Horticulture

କିପରି କରିବେ କାଙ୍କଡ଼ ଚାଷ (ଦ୍ଵିତୀୟ ଭାଗ )

କିପରି କରିବେ କାଙ୍କଡ଼ ଚାଷ (ଦ୍ଵିତୀୟ ଭାଗ )

29 March, 2019 3:02 PM IST By: KJ Staff


କିପରି କରିବେ କାଙ୍କଡ଼ ଚାଷ ର ଜଣାନ୍ତୁ ଅବଶିଷ୍ଟାଂଶ

କେତେ ଦରକାର ମଞ୍ଜି ?ହାରାହାରି ଏକର ପିଛା ୧.୫ ରୁ ୨ କି.ଗ୍ରା ପର୍ଯ୍ୟନ୍ତ ମଞ୍ଜି ଆବଶ୍ୟକ ହୋଇଥାଏ |ଟ୍ୟୁବର ଲଗାଉଥିଲେ ହେକ୍ଟର ପିଛା ୩୦୦୦ ରୁ ୫୦୦୦ ଟ୍ୟୁବର ଲଗାନ୍ତୁ |ଏହାକୁ ଲଗାଇବାର ଉପଯୁକ୍ତ ସମୟ ଫେବୃଆରୀ ରୁ ମାର୍ଚ୍ଚ |

ମଞ୍ଜି ଲଗାଇବେ କିପରି ?୨ ସେ ମି ଗଭୀର ରେ ୨ ଟି ଲେଖାଏଁ ମଞ୍ଜି ଲଗାନ୍ତୁ |ଧାଡି କି ଧାଡି ୨ ମିଟର ଏବଂ ଗଛ କୁ ଗଛ ୭୦ ରୁ ୮୦ ସେ ମି ର ବ୍ୟବଧାନ ରହିବ ଆବଶ୍ୟକ |

ଜଳସେଚନ :ମଞ୍ଜି ଲଗାଇବା ସହ ତୁରନ୍ତ ଜଳ ସେଚନ କରନ୍ତୁ |ଅଧିକ ଶୁଖିଲା ହେଲେ ସପ୍ତାହ କୁ ୧ ରୁ ୨ ଥର ଜଳସେଚନ କରନ୍ତୁ |ବର୍ଷା ଦିନେ ଅଧିକ ପାଣି ରହିଲେ ଜଳ ନିଷ୍କାସନ ର ବ୍ୟବସ୍ତା କରନ୍ତୁ |ଏହା ଲଟା ଗଛ ତେଣୁ ଏହାକୁ ସାହାରା ଦେବା ଲାଗି ଷ୍ଟେକିଙ୍ଗ ଆବଶ୍ୟକ |

ଅମଳ :ଗଛ ର ଉଚିତ ଯତ୍ନ ନିଅନ୍ତୁ |ରୋଗ ପୋକ ନିୟନ୍ତ୍ରଣ ଲାଗି ନିୟମିତ ନିମ ତେଲ ପ୍ରୟୋଗ କରନ୍ତୁ ଏବଂ ଘାସ ଅଧିକ ହେଲେ ହାତରେ ବାଛି ଦିଅନ୍ତୁ |ପ୍ରଥମ ବର୍ଷ ୭୫ ରୁ ୮୦ ଦିନ ପରେ ଅମଳ ଆସିଥାଏ ଏବଂ ଦ୍ଵିତୀୟ ବର୍ଷ ଠାରୁ ୩୫ ରୁ ୪୦ ଦିନ ମଧ୍ୟରେ ଆପଣ ଅମଳ କରିପାରିବେ |ଫଳ କଅଁଳିଆ ଥିବା ବେଳେ ତୋଳି ଦିଅନ୍ତୁ ,ପାକଳ ହେଲେ ଏହା ଖାଦ୍ୟ ଯୋଗ୍ୟ ହୋଇ ରୁହେ ନାହିଁ ;ବୁଢା ହେଇଯାଏ |ପ୍ରତି ୨ ଦିନ କୁ ଥର ହାତରେ ତୋଳି ଏହାକୁ ବଜାରରେ ବିକ୍ରି କରିପାରିବେ |

 

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)