1. ଉଦ୍ୟାନ କୃଷି

ସୁପରଫୁଡ୍ : ଆପଣଙ୍କ ଘର ବଗିଚାରେ ଜୈବିକ ବ୍ଲ୍ୟୁବେରି ବଢ଼ାନ୍ତୁ ; ଶିଖନ୍ତୁ ସଂପୂର୍ଣ୍ଣ ଚାଷର ପ୍ରକ୍ରିୟା, ଜଣାନ୍ତୁ ସ୍ୱାସ୍ଥ୍ୟର ଉପକାରିତା |

ବ୍ଲ୍ୟୁବେରି ଏକ ଉତ୍ତମ ଖାଦ୍ୟ ଉଦ୍ଭିଦ | ଘର ବଗିଚାରେ ବଢିବ ପାଇଁ ବ୍ଲ୍ୟୁବେରି ହେଉଛି ଏକ ଉତ୍ତମ ଫଳ | ଏହା କୁଣ୍ଡରେ ବଢିପାରେ ଏବଂ ଅଧିକ ସ୍ଥାନ ନେଇ ନଥାଏ | ବ୍ଲ୍ୟୁବେରି ରେ କ୍ୟାଲୋରୀ ବହୁତ କମ୍ ଥାଏ | ବ୍ଲ୍ୟୁବେରି ହୃଦୟ ଏବଂ ମସ୍ତିଷ୍କ କୁ ନିୟନ୍ତ୍ରଣ କରିବାରେ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି | ତେଣୁ ବ୍ଲ୍ୟୁବେରି କୁ ସୁପରଫୁଡ୍ ମଧ୍ୟ କୁହାଯାଏ |

KJ Staff
KJ Staff

ବ୍ଲ୍ୟୁବେରି ଏକ ଉତ୍ତମ ଖାଦ୍ୟ ଉଦ୍ଭିଦ | ଘର ବଗିଚାରେ ବଢିବ ପାଇଁ ବ୍ଲ୍ୟୁବେରି ହେଉଛି ଏକ ଉତ୍ତମ ଫଳ | ଏହା କୁଣ୍ଡରେ ବଢିପାରେ ଏବଂ ଅଧିକ ସ୍ଥାନ ନେଇ ନଥାଏ | ବ୍ଲ୍ୟୁବେରି ରେ କ୍ୟାଲୋରୀ ବହୁତ କମ୍ ଥାଏ | ବ୍ଲ୍ୟୁବେରି ହୃଦୟ ଏବଂ ମସ୍ତିଷ୍କ କୁ ନିୟନ୍ତ୍ରଣ କରିବାରେ ଏବଂ ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାରେ ସାହାଯ୍ୟ କରନ୍ତି | ତେଣୁ ବ୍ଲ୍ୟୁବେରି କୁ  ସୁପରଫୁଡ୍ ମଧ୍ୟ କୁହାଯାଏ |

ଚାଲନ୍ତୁ ଏହାର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଆମେ ଆଲୋଚନା କରିବା , ଏବେ ଆସନ୍ତୁ ଜାଣିବା କିପରି ଏହା  ବଗିଚାରେ ଚାଷ କରାଯାଏ ଏବଂ ଏହା କେତେ ସହଜ ହୋଇଥାଏ  |

କେଉଁଠାରେ ଚାଷ କରାଯାଏ : (Where to grow: )

ଉତ୍ତମ ଫଳ ପାଇଁ, ଗଛ କୁ ପର୍ୟାପ୍ତ ସୂର୍ଯ୍ୟ କିରଣ ଆବଶ୍ୟକ | ବ୍ଲ୍ୟୁବେରି ଗଛ ଆଂଶିକ ଛାଇକୁ ସହ୍ୟ କରିପାରନ୍ତି, କିନ୍ତୁ ଧ୍ୟାନ ଦେବେ କେବଳ ଆଂଶିକ | ସେମାନେ ଫୁଲ କୁଣ୍ଡରେ  ଭଲ ଭାବରେ ବଢି ପାରନ୍ତି |

ବ୍ଲ୍ୟୁବେରି ଗଛ ଭଲରେ ବଢିବାପାଇଁ ,ବାଲିଆ ମାଟି ରେ ଏହାକୁ ଲଗାନ୍ତୁ ନହେଲେ ସମ୍ପୂର୍ଣ ଜଳ ନିଷ୍କାସିତ ହେବାପାଇଁ ବ୍ୟବସ୍ତା କରନ୍ତୁ, ଅମ୍ଳୀୟ ମାଟି ଏବଂ ଆର୍ଦ୍ର ଜଳବାୟୁ କୁ ବ୍ଲ୍ୟୁବେରି ଗଛ  ପସନ୍ଦ କରନ୍ତି | ଯଦି ମାଟିକୁ ଅମ୍ଳଯୁକ୍ତ ହେଇନଥାଏ ତେବେ ଅମ୍ଳଯୁକ୍ତ କରିବା ପାଇଁ ଆବଶ୍ୟକ ପଡେ | ମାଟିକୁ ଅମ୍ଳଯୁକ୍ତକରିବାପାଇଁ ପାଇଟ୍ ମସ୍, କଫି ଗ୍ରାଉଣ୍ଡ୍ ଏବଂ ପାଇନ୍ ଛୁଞ୍ଚି ଭଳି ଜିନିଷ ଅଛି ମାଟିରେ ଦିଅନ୍ତୁ |  ସେମାନେ ମାଟିର ଅମ୍ଳୀୟତା ବଢ଼ାଇବେ |

ବ୍ଲ୍ୟୁବେରି ବୃକ୍ଷରୋପଣ ପ୍ରକ୍ରିୟା : (Blueberries plantation: ) 

ଆପଣ ବ୍ଲ୍ୟୁବେରି ର ଗଛ କୁ ଚାରା ଭାବରେ କିଣି ମାଟିରେ ଲଗାଇପାରିବେ | ସେଗୁଡିକ ରୋପଣ କରିବାର ସର୍ବୋତ୍ତମ ସମୟ ହେଉଛି ବସନ୍ତ ଋତୁ | ମାଟିରେ ଲଗାଇଲାବେଳେ ଧ୍ୟାନ ଦିଅନ୍ତୁ ଯେପରି ଚେର କ୍ଷତିଗ୍ରସ୍ତ ନହୁଏ ତେଣୁ ମୂଳ ପାତ୍ରରେ ଲଗାଯାଇଥିବା ପରି ସେମାନଙ୍କୁ ସମାନ ଗଭୀରତାରେ ଲଗାନ୍ତୁ | ଯଦି ଆପଣ ବ୍ଲ୍ୟୁବେରି ଗଛକୁ କୁଣ୍ଡରେ ଲଗାଇବାକୁ ଚାହାନ୍ତି ତେବେ 18 ଇଞ୍ଚ ଗଭୀର ର କୁଣ୍ଡରେ ଲଗାନ୍ତୁ ଏବଂ କୁଣ୍ଡରେ ଯେପରି ପାଣି ଜମିନରୁହେ ତାର ଧ୍ୟାନ ଦିଅନ୍ତୁ

ବ୍ଲ୍ୟୁବେରି ଗଛ କିପରି ବଢାଇବା : (How to grow Blueberries:)

ଥରେ ବ୍ଲ୍ୟୁବେରି ରୋପଣ କରିସାରିବା ପରେ ସେଗୁଡ଼ିକର ଯତ୍ନ ନେବା ବହୁତ ସହଜ ଅଟେ | ମାଟିର ଅମ୍ଳତା ବଜାୟ ରଖିବା ପାଇଁ, ତୁମକୁ ପାଇଟ୍ ମସ୍, କଫି ଗ୍ରାଉଣ୍ଡ ଏବଂ ପାଇନ୍ ଛୁଞ୍ଚି ର ମିଶ୍ରଣ ଗଛ ମୂଳରେ ମାଟି ଉପରେ ଦେବା ଦରକାର |

ଯେତେବେଳେ ଗୁଣ୍ଡ ଫାଟିବା ଆରମ୍ଭ ହୁଏ ଏବଂ ଯେତେବେଳେ ଗଛ ଫଳ ଧରିବା ସେତେବେଳେ ବ୍ଲୁବେରି ଗଛକୁ ଖାଇବାକୁ ଦେବା ଉଚିତ | ସାର ଉଦ୍ଦେଶ୍ୟରେ ଆପଣ କମ୍ପୋଷ୍ଟ କିମ୍ବା ଖତ ଚା କିମ୍ବା ମାଛ ଖତ ବ୍ୟବହାର କରିପାରିବେ | ଟ୍ରାକ୍ ରଖିବା ପାଇଁ ଆଉ ଏକ ଜିନିଷ ହେଉଛି ନିଶ୍ଚିତ କରନ୍ତୁ ଯେ ଆପଣଙ୍କର ବ୍ଲୁବେରି ପ୍ଲାଣ୍ଟଗୁଡିକ ପ୍ରତି ସପ୍ତାହରେ ଏକ ଇଞ୍ଚ ଜଳ ପାଇଛନ୍ତି | ମୃତ୍ତିକାର ଆର୍ଦ୍ରତା ବଜାୟ ରଖିବା ପାଇଁ ଗଛ ମୂଳର  ଚାରିପାଖରେ ମଳା କରିପାରନ୍ତି

ରୋଗ ପୋକ ଏବଂ ପକ୍ଷୀ ଠାରୁ ରକ୍ଷା କରିବେ କିପରି : (How to protect against pests and birds)

ସାଧାରଣତଃ ବ୍ଲ୍ୟୁବେରି ଠାରେ ବେଶି ରୋଗ କିମ୍ବା ପୋକ ଦେଖା ଦେଇନଥାଏ | କେବଳ ଶୀତ ଦିନରେ ବେଳେ ବେଳେ ପତ୍ରରେ ଫିମ୍ପି ଲାଗିଥାଏ | ଫଳ ଧରିବା ପରେ ମୁଖ୍ୟତଃ  ପକ୍ଷୀମାନଙ୍କ ଠାରୁ ଫଳ ଗୁଡିକୁ ରକ୍ଷା କରିବାକୁ ପଡେ ତେଣୁ ପକ୍ଷୀମାନଙ୍କ ଠାରୁ ଫଳ କୁ ରକ୍ଷା କରିବା ନିମନ୍ତେ କାର୍ଯ୍ୟ କରିବେ | ସାଧାରଣତଃ ପକ୍ଷୀମାନେ ଚମକୁଥିବା ଜିନିଷ ଠାରୁ ଦୂରରେ ରୁହନ୍ତି | ତେଣୁ ଗଛ ମଧ୍ୟରେ ଜାଗାରେ ଜାଗାରେ ଫ୍ଲାସ୍ ଟେପ୍, ସିଡି କିମ୍ବା ଆଲୁମିନିୟମ୍ ପ୍ଲେଟ୍ ପରି ଚମକୁଥିବା ଜିନିଷ ଲଗାଇଲେ ଫଳ ଗୁଡିକୁ ପକ୍ଷୀ ମାନଙ୍କ ଠାରୁ ରକ୍ଷା କରିପାରିବେ |ସବୁଠାରୁ ଭଲ ଉପାୟ ହଉଚି ଯଦି ଆପଣ ଫଳଧରିବା ପରେ ଗଛ କୁ ଜାଲି ଘର ଭିତରେ ରଖିପାରିବେ |ଏହା ଛଡା ଆପଣ ପକ୍ଷୀ ମାନଙ୍କ ପାଇଁ ମଝିରେ ମଝିରେ ପକ୍ଷୀଖାଦ୍ୟ ବି ରଖିପାରିବେ | 

ବ୍ଲ୍ୟୁବେରି କିସମ: (Blueberries varieties:)

ମୂଳତ ଦୁଇ ପ୍ରକାରର ବ୍ଲ୍ୟୁବେରି ଅଛି, ଯଥା ଲୋବଶ୍ ଏବଂ ହାଇବଶ୍ |

ଲୋବଶ୍, ଛୋଟ ଏବଂ ବୁଦା ଜାତୀୟ କିସମ | ଏହା 1 ରୁ 2 ଫୁଟ ବିସ୍ତାର କରିପାରିବେ ଏବଂ 4 ରୁ 24 ଇଞ୍ଚ ଉଚ୍ଚତା ବଢି ଥାଏ | ଏହା ଗ୍ରୀଷ୍ମ ଋତୁ ର ମଧ୍ୟଭାଗରେ ପାଚିଥାଏ ଏବଂ ଅଧିକ ଥଣ୍ଡା ସହିପରେ | ଏହି କିସମ ର ଗଛ ଜମି ର ହିଡ଼ ପରି ଉଚ୍ଚା ଜାଗାରେ ଭଲଭାବେ ବଢିପାରେ |

ହାଇବଶ୍ 3 ରୁ 5 ଫୁଟ ଉଚ୍ଚରେ ବଢିପାରେ | ଡର୍ଫ୍ ନର୍ଥବ୍ଲୁ ଏବଂ ପ୍ୟାଟିଓ ବ୍ଲୁବେରୀ ହେଉଛି ହାଇବଶ୍ ର ଦୁଇଟି ଭଲ କିସମ |

ବ୍ଲ୍ୟୁବେରି ର ସ୍ୱାସ୍ଥ୍ୟ ଉପକାରିତା : (Health benefits of Blueberries:)

ଗ୍ରୀଷ୍ମ ଋତୁ ରେ ବଜାରରେ ବ୍ଲୁବେରି ଅତି ସହଜରେ ମିଳିଥାଏ | ସ୍ୱାଦିଷ୍ଟ ହେବା ବ୍ୟତୀତ ଏହା ବିଭିନ୍ନ ସ୍ୱାସ୍ଥ୍ୟ ଉପକାର କରିଥାଏ ଏବଂ ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ |  ବ୍ଲ୍ୟୁବେରି କୁ କଞ୍ଚା ଖାଇବା ବ୍ୟତୀତ, ଅନେକ ଲୋକ ପାନୀୟ ଭାବରେ ମଧ୍ୟ ବ୍ୟବହାର କରିଥାନ୍ତି |

ନିମ୍ନରେ ବ୍ଲ୍ୟୁବେରି ଖାଇବା କିଛି ଲାଭ ଅଛି:  (Health benefits of Blueberries:)

ହଜମ ପାଇଁ: (For digestion: )

ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ ସଠିକ୍ ହଜମ ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ | ବ୍ଲ୍ୟୁବେରି ଫାଇବରରେ ଭରପୂର ଏବଂ ସେଗୁଡିକ ଖାଇବା ଦ୍ୱାରା ହଜମ ଏବଂ ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ ହୋଇଥାଏ |

ବାର୍ଦ୍ଧକ୍ୟ ବିରୋଧୀ: (Anti-ageing: )

ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ନିୟନ୍ତ୍ରଣ କରିବାରେ ବ୍ଲୁବେରି ବ୍ୟବହାର ପ୍ରକୃତରେ ସହାୟକ ହୁଏ | ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡିଛି ଯେ ବ୍ଲୁବେରିରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ବାର୍ଦ୍ଧକ୍ୟ ପରାକ୍ରୟା କୁ ଧୀର କରିଥାଏ |

ବ୍ରଣ ନିୟନ୍ତ୍ରଣ ଏବଂ ଅପସାରଣ:  (Controlling and removing acne:)

ବ୍ରଣ ର ନିୟନ୍ତ୍ରଣ ପାଇଁ ପ୍ରତିଦିନ ଖାଦ୍ୟରେ ବ୍ଲ୍ୟୁବେରି ଅନ୍ତର୍ଭୁକ୍ତ ହେବା ଉଚିତ୍ | ଏଥିରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଚର୍ମ ଫୁଲାକୁ ହ୍ରାସ କରିପାରେ ଏବଂ ବ୍ରଣ ଦୂର କରିବାରେ ସାହାଯ୍ୟ କରିଥାଏ |

ଆଖି ଏବଂ କେଶ ପାଇଁ: (For eyes and hair: )

ବ୍ଲୁବେରିରେ ଭିଟାମିନ୍ ଏ ଥାଏ, ଯାହା ଆଖି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ | କେଶ ବୃଦ୍ଧି ପାଇଁ, ଆପଣଙ୍କୁ ବାୟୋଟିନ୍ ଏବଂ ଅନ୍ୟାନ୍ୟ ଖଣିଜ ପଦାର୍ଥ ଆବଶ୍ୟକ | ବ୍ଲୁବେରି ଖାଇବା ଦ୍ୱାରା ଏହା ପୂରଣ ହୋଇପାରିବ | ବୈଜ୍ଞାନିକ ଅଧ୍ୟୟନ ଅନୁଯାୟୀ, ବ୍ଲ୍ୟୁବେରି କେଶକୁ ଶକ୍ତିଶାଳୀ କରିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments