ପୋଟଳ ଓଡିଶା ର ଏକ ଲୋକପ୍ରିୟ ପାରିବ |ଅକ୍ଟୋବର ମାସରୁ ଆରମ୍ଭ କରି ପୁରା ଖରା ଦିନ ସାରା ଏହା ଫଳ ଦେଇଥାଏ |ଏହାର ରୋଗପୋକ ସମର୍ଥ କମ ଥିବାରୁ ଓଡିଶା ର ବିଭିନ୍ନ ଅଂଚଳରେ ଏହା ଏକ ଲାଭଜନକ ଫସଲ ଭାବେ ଚାଷ କରାଯାଏ |ଏଥିରେ ପୃଷ୍ଟିସାର,ଭିଟାମିନ ଓ ଖଣିଜ ଲାବନରେ ଭରପୁର |ଏଥିରେ ସରକାର କମ ଥିବା ହେତୁ ରକ୍ତ ସଞ୍ଚାଳନ କୁ ଲାଭ ପହଞ୍ଚି ଥାଏ |ଏହା ଦ୍ୱାରା ରକ୍ତ ସ୍ରାବ ଓ କଲେଷ୍ଟ୍ରଲ ରୋଗୀଙ୍କୁ ଉପକାର ମିଳିଥାଏ |ଏହା ସହ ପୋଟଳ କୁ ମଧ୍ୟ ସ୍ୱାଦିଷ୍ଟ ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରାଯାଏ |
ପୋଟଳ ଚାରା ପ୍ରସ୍ତୁତି ର ବିଭିନ୍ନ ଉପାୟ :
୧)ମଞ୍ଜି :ଏହା ଅଧିକ ଲୋକପ୍ରିୟ ନୁହେଁ କାରଣ ଏଥିରୁ ପ୍ରସ୍ତୁତ ଚାରା ପ୍ରାୟେ ଶତକଡା ୫୦ ଭାଗ ଅଣ୍ଡିରା ହୋଇଥାଏ |ଯେହେତୁ ଫୁଲ ଧରିବା ଯାଏ ଲିଙ୍ଗ ଜାଣିବାର କୌଣସି ଉପାୟ ନଥାଏ ତେଣୁ ଏଥିରୁ ଅମଳ କମ ଆସେ |
୨)କନ୍ଦ: କନ୍ଦ ରୁ ଚାରା ପାଇବାକୁ ହେଲେ ଚାଷ କରିଥିବା ଜମି ରେ ହିଁ କନ୍ଦ ଛାଡିବାକୁ ପଡେ |ଏଥିରେ ମଧ୍ୟ ଗଛ ର ଲିଙ୍ଗ ନିୟନ୍ତ୍ରଣ ର କୌଣସି ଉପାୟ ନାହିଁ |
୩)କାଣ୍ଡ/ଲଟା ଖଣ୍ଡ:ଏଥିରୁ ଚାରା ପ୍ରସ୍ତୁତ କରିବା ଲାଗି ପ୍ରଥମେ ଭଲ ଅମଳ ଦେଉଥିବା ଗଛ ର ଆବଶ୍ୟକତା ଥାଏ |ଫୁଲ ଫଳ ଆସିଲା ପରେ ମାଇଁ ଓ ଅଣ୍ଡିରା ଗଛ କୁ ଚିହ୍ନନ୍ତୁ |ଏହାକୁ ପ୍ରାୟେ ୬ ଇଞ୍ଚ ରୁ ୧ ଫୁଟ (୪ ରୁ ୫ ଟି ଯୋଡ଼ା ବା ଗଣ୍ଠି ଥିବା ଆବଶ୍ୟକ )ଲମ୍ବା ରେ କାଟି ଦିଅନ୍ତୁ |ଏକ ପତ୍ର ରେ softened rootex କୁ ୧୦୦ ମି.ଲି ପାଣି ରେ ୧ ଗ୍ରାମ ମିଶାଇ ମିଶ୍ରଣ ତିଆରି କରନ୍ତୁ |କଟା ହେଇଥିବା ଡାଳ ର ମୁଣ୍ଡଗୁଡିକ କୁ ସେଥିରେ ୧୦ ମିନିଟ ବୁଡାଇ ରଖନ୍ତୁ |
ପରେ ଏହି ଖଣ୍ଡ ଗୁଡିକ ପଲିଥିନ ରେ ଥିବା ମାଟି ମିଶ୍ରଣ (ଦୋରସା ମାଟି,ଜିଆ ଖତ ,କରତା ଗୁଣ୍ଡ ଇତ୍ୟାଦି )ରେ ପୋତି ଦିଅନ୍ତୁ |
୪)ପେଶୀପୋଷଣ ପଦ୍ଧତି:ଏହି ପଦ୍ଧତି ରେ ପୋଟଳ ରେମାଇଁ ଓ ଅଣ୍ଡିରାଗହଚ ର ଅଲଗା ଅଲଗା ରୋଗମୁକ୍ତ ଚାରା ପ୍ରସ୍ତୁତକରାଜ୍ୟେଏବଂଏହି ଗଛ ର ଅଂଶ କୁ ପ୍ରଥମେ ବିଶୋଧନ କରି ପ୍ରୟୋଗଶାଲା ମଧ୍ୟରେ ଏକ କୁତ୍ରିମ ଆଧାରରେ ରୋପଣ କରାଯାଏ |
Share your comments