1. ଉଦ୍ୟାନ କୃଷି

ହସ ଆଣିଦେଲା ଫୁଲ ବଗିଚା !!

ମେଳା ମହୋତ୍ସବ, ଘରୋଇ ସାଜସଜ୍ଜା, ବାହାବେଦୀ, ପୂଜାମଣ୍ଡପ କିମ୍ବା ଗୋଟିଏ ଫୁଲ ତୋଡ଼ା ହେଉ ଗୋଲାପ ଫୁଲକୁ ପ୍ରଥମେ ଖୋଜାଯାଏ l କିନ୍ତୁ ଆମ ଓଡ଼ିଶାରେ ଯଦିଓ ଗୋଲାପ ଫୁଲର ଚାହିଦା ବହୁତ ରହିଛି ସେହି ପରିମାଣରେ ଏହାର ଉତ୍ପାଦନ ହୋଇପାରିନାହିଁ l ଓଡ଼ିଶା ପାଇଁ ଆବଶ୍ୟକ ହେଉଥିବା ଗୋଲାପ ଫୁଲର ମୁଖ୍ୟ ଭାଗ ଆମର ପଡ଼ୋଶୀ ରାଜ୍ୟଗୁଡ଼ିକରୁ ଆସୁଛି l ଏହି ଆବଶ୍ୟକତା ପୂରଣ କରିବା ପାଇଁ ଗୋଲାପ ଚାଷ ପ୍ରତି ମନ ବଳାଇଛନ୍ତି ଗଞ୍ଜାମ ଜିଲ୍ଲାର ପାର୍ବତୀପୁରର ଉଦୀୟମାନ ଚାଷୀ ଶ୍ରୀଯୁକ୍ତ ଶ୍ରୀଧର ବର୍ମା ଏବଂ ସେ ଏଥିରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି l ସମୟ ବଦଳିବା ସହିତ ଧୀରେ ଧୀରେ ଯୁବ ବର୍ଗର ଚାଷୀମାନେ ନୂତନ ପ୍ରଣାଳୀରେ ବିଭିନ୍ନ ଚାଷକୁ ଆପଣାଉଛନ୍ତି ଏବଂ ସେଥିରୁ ଲାଭ ମଧ୍ୟ ପାଉଛନ୍ତି l

Sugyan Kumar Nayak

ଆଧୁନିକ ଜ୍ଞାନ କୌଶଳକୁ ଉପଯୋଗ କରି ଶ୍ରୀଯୁକ୍ତ ବର୍ମା ତାଙ୍କର ଏକ ଏକର ଜାଗାରେ ପଲ୍ଲୀ ହାଉସ କରି ଗୋଲାପ ଚାଷ କରିଛନ୍ତି l ପଲ୍ଲୀ ହାଉସର ଫାଇଦା ବିଷୟରେ ଶ୍ରୀଯୁକ୍ତ ବର୍ମା କୁହନ୍ତି ଯେ, ଏଥିରେ ଅତ୍ୟଧିକ ବର୍ଷା କିମ୍ବା ଉତାପର ପ୍ରଭାବ ରହେ ନାହିଁ, ଯାହା ଫଳରେ ବର୍ଷା ସାରା ଫୁଲ ଉତ୍ପାଦନ କରିବାରେ କୌଣସି ସମସ୍ୟା ରହେ ନାହିଁ l ଏହି ଭଳି ପ୍ରଣାଳୀରେ ଗୋଲାପ ଫୁଲର ଚାଷ କରି ସେ ଆଜି ସେହି ଅଞ୍ଚଳରେ ଉଦାହରଣ ପାଲଟି ଯାଇଛନ୍ତି l ତାଙ୍କର ଗୋଲାପ ବଗିଚାରେ ଆଜି ମୁଣ୍ଡ ହଲାଉଛନ୍ତି ରଙ୍ଗ ବେରଙ୍ଗର ଅନେକ କିସମର ସୁନ୍ଦର ସୁନ୍ଦର ଗୋଲାପ ଫୁଲ l ଏହି ମହ ମହ ସୁଗନ୍ଧଭରା ଗୋଲାପ ଆଜି ଆଶା ଆଣି ଦେଇଛି ଅନେକଙ୍କ ମନରେ l ଏହା ଛଡ଼ା ତାଙ୍କର ଗୋଲାପ ଉଦ୍ୟାନରେ ସହାୟକ ଭାବରେ କାର୍ଯ୍ୟ କରି ପାଞ୍ଚଗୋଟି ପରିବାର ସେମାନଙ୍କର ଜୀବିକା ନିର୍ବାହ କରୁଛନ୍ତି l

ଶ୍ରୀଯୁକ୍ତ ଶ୍ରୀଧର ବର୍ମା ସେ ନିଜେ କରିଥିବା ଗୋଲାପ ଚାଷର ଖର୍ଚ୍ଚ ଏବଂ ଲାଭ ସମ୍ପର୍କରେ ଏକ ସବିଶେଷ ହିସାବ ଦେବାକୁ ଯାଇ କୁହନ୍ତି- ସେ ଏକ ଏକର ଜମିରେ ଗୋଲାପ ଚାଷ କରିବା ପାଇଁ ପ୍ରାୟ ୬୦ ଲକ୍ଷ ଟଙ୍କା ବିନିଯୋଗ କରିଛନ୍ତି l ଏହା ମଧ୍ୟରୁ ସରକାରୀ ସହାୟତା ଭାବରେ ୩୩ ଲକ୍ଷ ଟଙ୍କା ଏବଂ ବ୍ୟାଙ୍କ ଋଣ ୧୫ ଲକ୍ଷ ଟଙ୍କା ପାଇଛନ୍ତି l

ଏକ ଏକର ସ୍ଥାନରେ ୩୦,୦୦୦  ରୁ ୩୨,୦୦୦ ଗଛ ରହୁଛି l ବର୍ଷକୁ ଏହାର ରକ୍ଷଣାବେକ୍ଷଣ, ଖତ ସାର ପାଇଁ ପାଖାପାଖି ୮ ରୁ ୯ ଲକ୍ଷ ଟଙ୍କା ବ୍ୟୟ କରିବାକୁ ହୋଇଥାଏ l ଫୁଲର କଟିଙ୍ଗ, ପ୍ୟାକିଂ ନିମନ୍ତେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ l ତାଙ୍କର ବଗିଚାରେ ପ୍ରଥମ ବର୍ଷରେ ଗୋଟିଏ ଗଛରୁ ୯ ରୁ ୧୨ ଟି ଫୁଲ ପାଇଥିବା ବେଳେ, ଦ୍ଵିତୀୟ ବର୍ଷରେ ଏହାର ପରିମାଣ ବୃଦ୍ଧି ହୋଇ ଗୋଟିଏ ଗଛରୁ  ୧୮ ରୁ ୨୪ ପର୍ଯ୍ୟନ୍ତ ଫୁଲ ସେ ପାଇଛନ୍ତି l ବଜାରକୁ ସେ ୨.୫ ଟଙ୍କାରୁ ଆରମ୍ଭ କରି ୧୨ ରୁ ୧୩ ଟଙ୍କା ପର୍ଯ୍ୟନ୍ତ କରି ଗୋଲାପ ଫୁଲ ଯୋଗାଣ କରୁଛନ୍ତି l ଏହି ହିସାବରେ ଏକ ଏକରରୁ ତାଙ୍କର ଆୟ ୫ ରୁ ସାଢେ ୬  ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରୁଛି l

କରୋନା କଟକଣା ଯୋଗୁଁ ଫୁଲ ବଜାର ଟିକେ ମାନ୍ଦା ରହିଥିଲେ ମଧ୍ୟ ଧୀରେ ଧୀରେ ଏବେ ଅବସ୍ଥାରେ ପରିବର୍ତ୍ତନ ଆସୁଛି l ତେବେ ଉନ୍ନତ ପ୍ରଣାଳୀରେ ଜଣେ ଗୋଲାପ ଫୁଲର ଚାଷ କରି ନିଶ୍ଚିତ ଲାଭବାନ ହୋଇପାରିବେ ବୋଲି ତାହାର ଏକ ଜ୍ୱଳନ୍ତ ପ୍ରମାଣ ହେଉଛନ୍ତି ଶ୍ରୀଯୁକ୍ତ ଶ୍ରୀଧର ବର୍ମା l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments