1. ଉଦ୍ୟାନ କୃଷି

ଚାଷୀଙ୍କୁ ଡବଲ ଲାଭ ଦେଉଛି: ସୂର୍ଯ୍ୟମୁଖୀ ଫୁଲ ଚାଷ

ଶୀତଦିନ ଆସିଲା ମାତ୍ରେ ହିଁ ସମସ୍ତେ ନିଜ ବାଡ଼ି ବଗିଚାରେ ବିଭିନ୍ନ ଫୁଲ ଲଗାଇଥାନ୍ତି । ଯାହାଦ୍ୱାରା ବାଡ଼ି ବଗିଚା ଖୁବ ସୁନ୍ଦର ଦେଖାଯାଏ l ସେଥିରେ ନିଜକୁ ଆନନ୍ଦ ମିଳିଥାଏ । ସେହି ଫୁଲ ମଧ୍ୟରୁ ବାସ୍ନା ଓ ନିଜର ସୌନ୍ଦର୍ଯ୍ୟତା ପାଇଁ ସୂର୍ଯ୍ଯମୁଖୀ ଫୁଲ ଖୁବ ଅନ୍ୟତମ ।

Tanushree Mahapatra
Tanushree Mahapatra
Profitable sunflowers farming  , image source - pexels.com

Profitable sunflowers farming , image source - pexels.com

ଶୀତଦିନ ଆସିଲା ମାତ୍ରେ ହିଁ ସମସ୍ତେ ନିଜ ବାଡ଼ି ବଗିଚାରେ ବିଭିନ୍ନ ଫୁଲ ଲଗାଇଥାନ୍ତି । ଯାହାଦ୍ୱାରା ବାଡ଼ି ବଗିଚା ଖୁବ ସୁନ୍ଦର ଦେଖାଯାଏ l ସେଥିରେ ନିଜକୁ ଆନନ୍ଦ ମିଳିଥାଏ । ସେହି ଫୁଲ ମଧ୍ୟରୁ ବାସ୍ନା ଓ ନିଜର ସୌନ୍ଦର୍ଯ୍ୟତା ପାଇଁ  ସୂର୍ଯ୍ଯମୁଖୀ ଫୁଲ ଖୁବ ଅନ୍ୟତମ । ଦିନ ଥିଲା ଲୋକମାନେ ବାଡିରେ ଏହାକୁ ସୌନ୍ଦର୍ଯ୍ୟତା ବଢାଇବା ପାଇଁ ଲଗାଉଥିଲେ l

କିନ୍ତୁ ଏବେ ଚାଷୀଙ୍କୁ ଏହି ଫୁଲ ଚାଷ ଦ୍ଵିଗୁଣ ଅଧିକ ଲାଭ ପ୍ରଦାନ କରୁଛି l ଆଜିର ଦିନରେ କମ୍ ଜଣେ ଚାଷୀ କମ ଖର୍ଚ୍ଚରେ ଅଧିକ ରୋଜଗାର ପାଉଛି ଏବଂ ଏହି ଫୁଲ ଚାଷ ପ୍ରାୟତଃ ଅନେକ ଜିଲ୍ଲାରେ ହେଉଥିବା ଦେଖିବାକୁ ମିଳୁଛି l

ଓଡିଶାରେ ଚାଷ ବିଭିନ୍ନ ପ୍ରକାର ତୈଳବୀଜ ଫସଲ ମଧ୍ୟରୁ ସୂର୍ଯ୍ୟମୁଖୀ ହେଉଛି ସ୍ୱତନ୍ତ୍ର ଓ ଅନ୍ୟତମ । ମୁଖ୍ୟତଃ ଏହାର ତେଲ ପାଇଁ ଚାଷୀ ସୂର୍ଯ୍ୟମୁଖୀ ଚାଷ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ଏହାର ତେଲକୁ ରାନ୍ଧିବା ଏବଂ ବନସ୍ପତୀ ପ୍ରସ୍ତୁତ କରିବା ସହିତ ସାବୁନ ଏବଂ ପ୍ରସାଧନ ସାମଗ୍ରୀ ତିଆରି କରିବା ପାଇଁ ମଧ୍ୟ ବ୍ୟବହାର ହୋଇଥାଏ । ଏହି ଫୁଲର ମଝି ଅଂଶଟି ଖୁବ ପ୍ରୋଟିନ ଯୁକ୍ତ ହୋଇଥିବା ବେଳେ ଏହାକୁ ଗୋରୁ ଏବଂ କୁକୁଡାମାନଙ୍କର ଖାଦ୍ୟ ପାଇଁ ବ୍ୟବହାର କରାଯାଏ ।

ତେବେ ଏହି ସୂର୍ଯ୍ୟମୁଖୀ ଚାଷ ଅଙ୍କୁର ଏବଂ ବିହନ ବୃଦ୍ଧି ସମୟରେ ଶୀତଳ ଜଳବାୟୁର ଆବଶ୍ୟକ କରିଥାଏ । ବିହନ ଗୁଡିକ ମଞ୍ଜିରୁ ଫୁଲ ନହେବା ପର୍ଯ୍ୟନ୍ତ ଉଷ୍ମ ପାଣିପାଗ ସହିତ ଫୁଲ ଫୁଟିବା ସମୟରେ ଏବଂ ଶୁଖିଲା ପାଗରେ ଏହାର ପରିପକ୍ୱତା ହେଉଥିବା ଦେଖିବାକୁ ମିଳେ । ଭଲ ଜଳ ନିଷ୍କାସିତ ଏବଂ ହାଲୁକା ମୃତ୍ତିକାରେ ସୂର୍ଯ୍ୟମୁଖୀ ଫସଲ ଭଲ ଭାବେ ଚାଷ କରାଯାଇଥାଏ । 

ଏହି ଫସଲ ପାଇଁ ମୃତ୍ତିକାର ସର୍ବୋଚ୍ଚ pH ପ୍ରାୟତଃ ୬.୫-୮.୫ ରହିବା ଆବଶ୍ୟକ । ଜଣେ ଚାଷୀ ବିହନ ବୁଣିବା ପୂର୍ବରୁ ଅତିକମରେ ପ୍ରାୟ ୧୦ ସେଣ୍ଟିମିଟର ଗଭୀରରେ ମୃତ୍ତିକାକୁ ଆର୍ଦ୍ର କରିବା ଆବଶ୍ୟକ ଏବଂ ସଠିକ ଜଳସେଚନ କରିବା ନିହାତି ଆବଶ୍ୟକ । ତେବେ ଶୀତ ଦିନରେ ଏହା ଫସଲ କରାଗଲେ, ଏହା ଅକ୍ଟୋବର କିମ୍ବା ନଭେମ୍ବର ମାସ ମଧ୍ୟଭାଗରୁ ଜାନୁୟାରୀର ଦ୍ୱିତୀୟ ସପ୍ତାହ ମଧ୍ୟରେ ବିହନ ବୁଣିବା କାର୍ଯ୍ୟ ଆରମ୍ଭ କରିଦେବା ଆବଶ୍ୟକ ।

ତେବେ ଫସଲ କରିବାର କିଛି ଦିନ ପରେ ଫସଲର ନିମ୍ନଭାଗ ହଳଦିଆ ରଙ୍ଗ ଧାରଣ କରିବା ପରେ ଫସଲକୁ ଅମଳ କରିବା ଆବଶ୍ୟକ । ପରିପକ୍ୱ ଗୁଡିକୁ ଦାଆରେ କାଟି ଖରାରେ ଶୁଖାଇ ଦିଆଯାଇଥାଏ । ଏହାପରେ ଶୁଖିଯାଇଥିବା ଫୁଲର ମୁଣ୍ଡକୁଗୁଡିକୁ ପିଟି ଏହାର ମଞ୍ଜି ଝଡାଯାଇଥାଏ । ତେବେ ଏହି ଫସଲ ବର୍ଷାଜଳ ଅବସ୍ଥାରେ ୩୦୦ ରୁ ୫୦୦ କିଲୋଗ୍ରାମ/ହେକ୍ଟର ପ୍ରତି ଏବଂ ଜଳସେଚିତ ଅବସ୍ଥାରେ ୮୦୦ ରୁ ୧୦୦୦ କି.ଗ୍ରା/ହେକ୍ଟର ପ୍ରତି ଶସ୍ୟ ଅମଳ ଦେଇଥାଏ । ତେବେ ସରକାର ମଧ୍ୟ ଏହି ଫୁଲ ଚାଷ ପାଇଁ ବିହନ ପ୍ରଦାନ କରୁଛନ୍ତି l ଚାଷରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ସହିତ ଯୋଗାଯୋଗ କରନ୍ତୁ l କାରଣ ଅଳ୍ପ ଖର୍ଚ୍ଚରେ ଆପଣ ଏହି ଚାଷ କରିବା ପରେ ଆପଣଙ୍କୁ ଡବଲ ଲାଭ ମିଳିଥାଏ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments