1. ଉଦ୍ୟାନ କୃଷି

ଶୀତଦିନେ ରୋଜଗାର ଦେବ ଗେଣ୍ଡୁଫୁଲ ଚାଷ

ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ଭରପୁର ଏକ ଫୁଲ ହେଉଛି ଗେଣ୍ଡୁ l ଯାହାର ଅନେକଗୁଡିଏ ଭଲ ଗୁଣ ରହିଛି । ଆଉ ଏହା ଶୀଘ୍ର ନଷ୍ଟ ହୁଏ ହୁଏ ନାହିଁ l ଅପେକ୍ଷାକୃତ ଭାବେ ଏହା ଟିକେ ଟାଣ, ଶସ୍ତା, ସୁନ୍ଦର ଓ ସହଜରେ ବଜାରରେ ମିଳିଥାଏ । ଆଉ ଆଜିକାଲି ପ୍ରତି ସ୍ଥାନରେ ଏହି ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଛି । ଦେଶ ବାହାରକୁ ମଧ୍ୟ ଏହି ଫୁଲ ରପ୍ତାନି କରାଯାଉଥିବା ନଜିର ରହିଛି l ପୂଜା ପର୍ବଠାରୁ ଆରମ୍ଭ କରି ଅନେକ ଉପାସନା ପୀଠ ସହିତ ସଭା ସମିତି ମାନଙ୍କରେ ଏହି ଫୁଲର ଆଦର ସବୁଠି ରହିଛି ।

Tanushree Mahapatra
Tanushree Mahapatra
Profitable farming of marigold , image source - pexels.com

Profitable farming of marigold , image source - pexels.com

ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ଭରପୁର ଏକ ଫୁଲ ହେଉଛି ଗେଣ୍ଡୁ l ଯାହାର ଅନେକଗୁଡିଏ ଭଲ ଗୁଣ ରହିଛି । ଆଉ ଏହା ଶୀଘ୍ର ନଷ୍ଟ ହୁଏ ହୁଏ ନାହିଁ l ଅପେକ୍ଷାକୃତ ଭାବେ ଏହା ଟିକେ ଟାଣ, ଶସ୍ତା, ସୁନ୍ଦର ଓ ସହଜରେ ବଜାରରେ ମିଳିଥାଏ । ଆଉ ଆଜିକାଲି ପ୍ରତି ସ୍ଥାନରେ ଏହି ଫୁଲର ଚାହିଦା ଯଥେଷ୍ଟ ଅଧିକ ରହିଛି । ଦେଶ ବାହାରକୁ ମଧ୍ୟ ଏହି ଫୁଲ ରପ୍ତାନି କରାଯାଉଥିବା ନଜିର ରହିଛି l ପୂଜା ପର୍ବଠାରୁ ଆରମ୍ଭ କରି ଅନେକ ଉପାସନା ପୀଠ ସହିତ ସଭା ସମିତି ମାନଙ୍କରେ ଏହି ଫୁଲର ଆଦର ସବୁଠି ରହିଛି । ଶୀତଦିନରେ ଏହି ଫୁଲର ଚାହିଦା ଖୁବ ଅଧିକ ।

ଆଉ ଶୀତଦିନେ ଅଧିକାଂଶ ଲୋକଙ୍କ ବାଡି ବଗିଚାରେ ଏହି ଫୁଲ ଗଛ ଲାଗିଥିବା ଦେଖିବାକୁ ମିଳେ l କାରଣ ବଗିଚାରେ ବିଭିନ୍ନ ରଙ୍ଗର ଗେଣ୍ଡୁଫୁଲ ବଗିଚାର ଶୋଭାବର୍ଦ୍ଧନ ବଢ଼ିବାରେ ସାହାଯ୍ୟ କରେ । ଗେଣ୍ଡୁ ଫୁଲ ଗଛ ହେଉଛି ଏକ ତୃଣ ଜାତୀୟ ଉଦ୍ଭିଦ ଓ ମୁଖ୍ୟତଃ ଶୀତଦିନେ ହିଁ ଫୁଟିଥାଏ । କିନ୍ତୁ ଆଜିକାଲି ବଜାରରେ ବୈଜ୍ଞାନିକ ପଦ୍ଧତିରେ ସବୁଦିନିଆ କିସମ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି । ଆଉ ଏହାକୁ ବର୍ଷସାରା ଚାଷ କରାଯାଇପାରୁଛି । ଅନେକ ଚାଷୀ ମଧ୍ୟ ଏହି ଫୁଲ ଚାଷ କରି ଅନେକ ଟଙ୍କା ରୋଜଗାର କରିପାରୁଛନ୍ତି l

ଆମ ରାଜ୍ୟରେ ଗେଣ୍ଡୁ ଫୁଲର ଚାହିଦା ଯଥେଷ୍ଟ ଅଧିକ । ଚାଷ ହେଉଥିବା ସତ୍ତ୍ୱେ କିଛି ମାତ୍ରାରେ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ସେହିପରି ଆମର ରାଜ୍ୟରେ ଫୁଲର ବଜାର ତଥା ଫୁଲର ଚାହିଦା ରହିଛି । ତେଣୁ ଯଦି ଚାଷୀଭାଇମାନେ ଏହାକୁ ଉନ୍ନତ ପ୍ରଣାଳୀରେ ଚାଷ କରିବେ ଆର୍ଥିକ ଦୃଷ୍ଟିରୁ ନିଶ୍ଚିତ ଲାଭବାନ ହୋଇପାରିବେ ବାର୍ଷିକ ।  ଗେଣ୍ଡୁଫୁଲ ଚାଷ ନିଗିଡା, ଦୋରସା, ବାଲିଆ ଦୋରସା ଏବଂ ଅଧିକ ଜୈବ ଅଙ୍ଗାର ଥିବା ଚାଷ କରିହୁଏ । କାରଣ ଏହି ମାଟି ଅଧିକ ଉପଯୁକ୍ତ ହୋଇଥାଏ ଏହି ଫୁଲ ଚାଷ କରିବା ପାଇଁ l ପ୍ରତିକୂଳ ପରିବେଶରେ ମଧ୍ୟ ଗେଣ୍ଡୁ ଫୁଲ ଚାଷ କରାଯାଇପାରିବ । ଏଥିପାଇଁ ମାଟିକୁ ୨ ରୁ ୩ ଓଡ ହଲକରି ଭଲ ଭାବରେ ଗୁଣ୍ଡ କରିବା ଆବଶ୍ୟକ । 

ତେବେ ଧ୍ୟାନ ରଖିବା ଉଚିତ ଯେ ଅନାବନା ଘାସ, ଚେର , ମୂଳ ଇତ୍ୟାଦି ସଫାକରି ସମତଳ କରିବାକୁ ମାଟିକୁ । ଶେଷ ଓଡ ହଳ ସମୟରେ ହେକ୍ଟର ପ୍ରତି ୧୦ ରୁ ୨୦ ଟ୍ରାକ୍ଟର ଗୋବର ଖତ ମିଶାନ୍ତୁ । କାରଣ ଏହା ମାଟିକୁ ଫସଫସିଆ କରିବାରେ ସାହାଯ୍ୟ କରେ l ଆଉ କରିବା ପରେ ମାଟି ଜଳଧାରଣ ଶକ୍ତି ବୃଦ୍ଧି କରିଥାଏ ଓ ସର୍ବୋପରି ଉତ୍ପାଦିକା ଶକ୍ତି ମଧ୍ୟ ବଢାଏ । ଫୁଲ ଗଛର ପ୍ରତ୍ୟେକ ଶାଖା ଆଗରୁ ୨ ରୁ ୩ ଗୁଣ୍ଠ ଛାଡି ଡାଳମାନ କାଟନ୍ତୁ । ପ୍ରଥମେ ବାଲିଆ ମାଟିରେ ଖତ ମିଶା ପଟାଳିରେ ଲଗାଇ ପାଣି ଚାରା ଗୁଡିକୁ ପାଣି ଦିଅନ୍ତୁ । ଧୀରେ ଧୀରେ ପ୍ରାୟ ଏକ ସପ୍ତାହ ମଧ୍ୟରେ ଚେର ବାହାରିବା ଆରମ୍ଭ କରିଥାଏ । ମଞ୍ଜିକୁ ଆପଣ ପଟାଳିରେ ମଧ୍ୟ ବୁଣି ଚାରା ପ୍ରସ୍ତୁତ କରିପାରିବେ । ପାକଳ ଫୁଲର ମଞ୍ଜିକୁ ଚାରା ପାଇଁ ବ୍ୟବହାର କଲେ ଗଛରେ ଫୁଲର ଆକାର ବଡ ହୋଇଥାଏ । ଯାହା ଦେଖିବାକୁ ସୁନ୍ଦର ହୋଇଥାଏ l ଆଉ ଏହାର ଚାହିଦା ମଧ୍ୟ ବଜାରରେ ଅଧିକ l

ପ୍ରସ୍ତୁତ ହୋଇଥିବା ଜମିରେ ଚାରା ଗୁଡିକ ଧାଡିକୁ ଧାଡି ୪୦ ରୁ ୪୫ ସେମି ଏବଂ  ଗଛକୁ ଗଛ ୩୦ ରୁ ୪୦ ସେମି ବ୍ୟବଧାନରେ ଧାଡିରେ ଭଲ ଭାବେ ଲଗାନ୍ତୁ । ସପ୍ତାହକୁ ଥରେ କିମ୍ବା ଦୁଇଥର ହାଲୁକା ଜଳସେଚନ କରନ୍ତୁ ଏହି ଚାରା ଗୁଡିକରେ । ଚାରା ଲଗାଇବାର ଠିକ ୧୫ ରୁ ୨୦ ଦିନ ମଧ୍ୟରେ ଚାରା ଗୁଡିକରେ କୋଡାଖୁସା ଏବଂ ଘାସ ବଛା ନିହାତି ଆବଶ୍ୟକ । ଉଈ କିମ୍ବା ଅନ୍ୟାନ୍ୟ ରୋଗପୋକ ଦମନ ପାଇଁ ବିଭିନ୍ନ ଜୈବିକ ସାର ବ୍ୟବହାର କରନ୍ତୁ । ଯଦି ଆପଣ ଅଧିକ ଅମଳ ଓ ବ୍ୟବସାୟ ଭିତ୍ତିରେ ଚାଷ କରିବା ପାଇଁ ଇଛା ରଖୁଛନ୍ତି ତେବେ ସଠିକ ସାର ପ୍ରୟୋଗର ଅବଶ୍ୟକତା ରହିଛି ଚାଷ ଜମିରେ । ନଜର ରହିବା ଆବଶ୍ୟକ ଯେ ଚାଷରେ ସୁଷମ ପ୍ରୟୋଗ ହେଉଥିବା ଆବଶ୍ୟକ କାରଣ ଲାଭ ପ୍ରଦାନ କରିବାରେ ଏହାହିଁ ଆବଶ୍ୟକ । ସେହିପରି ହେକ୍ଟର ପ୍ରତି ୬୦ ରୁ ୩୦ କିଲୋ ଯବକ୍ଷାରଜାନ, ଫସଫରସ ସହିତ ପଟାସ ଆବଶ୍ୟକ କରେ ଏହି ଚାଷ  । 

ରାସାୟନିକ ସାର ସହିତ ଆପଣ ଜୀବାଣୁ ସାର ମଧ୍ୟ ପ୍ରୟୋଗ କରିପାରିବେ । କିଛି ଗବେଷଣାରୁ ଏହା ଜଣାଯାଇଛି ଯେ ଜୀବାଣୁ ସାରର ପ୍ରୟୋଗ ୨୫ ରୁ ୫୦ ଶତାଂଶ ରାସାୟନିକ ସାର ପରିମାଣ ହ୍ରାସ କରିବାରେ ସାହାଯ୍ୟ କରେ । ଆଜୋଟ ବ୍ୟାକ୍ଟେରମ ଓ ଫସଫରସ ଭଳିଆ ଦ୍ରାବକକୁ ହେକ୍ଟର ପ୍ରତି ୨ କିଲୋ କଲଚର ଗୁଣ୍ଡ ଭାବେ ମାଟିରେ ପକାଯାଏ । ଏହି କଲଚର ଗୁଣ୍ଡକୁ ଆପଣ ୧ କ୍ଵିଣ୍ଟାଲ ପରିଷ୍କାର ଗୁଣ୍ଡଖତ ମିଶାଇ ପାଣି ସହିତ ମିଶାଇ ସିଞ୍ଚି ୭ ଦିନ ପର୍ଯ୍ୟନ୍ତ ଆପଣ ପାତ୍ରରେ ଘୋଡାଇ ରଖି ଧାଡିରେ ପ୍ରୟୋଗ କରିପାରିବେ ।  ସବୁଠାରୁ ବଡ କଥା ହେଲା ଆପଣ ଯଦି, ଜୀବାଣୁ ସାର ପ୍ରୟୋଗ କରୁଛନ୍ତି ଏହା ଅନେକ ପ୍ରକାର ଉପକାର ମିଳିଥାଏ l ରାସାୟନିକ ସାର ବାବଦ ଖର୍ଚ୍ଚ ମଧ୍ୟ କମ ହୁଏ ଏହା ବ୍ୟବହାର କଲେ l  ଅନ୍ୟପଟେ ଆପଣଙ୍କୁ ଅଧିକ ଅମଳ ମଧ୍ୟ ମିଳେ l ଆଉ ଏହା ପ୍ରୟୋଗ କରିବା ଦ୍ୱାରା ଗଛରେ ଅଧିକ ଦିନ ପର୍ଯ୍ୟନ୍ତ ନୂଆ ଫୁଲ ଫୁଟିଥାଏ । ଯାହା ଆପଣଙ୍କୁ ଅଧିକ ଲାଭ ପ୍ରଦାନ କରିବାରେ ସାହାଯ୍ୟ କରେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments