1. ଉଦ୍ୟାନ କୃଷି

ଲାଭଦାୟକ କିଆ ଫୁଲ ଚାଷ

ଗଞ୍ଜାମ କିଆ ଫୁଲ ନାଁ ତ ଆପଣ ଶୁଣିଥିବେ l ଏହି ଫୁଲ କିଆ ତେଲ ବାହାର କରିବା ପାଇଁ ବ୍ୟବହୃତ ହେଉଥିବା ଏକ ପ୍ରକାର ସୁଗନ୍ଧିତ ଫୁଲ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ବଢୁଥିବା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ପର୍ଯାବରଣୀୟ କ୍ଷେତ୍ର (Natural Habitat) ଅଟେ ଯାହା ଖୁବ ସୁନ୍ଦର ଦେଖିବାକୁ ।

Tanushree Mahapatra
Tanushree Mahapatra
Profitable farming of kewda flower , image source - pexels.com

Profitable farming of kewda flower , image source - pexels.com

ଗଞ୍ଜାମ କିଆ ଫୁଲ ନାଁ ତ ଆପଣ ଶୁଣିଥିବେ l ଏହି ଫୁଲ କିଆ ତେଲ ବାହାର କରିବା ପାଇଁ ବ୍ୟବହୃତ ହେଉଥିବା ଏକ ପ୍ରକାର ସୁଗନ୍ଧିତ ଫୁଲ । ଦକ୍ଷିଣ ଏବଂ ଦକ୍ଷିଣ-ପୂର୍ବ ଏସିଆରେ ବଢୁଥିବା ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପ୍ରାକୃତିକ ପର୍ଯାବରଣୀୟ କ୍ଷେତ୍ର (Natural Habitat) ଅଟେ ଯାହା ଖୁବ ସୁନ୍ଦର ଦେଖିବାକୁ । ଭାରତରେ ଉତ୍ପାଦନ ହେଉଥିବା କିଆ ଫୁଲର ପ୍ରାୟତଃ ୯୦ ପ୍ରତିଶତ ଗଞ୍ଜାମ ଜିଲ୍ଲାରେ ହିଁ ଉତ୍ପାଦିତ ହୋଇଥାଏ । ୨୦୧୨ ମାର୍ଚ୍ଚ ୧୯ ତାରିଖରେ ଭାରତ ସରକାରଙ୍କ ଦ୍ୱାରା ଗଞ୍ଜାମର କିଆ ଫୁଲକୁ ଭୌଗୋଳିକ ଉପଦର୍ଶକ ତଥା GI tag (Geographical Indication) ମାନ୍ୟତା ମିଳିଛି ।

ଏହି ବୃକ୍ଷରେ ଭିନ୍ନ ଭିନ୍ନ ଲିଙ୍ଗର ଫୁଲ ଫୁଟିଥାଏ । ସଂସ୍କୃତରେ ଏହି ଫୁଲକୁ କେତକୀ ଫୁଲ  କୁହାଯାଇଥାଏ । ସେହିପରି ପୁରୁଷ ବୃକ୍ଷକୁ କେତକୀ ବିଫଳ କୁହାଯାଉଥିବା ବେଳେ ଅନ୍ୟପଟେ ସ୍ତ୍ରୀଲିଙ୍ଗୀୟ ପୁଷ୍ପକୁ ସ୍ୱର୍ଣ୍ଣ କେତକୀ ବୋଲି କୁହାଯାଇଥାଏ । ତେବେ ପୁଲିଙ୍ଗୀୟ ଗଛକୁ କେବଳ ଫୁଲ ଏବଂ ଅତର ଉତ୍ପାଦନ ପାଇଁ ବ୍ୟବହାର କରାଯାଉଥିବା ବେଳେ ଅନ୍ୟପଟେ ସ୍ତ୍ରୀଲିଙ୍ଗୀୟ ଗଛରୁ କିଆ ଫଳ ଫଳିଥାଏ । କିଆଫୁଲ ଏବଂ ସେଥିରୁ ପ୍ରସ୍ତୁତ ହେଉଥିବା ତେଲ ଗଞ୍ଜାମ ଜିଲ୍ଲା ପାଇଁ ବିଶେଷ ଅଟେ । ତେବେ ଗଞ୍ଜାମର ପ୍ରାୟ ଚାରୋଟି ସାମୁଦ୍ରିକ ଅଞ୍ଚଳ ଛତ୍ରପୁର, ରଙ୍ଗେଇଲୁଣ୍ଡା, ଚିକିଟି, ଗୋପାଳପୁରରେ ଏହି ଫୁଲ ଚାଷ ଅଧିକ କରାଯାଏ । ଏହି ଫୁଲକୁ ଅତର ଶିଳ୍ପ ଛଡା ଗୁଟକା ତିଆରିରେ ମଧ୍ୟ ବ୍ୟବହାର କରାଯାଏ । ତେବେ କିଆଫୁଲରୁ ରସ ବାହାର କରିବାପାଇଁ ଜିଲ୍ଲାରେ ପ୍ରାୟ ଅନେକ ଭାଟି ରହିଛି ।

ବର୍ଷ ବର୍ଷ ଧରି ଜିଲ୍ଲାର କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏହାକୁ ଖୁବ ଯତ୍ନ ସହକାରେ ରକ୍ଷଣାବେକ୍ଷଣ କରିଆସିଛନ୍ତି ଜିଲ୍ଲାବାସୀ । ସୂର୍ଯ୍ୟୋଦୟ ପୂର୍ବରୁ ବୁଲି ବୁଲି ଗଛରୁ ଫୁଲକୁ ସଂଗ୍ରହ କରିଥାନ୍ତି ସେଠାକାର ସ୍ଥାନୀୟ ବାସିନ୍ଦାମାନେ । ଫୁଲ ହିସାବରେ ଚାଷୀ ପରିବାର  କିଆଫୁଲ ବର୍ଷକୁ ଦୁଇ ଥର ଆଦାୟ କରି ବାହାରକୁ ଚାଲାଣ କରିଥାନ୍ତି ।

ଧାନ ଚାଷ ଠାରୁ ଏହା ଅଧିକ ଲାଭଦାୟକ ଫସଲ ଅଟେ । ସାଧରଣତଃ ସମୁଦ୍ର ଉପକୂଳ ଅଂଚଳରେ ଏହା ଅଧିକ ମାତ୍ରାରେ ଚାଷ ହୁଏ l ଚାଷୀମାନେ ଫୁଲ ଅମଳ ପରେ କିଛି ଏଜେଣ୍ଟ ଜରିଆରେ କିମ୍ବା ସିଧାସଳଖ ଭାଟିରେ ଆଣି କିଅlଫୁଲ ବିକ୍ରି କରିଥାନ୍ତି । ଏହି ବ୍ୟବସାୟ କରି ବାର୍ଷିକ ପ୍ରାୟତଃ ୨ ଲକ୍ଷ ଲୋକ ରୋଜଗାର ପାଇଥାନ୍ତି । ବର୍ତ୍ତମାନ ଗୋଟିଏ କିଆଫୁଲ ଦର ବଜାରରେ ୧୦ ରୁ ୧୨ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରାଯାଉଛି । ଋତୁ ଅନୁଯାୟୀ ଏହାର ଦର ବୃଦ୍ଧି ମଧ୍ୟ ହୋଇଥାଏ । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments