1. ଉଦ୍ୟାନ କୃଷି

ଗଛ ବୃଦ୍ଧିରେ ମାଟିର ଆବଶ୍ୟକତା

ଗଛଲତା ବଢିବା ପାଇଁ ସୂର୍ଯ୍ୟକିରଣ, ପାଣି ଓ ଖଣିଜ ଲବଣର ଆବଶ୍ୟକତା ହୋଇଥାଏ। ସାଧାରଣତଃ ବାଲିରେ ଗଛ ଭଲ ବଢିପାରେ ନାହିଁ ।

KJ Staff
KJ Staff

ଗଛଲତା ବଢିବା ପାଇଁ ସୂର୍ଯ୍ୟକିରଣ, ପାଣି ଓ ଖଣିଜ ଲବଣର ଆବଶ୍ୟକତା ହୋଇଥାଏ। ସାଧାରଣତଃ ବାଲିରେ ଗଛ ଭଲ ବଢିପାରେ ନାହିଁ । କାରଣ ଗଛ ଗୁଡ଼ିକ ଯଥେଷ୍ଟ ପାଣି ପାଆନ୍ତି ନାହିଁ। ଆମେ ଜାଣିଛୁ ଯେ, ବାଲିରେ ପାଣି ଖୁବ ଶୀଘ୍ର ଶୁଖିଯାଏ। ବାଲିରେ ମଧ୍ୟ କମ୍ ପରିମାଣରେ ଜୈବସାର ଥାଏ ଯାହାଫଳରେ ଗଛ ଗୁଡ଼ିକ  ଉଧେଇବା କଷ୍ଟକର ହୁଏ।

ମାଟିର ପ୍ରକାର ଭେଦ

କାଦୁଅରେ ମଧ୍ୟ ଗଛଲତା ଗୁଡ଼ିକ ଭଲ ବଢିପାରନ୍ତି ନାହିଁ । କାରଣ ଗଛ ଚାରିପାଖେ ଅଧିକ ପାଣି ଜମି ରହିଲେ ଗଛର ଚେର ପଚିଯାଏ । ଯାହାଫଳରେ ଗଛର ଚେରଗୁଡିକ ଠିକ୍ ଭାବରେ ନିଃଶ୍ଵାସ ମାରିପାରନ୍ତି ନାହିଁ । କାଦୁଆ ମାଟିରେ ଜୈବସାର୍ ପରିମାଣ ଖୁବକମ୍ ଥାଏ । ସେହି କାରଣରୁ କାଦୁଆ ମାଟିରେ ମଧ୍ୟ ଗଛ ଭଲ ବଢିପାରେନି । ବୃକ୍ଷରୋପଣ ପାଇଁ ଦୋରସା ମାଟି ସବୁଠାରୁ ଭଲ । ସେଥିରେ ଗଛ ସୁସ୍ଥ ସବଳ ହେବା ସହ ଭଲ ବଢିଥାଏ। ଏହା ସହ ମାଟିରେ ଜୈବସାର ଥାଏ । ଗଛ ପାଇଁ ଜୈବ ସାର୍ ଖୁବ ଦରକାରୀ । କାରଣ, ସେଥିରେ ଖଣିଜ ଲବଣ ଥାଏ ଯାହାଫଳରେ ଗଛର ବୃଦ୍ଧି ଭଲ ହୋଇଥାଏ ।

ମାଟି ପରୀକ୍ଷା

ଏହାକୁ ନିଜେ ପରୀକ୍ଷା କରି ମଧ୍ୟ ଦେଖିପାରିବେ। କେଉଁ ମାଟି ସବୁଠୁ ଭଲ ? ପ୍ରଥମେ ତିନୋଟି କୁଣ୍ଡ ନେବା । ଗୋଟିକରେ ବାଲି ଭର୍ତ୍ତିକରିବା। ଅନ୍ୟ ଦୁଇଟିରେ କାଦୁଅ ଓ ଦୋରସା ମାଟି ଭର୍ତ୍ତିକରିବା। ପ୍ରତ୍ୟେକ କୁଣ୍ଡରେ ଶିମ୍ବ ମଞ୍ଜି ପୋତିବା । କୁଣ୍ଡଗୁଡିକ ବଗିଚାରେ ରଖି ପ୍ରତି କୁଣ୍ଡରେ ଦିନକୁ ଦୁଇଥର ପାଣି ଦେବା । ଦୁଇ ତିନି ଦିନ ମଧ୍ୟରେ ମଞ୍ଜିଗୁଡିକରୁ ଛୋଟ ଛୋଟ ଗଜା ବାହାରିବ । ଗଜାଗଛମ ଗୁଡିକ ସେହିପରି ଆଉ ସପ୍ତାହେ ଛାଡିଦେବା ଓ ସେଗୁଡିକ ନିୟମିତ ପଣି ଦେଉଥିବା । ବାଲି ଓ କାଦୁଅରେ ଉଠିଥିବା ଗଛଗୁଡିକ ଅତି ଦୁର୍ବଳ ଓ ରୋଗାକ୍ରାନ୍ତ ହୋଇଯିବାର ଦେଖିବାକୁ ମିଳିବ । ଏହା ସହ ଏହା ନରମ ଓ ହଳଦିଆ ରଙ୍ଗ ଦିଶୁଥିବାର ଦେଖିବାକୁ ମିଳିବ। ଯେପରି ଗଛ ଗୁଡ଼ିକରେ ଜୀବନ ନଥିବା ପରି ଦେଖାଯିବ । କିନ୍ତୁ ଦୋରସା ମାଟିରେ ଗଛ ଗୁଡ଼ିକ ଭଲ ବଢୁଥିବାର ଦେଖିବାକୁ ମିଳିବ। ଏହା ସହ ଗଛ ଗୁଡ଼ିକ ସତେଜ ଓ ସବୁଜ ରଙ୍ଗ ଦେଖାଯିବ । ଏଥିରୁ ଜଣାଯିବ ଯେ, ଗଛ ଗୁଡ଼ିକ ଦୋରସା ମାଟିରେ ସବୁଠାରୁ ଭଲ ବଢେ।

ମାଟିରେ ବସବାସ କରୁଥିବା ଜୀବ

ମାଟି ଭିତରେ ବିଭିନ୍ନ ପ୍ରକାରର ଜୀବ ବସବାସ କରିଥାନ୍ତି। ଯାହାକୁ ଆମେ ଖାଲି ଆଖିରେ ଦେଖିବା କଷ୍ଟକର ହୋଇଥାଏ। ଏହା କେବଳ ଅଣୁବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଦେଖିବା ସମ୍ଭବ ପର ହୋଇଥାଏ । ଏହା ସହ ମାଟିରେ ଅନେକ ପ୍ରକାର ଜୀବାଣୁ ମଧ୍ୟ ଅଛନ୍ତି । କେତେକ ରୋଗ ସୃଷ୍ଟି କରନ୍ତି । ଆଉ କେତେକ ଜୀବାଣୁ ଦରକାରୀ ହୋଇଥାଏ। କାରଣ ସେମାନେ ମଲା ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ଖାଇ ବଞ୍ଚନ୍ତି । ଏହା ବ୍ୟତୀତ ଆଉ କେତେକ ସୂତାଭଳି ଉଦ୍ଭିଦ ମାଟିରେ ରହନ୍ତି । ପ୍ରୋଟୋଜୋଆ ବୋଲି ଏକ ପ୍ରକାର ଅତି ସୂକ୍ଷ୍ମ ପ୍ରାଣୀ ମଧ୍ୟ ମାଟି ଭୀତରେ ଦେଖାଯାଏ । ମାଟି ଭିତରେ ଅନେକ ପ୍ରକାର କୀଟପତଙ୍ଗ ବାସ କରନ୍ତି । ଯଥା: ଉଇ , ମାଟିଭଅଁର ଇତ୍ୟାଦି। ଏମାନେ ସାରା ଜୀବନ ମାଟି ଭିତରେ ରହନ୍ତି । ଆଉ କେତେକ ବଡ ହେଲା ପରେ ଯାଇ ମାଟି ଭିତରେ ରହନ୍ତି । ଯଥା: ଝିଣ୍ଟିକା ଭଳି ପତଙ୍ଗମାନେ ମାଟିରେ ଗାତ ଖୋଳି ଅଣ୍ଡା ଦିଅନ୍ତି । ପିମ୍ପୁଡି ମଧ୍ୟ ମାଟିରେ ରହନ୍ତି । ଆଉ କେତେକ କୀଟ ମାଟି ଖୋଳନ୍ତି, ତାଙ୍କ ଗୋଡ ବିଶେଷ କରି ମାଟି ଖୋଲିବା ପାଇଁ ଗଢା । ଯଥା: ମାଟିଭଅଁର ଏହି ଜାତିର ଗୋଟିଏ ଜୀବ ଅଟେ । ମାଟି ଭିତରେ ରହୁଥିବା ଅଧିକାଂଶ କୀଟ ଉଦ୍ଭିଦ ମଲା ଅଂଶ , ଯଥା- ଶୁଖିଲା ପତ୍ର ଖାଇ ବଞ୍ଚନ୍ତି । ଦୋରସା ମାଟି ସେମାନଙ୍କ ଲାଗି ଖୁବ ଭଲ କାରଣ, ଏଥିରେ ଉଦ୍ଭିଦ ମଲା ଅଂଶ ବହୁ ପରିମାଣରେ ଥାଏ । ତେନ୍ତୁଳିଆ ବିଛା, କଙ୍କଡା ବିଛା, ତେଲୁଣିପୋକ ପ୍ରଭୁତି କେତେକ ଜୀବ ମଧ୍ୟ ମାଟି ଭିତରେ ବାସ କରନ୍ତି  । ତେନ୍ତୁଳିଆ ବିଛା ଓ କଙ୍କଡା ବିଛା ସେମାନଙ୍କ ବିଶ ଦ୍ଵାରା ଅନ୍ୟ ଜୀବଙ୍କୁ ମାରି ଖାଇଥାନ୍ତି । ଏହି ତିନି ଜାତିର ପ୍ରାଣୀ ସମସ୍ତେ ଉଦ୍ଭିଦମାନଙ୍କର ବଡ ଉପକାରୀ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments