Horticulture

ପୋଟଳ ରେ ପୋକ ଲାଗୁଛନ୍ତି କି ?

ଘରେ ଘରେ ପରିଚିତ ପୋଟଳ ର ଚାଷ ଯେତିକି ସହଜ ;ଅଧିକ ଲାଭବାନ ହେବା ଲାଗି ତାର ରକ୍ଷଣ ଭକ୍ଷଣ ମଧ୍ୟ ସେତିକି ଆବଶ୍ୟକ |ତେଣୁ ଏନେଇ ଏହାର ରୋଗ ପୋକ ପରିଚାଳନା କରିବା ଦରକାର |ପୋଟଳ ରେ ହେଉଥିବା କେତୋଟି ରୋଗ ଓ ତାର ପରିଚାଳନା ବିଷୟରେ ଜାଣିବାକୁ ଆଗକୁ ପଢନ୍ତୁ |

04 February, 2019 1:09 PM IST By: KJ Staff
ଘରେ ଘରେ ପରିଚିତ ପୋଟଳ ର ଚାଷ ଯେତିକି ସହଜ ;ଅଧିକ ଲାଭବାନ ହେବା ଲାଗି ତାର ରକ୍ଷଣ ଭକ୍ଷଣ ମଧ୍ୟ ସେତିକି ଆବଶ୍ୟକ |ତେଣୁ ଏନେଇ ଏହାର ରୋଗ ପୋକ ପରିଚାଳନା କରିବା ଦରକାର |ପୋଟଳ ରେ ହେଉଥିବା କେତୋଟି ରୋଗ ଓ ତାର ପରିଚାଳନା ବିଷୟରେ ଜାଣିବାକୁ ଆଗକୁ ପଢନ୍ତୁ |

ଝୁଅଁଳା ରୋଗ :ଏହି ମୂର୍ତ୍ତିକ ଜନିତ ରୋଗରେ ଗଛ ଗୁଡିକ ଅଗରୁ ଶୁଖିବା ଆରମ୍ଭ କରିଥାନ୍ତି ଏବଂ ପରିଶେଷରେ ସମ୍ପୂର୍ଣ ଗଛ ଶୁଖିଯାଏ |ଆକ୍ରାନ୍ତ ଗଛ ଛେରା ସଢ଼ି ଯାଏ ଏବଂ କଲା ପଡ଼ିଯାଏ |

ପ୍ରତିକାର :ଚାରା ଲଗାଇବା ସମୟରେ ଚେର ଗୁଡିକ ବାଭିଷ୍ଟିନ ( ଗ୍ରାମ/ଲିଟର )ଘୋଳାରେ ବୁଡାଇ ୨୦ ମିନିଟ ଯାଏ ରଖନ୍ତୁ|ଫଳ ଧରିବା ସମୟରେ ବାଭିଷ୍ଟିନ କିମ୍ବା ଭିଟାଭାକ୍ସ ଘୋଳ ଦ୍ୱାରା ଗଛ ମୂଳକୁ ଭିଜାଇଲେ ସୁଫଳ ମିଳେ |

ଆନ୍ତଃରାକନୋସ:ଏହି ରୋଗରେ ପତ୍ର ଉପର ଭାଗରେ ହଳଦିଆ ରଙ୍ଗ ଛୋଟ ଛୋଟ ଦାଗ ହେଇଯାଏ |ଧୀରେ ଧୀରେ ସେହି ଦାଗ ବଢି ବାଦାମୀ  ପରେ କଲା ରଙ୍ଗ ହୋଇଯାଏ |

 

ପ୍ରତିକାର :ଡିଥେନ -ଏମ - ୪୫ କୁ ରୁ ଦିନ ବ୍ୟବଧାନରେ ଗ୍ରାମ/ଲିଟର ହିସାବରେ ସିଞ୍ଚନ କଲେ ଏହି ରୋଗର ପ୍ରତିକାର ହୁଏ |

ପାଉଁଶିଆ ରୋଗ :ଏହି ରୋଗରେ ଧଳା ପାଉଡର ପରି ଦାଗ ଗଛ ପତ୍ର ରେ ଦେଖାଯାଏ |ପରେ ଏହା ସମ୍ପୂର୍ଣ ଗଛ ରେ ଦେଖିବାକୁ ମିଳେ |ଅଧିକ ଆକ୍ରାନ୍ତ ପତ୍ର ଗୁଡିକ ସୁଖୀ ଝଡି  ଯାଏ |

 

ପ୍ରତିକାର :ସଲଫର ଗ୍ରାମ /ଲିଟର କୁ ୧୫ ଦିନ ବ୍ୟବଧାନ ରେ ସିଞ୍ଚନ କଲେ ରୋଗ ଆକ୍ରାନ୍ତ କମିଯାଇ ପରେ |

 

 

କାଲି ପ୍ରକାଶ ପାଇବ ପୋଟଳ ର ପୋକ ଆକ୍ରମଣ ଓ ପରିଚାଳନା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)