1. ଉଦ୍ୟାନ କୃଷି

ଛାତ ଉପରେ ବଗିଚା, ମନକୁ ଆନନ୍ଦିତ କରିବା ସହ ଦିଏ ମାନସିକ ଶାନ୍ତି

ଚାଷ ଜମିରେ ସବୁପ୍ରକାର ଫସଲ ଚାଷ କରାଯାଇଥାଏ । ଏକଥା ତ ସମସ୍ତଙ୍କୁ ଜଣା । କିନ୍ତୁ ଥରେ ଚିନ୍ତା କଲେ ଯଦି ସହରରେ ଘର କରି ରହୁଥିବେ , ଆଉ ଘର ଛାତ ଉପରେ ଭେଳିକି ଭେଳି ପନିପରିବା ଆଉ ଫୁଲଗଛ ଲାଗିଥିବ ଆଉ ସଂନ୍ଧ୍ୟା ହେଲେ ମହମହ ପବନ ସହ ସେସବୁ ଖୁବ୍ ଆକର୍ଷଣୀୟ ଲାଗୁଥିବେ ,ଏହା ମନକୁ ଆନନ୍ଦିତ କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ ।

Sudesna Nayak
Sudesna Nayak
Roof top gardening

Roof top gardening

ଚାଷ ଜମିରେ ସବୁପ୍ରକାର ଫସଲ ଚାଷ କରାଯାଇଥାଏ । ଏକଥା ତ ସମସ୍ତଙ୍କୁ ଜଣା । କିନ୍ତୁ ଥରେ ଚିନ୍ତା କଲେ ଯଦି ସହରରେ ଘର କରି ରହୁଥିବେ , ଆଉ ଘର ଛାତ ଉପରେ ଭେଳିକି ଭେଳି ପନିପରିବା ଆଉ ଫୁଲଗଛ ଲାଗିଥିବ ଆଉ ସଂନ୍ଧ୍ୟା ହେଲେ ମହମହ ପବନ ସହ ସେସବୁ ଖୁବ୍ ଆକର୍ଷଣୀୟ ଲାଗୁଥିବେ ,ଏହା ମନକୁ ଆନନ୍ଦିତ କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ ।

 

ସମୟର ସାରାଂଶରେ ଜନସଂଖ୍ୟା ଏବେ ହୁ ହୁ ହୋଇ ବଢ଼ୁଛି । ଚାଷଜମି ସବୁ ପଡ଼ିଆ ହୋଇ ପଡ଼ିରହୁଛି । ଆଉ ବାକିତକ କାରଖାନାର କଳେବରରେ ଚାପି ହୋଇଗଲେଣି । ଯେଉଁ ଚାଷଜମି ସଭ୍ୟତାର ଆଦ୍ୟ ଓଁକାର ଥିଲା ଆଜି ତାହା ନିସ୍ୱ ପାଲଟିଯାଇଛି । ବିଜ୍ଞାନର ଚକ୍ରବୃଦ୍ଧି ହାର ସହ କୃଷି ବି ଏବେ ଅବହେଳିତ । ଯାହା ଦିନେ ସବୁଜିମାର ଆବରଣ ତଳେ ବେଶ ସତେଜ ହେଇ ଝଲସି ଉଠୁଥିଲା ଆଜି ସେସବୁ ମୁକ ପାଲଟିଯାଇଛି ।  ଆଜିକାଲି ସହରରେ ମଧ୍ୟ କୃଷିର ଚାହିଦା ଢ଼େର ଅଧିକ । କିନ୍ତୁ ସହରୀକରଣ ମଧ୍ୟରେ ଏବେ ମୁଣ୍ଡଟେକି ଉଠିଛି ରୁଫଟପ୍ ଗାର୍ଡ଼େନିଙ୍ଗ । ଯାହା ମନକୁ ଆନନ୍ଦିତ କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ ।

କହିବାକୁ ଗଲେ ଘରର ଛାତ ଉପରେ ଥିବା ଖାଲି ସ୍ଥାନ ସବୁବେଳେ ଅଦରକାରୀ ହୋଇ ପଡ଼ିରହିଥାଏ । ତେବେ ଏସବୁ ସ୍ଥାନକୁ ଯଦି କୌଣସି ଉପାୟରେ କର୍ମ ଉପଯୋଗୀ କରାଯାଇପାରନ୍ତା ତାହେଲେ ଏହା ସବୁଜମୟ ପରିବେଶ ସୃଷ୍ଟି କରିପାରିବ । ଘରର ଛାତ ଉପରେ ବଗିଚାଟିଏ ଉପଯୁକ୍ତ ସୂର୍ଯ୍ୟାଲୋକ ଓ ବର୍ଷା ପାଇପାରେ । ସବୁଠାରୁ ବଡ଼ କଥା ଏହା କି ରୁଫଟଫ ଗାର୍ଡ଼େନିଙ୍ଗ କରିବା ଦ୍ୱାରା ଯେଉଁ ଜଳ ନଷ୍ଟ ହୋଇ ଯାଉଥିଲା ତାହାକୁ ରୋକାଯାଇପାରିବ । ପରିବେଶକୁ ସୁରକ୍ଷିତ ରଖାଯାଇପାରିବ ।

ଛାତ ଉପରେ ବଗିଚା ଏକ କୌଶଳପୁର୍ଣ୍ଣ କାର୍ଯ୍ୟ । ଏଥିରେ ବିଭିନ୍ନ ପାତ୍ର ଯଥା- ସାର ଅଖା, ସିମେଣ୍ଟ ମୁଣି, ପଲିଥିନ୍, ବ୍ୟାଗ, ଫଳ, ପେଟି, ପ୍ଲାଷ୍ଟିକ୍ ଟ୍ରେ, ମାଟି କିମ୍ବା ସିମେଣ୍ଟ କୁଣ୍ଡରେ ମାଟି କରି ବଗିଚା କରାଯାଏ ।

ପ୍ରଥମତଃ ରୁଫ ଗାର୍ଡ଼େନ କିପରି କରିବା ? କେଉଁ କେଉଁ ପନିପରିବା ତଥା ଫସଲ ଲଗେଇବାକୁ ଯୋଜନା କରିବା । ମୃର୍ତ୍ତିକାର ସ୍ତର , ଡ଼୍ରେନେଜ ବ୍ୟବସ୍ଥା, ଜଳସେଚନର ସୁବିଧା ଏସବୁ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

ଉପକାରିତା

ଘରର ଛାତକୁ ଯେକୌଣସି କ୍ଷତିକାରକ ରଶ୍ମି ଓ ଅତ୍ୟଧିକ ତାପମାତ୍ରା କବଳରୁ ରକ୍ଷା କରିଥାଏ ।

ଖରା ଦିନେ ଛାତ ଥଣ୍ଡା ଓ ଶୀତ ଦିନେ ଉଷୁମ ରହିଥାଏ ।

ପରିବେଶ ପ୍ରଦୂଷଣରୁ ମୁକ୍ତ ତଥା ପରିବେଶ ସନ୍ତୁଳନରେ ସାହାଯ୍ୟ କରେ ।

ମାନସିକ ଶାନ୍ତି ତଥା ଏହା ଆକର୍ଷଣୀୟ ପରିପାଟୀରେ ଶୋଭା ପାଇଥାଏ ।

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments