1. ଉଦ୍ୟାନ କୃଷି

ଏପରି ଭାବରେ ନିଅନ୍ତୁ ଫୁଲର ଯତ୍ନ !!

ଫୁଲର ଭଲ ଉତ୍ପାଦନ ପାଇଁ ଜରୁରୀ ହୋଇଥାଏ ସନ୍ତୁଳିତ ଖାଦ ଓ ଉଚିତ ଉର୍ବରକ l ଏହାର ଉପଯୋଗରେ କ୍ଷେତ୍ରର ଉପାର୍ଜନ ଶକ୍ତି ବଜାୟ ରହିଥାଏ, ତଥା ଗଛର ବିକାଶ ଭଲରେ ହୋଇପାରିଥାଏ l

Sugyan Kumar Nayak
Sugyan Kumar Nayak
Flowers

Flowers

ଫୁଲର ଭଲ ଉତ୍ପାଦନ ପାଇଁ ଜରୁରୀ ହୋଇଥାଏ ସନ୍ତୁଳିତ ଖାଦ ଓ ଉଚିତ ଉର୍ବରକ l ଏହାର ଉପଯୋଗରେ କ୍ଷେତ୍ରର ଉପାର୍ଜନ ଶକ୍ତି ବଜାୟ ରହିଥାଏ, ତଥା ଗଛର ବିକାଶ ଭଲରେ ହୋଇପାରିଥାଏ l ସନ୍ତୁଳିତ ଖାଦର ଅର୍ଥ କୌଣସି ସ୍ଥାନ ଵିଶେଷର ମାଟି, ଫସଲ ଓ ବାତାବରଣ ଅନୁସାରେ ମୁଖ୍ୟ ପୋଷକତତ୍ତ୍ୱ ଯେପରିକି ଯବକ୍ଷାରଜାନ, ପୋଟାସ ଆଦିର ଉଚିତ ମାତ୍ରାରେ ସଠିକ ଅନୁପାତରେ ଠିକ ସମୟରେ ଦିଆଯିବା l ଯେଉଁଥିରୁ ଅଧିକରୁ ଅଧିକ ଉତ୍ପାଦନ କରାଯାଇପାରିବ l ଉର୍ବରକ ଉଚିତ ମାତ୍ରାରେ ପ୍ରୟୋଗ କରିବାକୁ ହେଲେ ମାଟିର ପରୀକ୍ଷଣ କରାଯିବା ଆବଶ୍ୟକ l ଏହି ଲେଖାଟିରେ ଫୁଲରେ ଦିଆଯାଉଥିବା ଖାଦ ଓ ଉର୍ବରକ ବିଷୟରେ ଆପଣମାନଙ୍କୁ ଆମେ ଅଧିକ ତଥ୍ୟ ପ୍ରଦାନ କରିବୁ l

ଆଷ୍ଟର ଫୁଲ

ମଧ୍ୟପ୍ରଦେଶର ବିଶେଷ କରି ଇନ୍ଦୋର ଓ ଭୋପାଳ ପାଖା ପାଖି ଅଞ୍ଚଳରେ ଏହାର କୃଷି କରାଯାଏ l କାରଣ ଏହି ଫୁଲର ବଜାରରେ ଚାହିଦା ବହୁତ ଭଲ ରହିଛି l ଏହାର କୃଷିରେ ଅଳ୍ପ ନିବେଶରେ ଅଧିକ ଉତ୍ପାଦନ ମିଳୁଥିବାରୁ ଏହା ଲାଭଦାୟକ ମଧ୍ୟ ପ୍ରମାଣିତ ହୋଇଥାଏ l

ଖାଦ ଓ ଉର୍ବରକ

ଆଷ୍ଟର ଫୁଲର କୃଷି ପାଇଁ ଖାଦ ଏବଂ ଉର୍ବରକର ସନ୍ତୁଳିତ ଉପଯୋଗ ଫୁଲର ଭଲ ଉତ୍ପାଦନ ଓ ଗୁଣବତ୍ତା ପାଇଁ ଅତ୍ୟନ୍ତ ଆବଶ୍ୟକ ଅଟେ l ଯବକ୍ଷାରଜାନର ଅଭାବରୁ ଏହି ଫୁଲର ଗଛ ଭଲରେ ବଢି ପାରିନଥାଏ ଓ ଫୁଲର ଆକାର ମଧ୍ୟ ଛୋଟ ହୋଇଥାଏ l ଯେଉଁଠାରେ କି ଫସଫରସର ଅଭାବରେ ଫୁଲ ଫୁଟିବାରେ ବହୁତ ସମୟ ଲାଗିଥାଏ l ତେଣୁ କ୍ଷେତର ମାଟି ପରୀକ୍ଷଣ ପରେ ହିଁ ସେଥିରେ ଉର୍ବରକର ପ୍ରୟୋଗ କରାଯିବା ଆବଶ୍ୟକ l

ଗେଣ୍ଡୁ ଫୁଲ

ଗେଣ୍ଡୁ ଫୁଲର ବ୍ୟବସାୟିକ କୃଷି ବର୍ଷ ସାରା କରାଯାଇ ପାରିବ l ଏକ ବର୍ଷୀୟ ଫୁଲ ମଧ୍ୟରେ ଗେଣ୍ଡୁ ଫୁଲର ସ୍ଥାନ ପ୍ରମୁଖ ହୋଇଥାଏ l ଏହାର ଉପଯୋଗ ମାଳ, ପୂଜା କାର୍ଯ୍ୟ, ଫୁଲ ତୋଡ଼ା, ବାହାଘର, ବ୍ରତଘର, ବିଭିନ୍ନ ଧାର୍ମିକ କାର୍ଯ୍ୟ, ଗୃହ ସଜ୍ଜା, ପର୍ବ ପର୍ବାଣି ଆଦିରେ ବହୁଳ ଭାବରେ କରାଯାଇଥାଏ l ପର୍ବ ପର୍ବାଣି ସମୟରେ ଏହାର ଫୁଲକୁ ବିକି ଭଲ ଆମଦାନୀ କରାଯାଇପାରେ l ଏହି ଫୁଲରୁ ତେଲ ମଧ୍ୟ ପ୍ରସ୍ତୁତ କରାଯାଇପାରେ l

ଖାଦ ଏବଂ ଉର୍ବରକ

ଏହାର ଭଲ ଉତ୍ପାଦନ ପାଇଁ କ୍ଷେତରେ ବିଭିନ୍ନ ପ୍ରକାରର ଉର୍ବରକ ମିଶ୍ରଣ କରିବାକୁ ହେବ, ଯେପରିକି ୧୦ - ୧୫ ଟନ ଗୋବର, ୧୦୦ କିଲୋଗ୍ରାମ ଯବକ୍ଷାରଜାନ, ୮୦- ୧୦୦ କିଲୋଗ୍ରାମ ଫସଫରସ ତଥା ୮୦-୧୦୦ କିଲୋଗ୍ରାମ ପୋଟାସିଅମ ପ୍ରତି ହେକ୍ଟର ମିଶ୍ରଣ କରିବାକୁ ହେବ l ଗୋବର ଖତଟିକୁ ଜମିକୁ ହଳ କରିସାରିବା ପରେ ପରେ ହିଁ ମିଶାଇ ଦିଅନ୍ତୁ ଏହା ଅଧିକ ଲାଭକାରୀ ସାବ୍ୟସ୍ତ ହେବ l

ଗ୍ଳାଡିଓଲସ ଫୁଲ

ଗ୍ଳାଡିଓଲସ ନାମଟି ଲାଟିନ ଶବ୍ଦ ଗ୍ଲୋଡିୟସ ରୁ ଆସିଅଛି ଯାହାର ଅର୍ଥ ତଲୱାର ହୋଇଥାଏ l କାରଣ ଏହାର ପତ୍ରର ସ୍ୱରୂପ ଖଣ୍ଡା ଭଳି ହୋଇଥାଏ l ଏହାକୁ ଫୁଲମାନଙ୍କର ରାଣୀ ବୋଲି ମଧ୍ୟ କୁହାଯାଏ l

ଖାଦ ଓ ଉର୍ବରକ

ଏହି ଫୁଲରେ ଖାଦ ତଥା ଉର୍ବରକର ବହୁତ ବେଶୀ ମହତ୍ତ୍ୱ ରହିଥାଏ l କାରଣ ମାଟିରେ ପର୍ଯ୍ୟାପ୍ତ ପୋଷକତତ୍ତ୍ୱର ଅଭାବ ରହିଲେ ଏହି ଫୁଲର ଅମଳ ଓ ଗୁଣବତ୍ତା ଉପରେ ଏହାର ପ୍ରଭାବ ପଡିଥାଏ l ଏହା ସହିତ ଫୁଲ ପ୍ରସ୍ତୁତିରେ ମଧ୍ୟ ଅଧିକ ସମୟ ଲାଗିଥାଏ l ତେଣୁ ପ୍ରଥମ ହଳ ସମୟରେ ପ୍ରତି ହେକ୍ଟର ପିଛା ୫୦ କୁଇଣ୍ଟାଲ ଗୋବରକୁ ଭଲ ଭାବରେ ମିସାଇଦେବା ଆବଶ୍ୟକ l ୮୦ କିଲୋଗ୍ରାମ ଯବକ୍ଷାରଜାନ, ୬୦-୮୦ କିଲୋଗ୍ରାମ ଫସଫରସ ତଥା ୭୦-୧୦୦ କିଲୋଗ୍ରାମ ପୋଟାସିଅମ ଆଦି ଉର୍ବରକ ପ୍ରୟୋଗ କରିବା ଦ୍ୱାରା ଉପାର୍ଜନରେ ବୃଦ୍ଧି କରାଯାଇପାରିବ l

ରଜନୀଗନ୍ଧା ଫୁଲ

ଏହା ବିଶେଷ ସୁଗନ୍ଧିତ ଫୁଲମାନଙ୍କ ମଧ୍ୟରୁ ଅନ୍ୟତମ l ଏହାର ଫୁଲ ଅନେକ ସମୟ ପର୍ଯ୍ୟନ୍ତ ତାଜା ରହିପାରେ l ରାଜନୀଗନ୍ଧାର ଫସଲ ପାଇଁ କେତେ ମାତ୍ରାରେ କେଉଁ ସବୁ ଉର୍ବରକର ଆବଶ୍ୟକତା ପଡିଥାଏ ଏହାର ନିର୍ଦ୍ଧାରଣ ମୂର୍ତ୍ତିକା ପରୀକ୍ଷା ଦ୍ୱାରା କରାଯାଏ l

ଖାଦ ଓ ଉର୍ବରକ

ଜମିର ସମ୍ପୂର୍ଣ୍ଣ ପ୍ରସ୍ତୁତି ପରେ ଏଥିରେ ଫସଫରସ ଠିକ ମାତ୍ରାରେ ମିଶାଇବା ଆବଶ୍ୟକ l ଯବକ୍ଷାରଜାନ ଓ ପୋଟାସିଅମ ଆଦିକୁ ତିନି ଭାଗରେ ବାଣ୍ଟିକରି ଦେବା ଆବଶ୍ୟକ l ଉପଯୁକ୍ତ ଉର୍ବରକର ପ୍ରୟୋଗ ଦ୍ୱାରା ହିଁ ଆମେ ଭଲ ଉପାର୍ଜନ କରିବାକୁ ସକ୍ଷମ ହେଵା ସହିତ ଲାଭବାନ ମଧ୍ୟ ହୋଇପାରିବା l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments