Krishi Jagran odia
Menu Close Menu

ପୋଟଳ ରେ ପୋକ ଲାଗିଛନ୍ତି କି (ଦ୍ଵିତୀୟ ଭାଗ )

Tuesday, 05 February 2019 03:21 PM
pests

ପୋଟଳ ରେ ପୋକ ନିଧନ କରିବେ କିପରି

କାଲି ପ୍ରକାଶ ପାଇଥିବା ପୋଟଳ ରେ ପୋକ ଲାଗିଛନ୍ତି କି ର ଅବଶିଷ୍ଟାଂଶ ଆଗକୁ ପଢନ୍ତୁ …

ଗଣ୍ଥିବିନ୍ଧା ପୋକ :ଏହି ପୋକ ଡଙ୍କ ଖାଇ ସୁଢ଼ଙ୍ଗ କରିଦେଇଥାନ୍ତି ଯାହାଦ୍ୱାରା ଡଙ୍କ ଫୁଲିଯାଏ|ଆକ୍ରମଣ ଅଧିକ ହେଲେ ଛୋଟ ଗଛ ଗୁଡିକ ଶୁଖିକି ମରିଯାଏ |

ପ୍ରତିକାର :ଫେନଭଲରେଟ ୨୦ଇ .ସି . ମି.ଲି ସିଞ୍ଚନ କଲେ ଏହି ପୋକ ରୁ ରକ୍ଷା ମିଳିଥାଏ |

 

ନାଲି ବୁଢିଆଣୀ :ଏହି ପୋକ ଗଛର ତଳ ଭାଗ କୁ ଖାଇ ରସ ଶୋଷି ନିଏ ପତ୍ର ଗୁଡିକ ସ୍ଵାଉଜ ଅଂଶ କମିଯିବାରୁ ଖାଦ୍ୟ ପ୍ରସ୍ତୁତି ବାଧାପ୍ରାପ୍ତ ହୋଇଥାଏ ଏବଂ ଶେଷରେ   ପତ୍ର ସୁଖୀ ଝଡ଼ିଯାଏ  |


ପ୍ରତିକାର :ଡ଼ାଈକୋଫୋଲ ୨.୬୫ ମିଲି ଘୋଳକୁ ୧୫ ରୁ ୨୦ ଦିନ ବ୍ୟବଧାନରେ ସିଞ୍ଚନ କଲେ ସୁଫଳ ମିଳେ

 

red spider mite

ମୂଳ ଗ୍ରନ୍ଥି ସୂତ୍ର କୃମି :ଆକ୍ରାନ୍ତ ଗଛ ଚେରରେ ଅନେକ ଗଣ୍ଠି ସୃଷ୍ଟି ହୋଇଥାଏ |ଯାହାଦ୍ୱାରା କି ପତ୍ର ଗୁଡିକ ହଳଦିଆ ପଡି ଛୋଟ ହୋଇ ରହି  ଯାନ୍ତି |ଗଛର ଡଙ୍କ ଗୁଡିକ ସୁଖୀ ଝାଉଁଳି ପଡେ

ପ୍ରତିକାର :ରୋପଣ ପୂର୍ବରୁ ଜମିରେ ଗତ ପିଛା ୫୦୦ ଗ୍ରାମ ନିମ ପୀଡ଼ୁଆ ଗୋବର ଖତ ସହ ମିଶାଇ ପ୍ରୟୋଗ କଲେ ଏହାର ଆକ୍ରାନ୍ତ କମିଥାଏ |

ନାଲି କଖାରୁ ପୋକ :ବୟସ୍କ ପୋକ ପତ୍ରକୁ ଖାଇ ସେଥିରେ କଣା କରିଦେଇଥାନ୍ତି |ଛୋଟ ଗଛ ଉପରେ ଏହାର ଆକ୍ରମଣ ଅଧିକ ଦେଖିବାକୁ ମିଳିଥାଏ |

ପ୍ରତିକାର :ସେଭିନ ୨ ଗ୍ରାମ ପ୍ରତି ଲିଟର ଘୋଳାକୁ ୬ ରୁ ୭ ଦିନ ବ୍ୟବଧାନରେ ସିଞ୍ଚନ କଲେ ଏହାର  ପାତୃଭାଵ କମିଥାଇ 

pointed gourd pest disease

Share your comments


CopyRight - 2019 Krishi Jagran Media Group. All Rights Reserved.