
Summer Bitter gourd cultivation tips, pic credit-www.pexels.com
ଓଡ଼ିଶାରେ କଲରା (Bitter gourd)ଏକ ମୁଖ୍ୟ ପରିବା । ପିତା ହେଲେ ମଧ୍ୟ କଲରାର ଅନେକ ଔଷଧୀୟ ଗୁଣ ରହିଛି । ଭଲ କଲରା ଉତ୍ପାଦନ କରିବାକୁ ହେଲେ ଏହାର କିସମ ଉପରେ ଧ୍ୟାନ ଦେବା ନିହାତି ଦରକାର । ତେଣୁ ସମୟ ଅନୁଯାୟୀ କିସମ ଚୟନ କରିବା ଆବଶ୍ୟକ ।
ସୂଚନା ଥାଉ କି, କଲରା (Bitter gourd)ରେ ଭିଟାମିନ ଏ, ସି, କ୍ୟାଲସିୟମ ଓ ଫସଫରସ ପର୍ଯ୍ୟାପ୍ତ ପରିମାଣର ରହିବା ସହ ଏହାର ଅନେକ ଔଷଧୀୟ ଗୁଣ ରହିଛି । ମଧୁମେହ ରୋଗିଙ୍କ ପାଇଁ ଏହା ଅତି ଦରକାରୀ । ଖରାଦିନିଆ ଲତା ଜାତୀୟ ପନିପରିବା ଚାଷ ମଧ୍ୟରେ କଲରା ସାଜିଛି ଏକ ମୁଖ୍ୟ ପରିବା । ବଡ କଲରା ଅପେକ୍ଷା ଛୋଟ କଲରାରେ ଅଧିକ ଲୌହ ଭିଟାମିନ ରହିଥାଏ ।
କଲରା ଚାଷ ପାଇଁ କେଉଁ ମାଟିରେ ଭଲ ହୁଏ, ଜାଣନ୍ତୁ...
କଲରା ଚାଷ (Bitter gourd) ପାଇଁ ମୁଖ୍ୟତଃ ବାଲିଆ,ଦୋରସା ମାଟି ଯେଉଁଥରେ ଅମ୍ଳତା ପି. ଏଚ୍ ୬.୫ରୁ ୭.୦ ରେ ରହିଥିବ ସେଥିରେ ଭଲ ଭାବରେ ଚାଷ ହୋଇପାରେ ।
ଖରାଦିନରେ କଲରା ଚାଷ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼େ,ଜାଣନ୍ତୁ...
ବାୟୁମଣ୍ଡଳରେ ଅଧିକ ଉତ୍ତାପ ହେବା ଦ୍ଵାରା ଅଣ୍ଡିରା ଫୁଲର ପରିମାଣ ବଢିଯାଏ । ଯେଉଁଥି ପାଇଁ କି ପରାଗ ସଙ୍ଗମ ଭଲ ଭାବରେ ହୋଇ ନ ପାରି ଫଳର ଅନୁପାତ କମିଯାଏ । ତେଣୁ କଲରା ଚାଷ (Bitter gourd) ୩୦-୩୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରହୁଥିବା ସ୍ଥାନରେ କଲେ ଭଲ ହୋଇପାରେ ।
ପ୍ରକାଶ ଥାଉ ଯେ, କଲରାକୁ ତରକାରି, ଭଜା ପ୍ରସ୍ତୁତ କରି ଖିଆଯାଏ । ବଜାରରେ କଲରା (Bitter gourd) ର ଚାହିଦା ଓ ଦର ବର୍ଷସାରା ଅଧିକ ରହୁଛି ।
Share your comments