ଛୋଟ କଞ୍ଚା ଫଳ କୁ ମଧ୍ୟ ପରିବା ଭାବେ କାଟି ତରକାରୀ କରି ପାରିବେ |ଏହା ଲାଗି ପ୍ରାୟେ ତାପମାତ୍ରା ଅନୁଯାୟୀ ୬ ରୁ ୧୧ ମାସ ଲାଗିପାରେ |ଛୁରୀ ରେ ଏହାକୁ ଗଛ ରୁ କାଟି ପାରିବେ ଏବଂ ୨-୩ ଦିନ ମଧ୍ୟରେ ଏହାକୁ ଖାଇ ହେବ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ