1. ଉଦ୍ୟାନ କୃଷି

ଆଳୁ ରେ ଗୋଲାପ ଡାଳ !

ଆଳୁ ରେ ଗୋଲାପ ଡାଳ !

KJ Staff
KJ Staff

ଏହା ହେଲା ପରିଣତି ..

ଘରେ ଗୋଟେ ଗୋଲାପ ର କୁଣ୍ଡ ଦେଖିଲେ ମନ ଉତ୍ଫୁଳିତ ହୋଇ ଉଠେ |କେବେ ଭାବିଛନ୍ତି ଆଳୁ ରେ ଗୋଲାପ ଡାଳ ଲଗାଇଲେ କଣ ହୋଇପାରେ ?ଗୋଲାପ କୁ ମାଟି ରେ ଲଗାଇଲେ ତାହା ବଡ ହେବାକୁ ଯେତିକି ସମୟ ଲାଗିଥାଏ ଏହି ପ୍ରକ୍ରିୟା ରେ ଲଗାଇଲେ ତାହା ଶୀଘ୍ର ବଡ ହୋଇଥାଏ | ଘରେ ଗୋଟେ ଗୋଲାପ ର କୁଣ୍ଡ ଦେଖିଲେ ମନ ଉତ୍ଫୁଳିତ ହୋଇ ଉଠେ |କେବେ ଭାବିଛନ୍ତି ଆଳୁ ରେ ଗୋଲାପ ଡାଳ ଲଗାଇଲେ କଣ ହୋଇପାରେ ?ଗୋଲାପ କୁ ମାଟି ରେ ଲଗାଇଲେ ତାହା ବଡ ହେବାକୁ ଯେତିକି ସମୟ ଲାଗିଥାଏ ଏହି ପ୍ରକ୍ରିୟା ରେ ଲଗାଇଲେ ତାହା ଶୀଘ୍ର ବଡ ହୋଇଥାଏ |

ଫୁଲ ରେ ଆପଣଙ୍କ ମାନସିକତା ..

ସୁନ୍ଦର ମନୋହର ଗୋଲାପ ଆପଣଙ୍କ ଶରୀର ଲାଗି କେତେ ଉପଯୋଗୀ ସେ ବିଷୟରେ ଜାଣିଛନ୍ତି କି ?ଆଲର୍ଜି ମୁଣ୍ଡ ବିନ୍ଧା ପରି କେତେକ ସମସ୍ୟା ସହ ଆପଣଙ୍କ ମାନସିକ ସନ୍ତୁଳନ କୁ ବଜାଇ ରଖିଥାଏ ଗୋଲାପ ଗଛ |ମନୋବୈଜ୍ଞାନିକ ମାନେ ମତ ଦିଅନ୍ତି ଯେ ଘର ଭିତରେ ଗଛ ରହିବା ଶରୀର ପ୍ରତି ବେଶ ହିତକର ହେବ ସହ ,ଏହା ଆପଣଙ୍କ ବାସ ଭବନ କୁ ଲୋଲୁପ ଦୃଷ୍ଟି ରୁ ରକ୍ଷା କରିଥାଏ |ଗଛ କିଣିବା ଅବଶ୍ୟ ଭଲ ମାତ୍ର ଏହାକୁ ନିଜେ ଲଗାଇବା ଏକ ଉତ୍ତମ ବିକଳ୍ପ |

ଆଳୁ ଓ ଗୋଲାପ !

ଶୁଣିଲେ ଅବଶ୍ୟ ଆଶ୍ଚର୍ଯ୍ୟ ହେବେ ହେଲେ ଏହି ପରି ଗୋଲାପ ଗଛ ଲଗାଇବାକୁ କେବଳ ଆବଶ୍ୟକ ଆଳୁ ,ଗୋଲାପ ଡାଳ ,କୁଣ୍ଡ ,ପ୍ଲାଷ୍ଟିକ ବୋତଲ ଏବଂ ଅଳ୍ପ ମାଟି |ସମସ୍ତଙ୍କୁ ଗୋଲାପ ଫୁଲ ବେଶ ପସନ୍ଦ ଆସିଥାଏ ଏବଂ ଏହି ଉପାୟ ଦ୍ୱାରା ଆପଣ ସର୍ବଦା ନିଜ ଘର ବା ବଗିଚା କୁ ଗୋଲାପ ଫୁଲ ରେ ସୁସଜ୍ଜିତ କରି ରଖିପାରିବେ |ଅଧିକ ଅମଳ ହେଲେ ଏହି ଉପାୟରେ ଆପଣ ଗୋଲାପ ବ୍ୟବସାୟ ମଧ୍ୟ କରିପାରିବେ |

ଏହି ପ୍ରକ୍ରିୟା ର ଏକ ଭିଡିଓ ଝଲକ ଏଠାରେ ଦେଖନ୍ତୁ |

ଡାଳ ଲଗାଇବା ପ୍ରକ୍ରିୟା

ଗୋଟେ ଗୋଲାପ ଡାଳ କୁ ଆଣି ସେଥିରୁ ଫୁଲ ରୁ ୩ ସେ.ମି ତଳକୁ ତେରଛା କରି କାଟନ୍ତୁ |ଗୋଟେ ଆଳୁ ରେ ମଝିରେ ଏକ କଣା କରି ସେଥିରେ ଗୋଲାପ ଡାଳ ପୁରାନ୍ତୁ |ଡାଳ ଟା ଭଲ ଭାବେ ପଶି ରହିବା ଆବଶ୍ୟକ |କୁଣ୍ଡ ରେ ୫ ସେ ମି ଯାଏ ମାଟି ଭରନ୍ତୁ ଏବଂ ଏହା ଉପରେ ଆଳୁ ରଖନ୍ତୁ |ଆଳୁ ଉପରେ ବଳକା ମାଟି ଭରନ୍ତୁ |ପ୍ଲାଷ୍ଟିକ ବୋତଲ କୁ କାଟି ମାଟି ଉପରକୁ ଦିଶୁଥିବା ଗୋଲାପ ଡାଳ ଉପରେ ଘୋଡାଇ ଦିଅନ୍ତୁ |ସମୟ ସମୟରେ ପାଣି ଦିଅନ୍ତୁ |

ଖୁବ ଶୀଘ୍ର ଆପଣ ନିଜ ସୁନ୍ଦର ସରସ ଗୋଲାପ ଗଛ କୁ ବଢିବାର ଦେଖିବେ |

ଜରୁରୀ ସୂଚନା :ଏହି ପ୍ରକ୍ରିୟା ର ସଫଳତା ର କୌଣସି ନିଶ୍ଚିନ୍ତତା ନାହିଁ |କେତେକ କ୍ଷେତ୍ର ରେ ଏହା ସଫଳ ହେବାର ମଧ୍ୟ ଦେଖିବାକୁ ମିଳିଛି |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments