1. ଉଦ୍ୟାନ କୃଷି

ନଡ଼ିଆ ଷଡ଼େଇ ରେ ଲଗାନ୍ତୁ ଗଛ ..

ନଡ଼ିଆ ଷଡ଼େଇ ରେ ଲଗାନ୍ତୁ ଗଛ ..

KJ Staff
KJ Staff
ଖରା ଦିନ ରେ ରାସ୍ତା ରେ ଆପଣ ପଇଡ ବିକାଳୀ ଙ୍କୁ ନିଶ୍ଚିନ୍ତ ଦେଖୁଥିବେ ଏବଂ ଏହା ସହ ଗ୍ରୀଷ୍ମ ଦାଉ ରୁ ରକ୍ଷା ପାଇବା ଲାଗି ପଇଡ ପାଣି କୁ ସଂଜୀବନୀ ପରି ନିଶ୍ଚିନ୍ତ ପିଇବାକୁ ଭଲପାଉଥିବେ |ତେବେ ଏହି ପଇଡ ପିଇଲା ପରେ ଆପଣ ଷଡ଼େଇ ଟିକୁ ଫୋପାଡ଼ି ଦେଉଥିବେ ମାତ୍ର ଏହାକୁ ବ୍ୟବହାର କରିବା ଲାଗି ଏକ ପ୍ରକୃଷ୍ଟ ଉପାୟ ହେଉଛି ସେଥିରେ ଗଛ ଲଗାଇବା |

ଏନେଇ ଗୁଜୁରାଟ ର ଏକ ଛୋଟ ଜିଲା ରେ ପ୍ଲାଷ୍ଟିକ ବ୍ୟବହାର ଉପରେ ସମ୍ପୂର୍ଣ କଟକଣା ଲଗାଇବା ଲାଗି ଆରମ୍ଭ କରାଯାଇଛି ଏହିପରି କିଛି ନୂତନ ପ୍ରକଳ୍ପ |ସେହି ଜିଲା ର ବନ ବିଭାଗ ଦ୍ୱାରା ଆରମ୍ଭ ହେଇଥିବା ଏହି ନୂତନ ପ୍ରଯୁକ୍ତି ଦ୍ୱାରା ପ୍ଲାଷ୍ଟିକ ରୁ ମୁକ୍ତି ମିଳିବ ସହ ,ଏହି ଅଦରକାରୀ ସଢ଼େଇ ମାନଙ୍କର ଏକ ଭିନ୍ନତମ ବ୍ୟବହାର କରାଯାଇପାରିବ |


ପୂର୍ବରୁ ବନ ବିଭାଗ ର ଅଧିକାରୀ ମାନେ ଜଙ୍ଗଲୀ ଗଛ ର ଚାରା ପ୍ରସ୍ତୁତି ଲାଗି ପତଳା ପ୍ଲାଷ୍ଟିକ ବିଶିଷ୍ଟ ଜରି ର ବ୍ୟବହାର କରୁଥିଲେ |ମାତ୍ର ପ୍ଲାଷ୍ଟିକ ହେତୁ ହେଉଥିବା ପ୍ରଦୂଷଣ କୁ ନଜର ରେ ରଖି ବର୍ତ୍ତମାନ ସେମାନେ ଏହି ନଡ଼ିଆ ଷଡ଼େଇ ର ବ୍ୟବହାର କରିବା ଆରମ୍ଭ କରିଛନ୍ତି ଏବଂ ଏଥିରେ ଚାରା ଗଛ ଅଧିକ ଉତ୍ତମ ମାନ ର ହୋଇଥିବାର ପ୍ରକାଶ ହୋଇଛି |

ଏଠାରେ ଉଲ୍ଲେଖନୀୟ ଯେ ବନ ବିଭାଗ ର ଅଧିକାରୀ ମାନେ ପ୍ରଥମେ ନୀଳଗିରି ,ତୁଳସୀ ,ଇତ୍ୟାଦି ୧୫୦୦ ଟି ଚାରା ନଡ଼ିଆ ଷଡ଼େଇ ରେ ମଞ୍ଜି ଲଗାଇଥିଲେ |
ବନ ବିଭାଗ ର ଡେପୁଟି କନ୍ସରଭେଟର ଏସ.କେ .ପାୱାର ଙ୍କ ଅନୁଯାୟୀ ପ୍ରଥମେଏହି ଷଡ଼େଇ ର ତଳ ଭାଗ କୁ କାଟି ଦିଆଯାଏ ଯାହା ଫଳରେ ,ଚାରା କୁ ସେଇ ନଡ଼ିଆ ଷଡ଼େଇ ସହ ଜମି ରେ ରୋପଣ କରି ହେବ |


ଏହା ଦ୍ୱାରା ଗଛ ର ଚେର ନଷ୍ଟ ହୁଏ ନାହିଁ ଏବଂ ତାକୁ ବଢିବା କୁ ଉଚିତ ଜାଗା ମଧ୍ୟ ମିଳିଥାଏ |ଏହା ବ୍ୟତୀତ ଏହି ନଡ଼ିଆ ଷଡ଼େଇ ୧୦୦ % ବାୟୋ- ଡିଗ୍ରେଡେଵଲ ମଧ୍ୟ ତେଣୁ ଏହା ଦ୍ୱାରା ପ୍ରଦୂଷଣ ମଧ୍ୟ ହୁଏ ନାହିଁ |

ତେଣୁ ନଡ଼ିଆ ଷଡ଼େଇ କୁ ନ ଫୋପାଡ଼ି ଏବେ ତା ମାଧ୍ୟମ ରେ ଏକ ନୂତନ ଜୀବନ ର ଆରମ୍ଭ କରିବା ସହ ଆପଣ ପରିବେଶ ର ସୁରକ୍ଷା ମଧ୍ୟ କରିପାରିବେ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments