Horticulture

କିପରି ଜାଣିବେ କେଉଁ ଛତୁ ଉପକାରୀ ଏବଂ କେଉଁ ଛତୁ ବିଷାକ୍ତ ???

ଛତୁକୁ ଖାଦ୍ୟରୂପେ ବ୍ୟବହାର କରାଯାଏ । ସାରାବିଶ୍ୱରେ ପ୍ରାୟ ୪୦୦ ପ୍ରକାର ଛତୁ ଦେଖାଯାଏ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ ତଥ୍ୟ ଏହା ଯେ ସବୁ ଛତୁ ପ୍ରଜାତି ଖାଦ୍ୟ ଯୋଗ୍ୟ ନୁହେଁ । ତନ୍ମଧ୍ୟରୁ ଏପରି ଛତୁ ପ୍ରଜାତି ମଧ୍ୟ ଅଛନ୍ତି ଯାହାକୁ ଖାଇଲା ମାତ୍ର ମୃତ୍ୟୁ ସୁନିଶ୍ଚିତ ।

04 December, 2021 4:21 PM IST By: Sudesna Nayak

ଛତୁକୁ ଖାଦ୍ୟରୂପେ ବ୍ୟବହାର କରାଯାଏ । ସାରାବିଶ୍ୱରେ ପ୍ରାୟ ୪୦୦ ପ୍ରକାର ଛତୁ ଦେଖାଯାଏ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ ତଥ୍ୟ ଏହା ଯେ ସବୁ ଛତୁ ପ୍ରଜାତି ଖାଦ୍ୟ ଯୋଗ୍ୟ ନୁହେଁ । ତନ୍ମଧ୍ୟରୁ ଏପରି ଛତୁ ପ୍ରଜାତି ମଧ୍ୟ ଅଛନ୍ତି ଯାହାକୁ ଖାଇଲା ମାତ୍ର ମୃତ୍ୟୁ ସୁନିଶ୍ଚିତ । ଛତୁ ମଧ୍ୟରେ ବାଲି ଛତୁ, ବୁଢ଼ାବୁଢ଼ୀ ଛତୁ, ନାଡ ଛତୁ, ହୁଙ୍କା ଛତୁ, ପାଳ ଛତୁର ବେଶ୍ ଆଦର ରହିଛି । ଛତୁକୁ ତରକାରୀ ଛଡ଼ା ଭାଜି ଓ ନିଆଁରେ ପୋଡ଼ି ଖିଆଯାଏ ।
ତେବେ ବାଲି ଛତୁର ସ୍ୱାଦ ଅତୀବ ରୁଚିକର, ତେବେ ମଧ୍ୟ ବୁଢ଼ାବୁଢ଼ୀ ଓ ହୁଙ୍କା ଛତୁର ମଧ୍ୟ ବେଶ୍ ଆଦର ରହିଛି । ଏହି ଛତୁସବୁ ବର୍ଷାଋତୁରେ ଫୁଟିଥାଏ । ବର୍ଷା ହେଲେ ଗ୍ରାମରେ ବସବାସ କରୁଥିବା ଲୋକମାନେ ଛତୁ ତୋଳିବା ପାଇଁ ସକାଳୁ ଉଠି ପଡ଼ିଆ, ବଣ, ବିଲ ଆଦି ଅଞ୍ଚଳରେ ଘୁରିବୁଲନ୍ତି ।

ଛତୁ ଚାଷ କରି ବହୁ ଚାଷୀ ଏବଂ ଉଦ୍ୟୋଗୀ ମଧ୍ୟ ବେଶ ଲାଭବାନ ହୋଇଛନ୍ତି ତେବେ ଛତୁର ବିଭିନ୍ନ ଉପକାରୀ ତଥ୍ୟ ମଧ୍ୟ ରହିଛି ଯାହା ଆପଣଙ୍କୁ ବିଭିନ୍ନ ମାରାତ୍ମକ ରୋଗ ଯଥା କର୍କଟ ,ହୃଦରୋଗ ଇତ୍ୟାଦିକୁ ପ୍ରତିରୋଧ କରିବାର ଶକ୍ତି ମଧ୍ୟ ପ୍ରଦାନ କରିଥାଏ ।

ସବୁଠାରୁ ବିଷାକ୍ତ ଛତୁ ମଧ୍ୟରୁ ଆମାନିତା ଛତୁ ପ୍ରଜାତି ଅନ୍ୟତମ । ବହୁ ଥର ଚାଷୀ ଛତୁ ଚାଷ କରିଲା ବେଳେ ବିଷାକ୍ତ ଛତୁ ମଧ୍ୟ ଏକ ସଂଗେ ବଢିଥାଏ ଏବଂ ଚାଷୀ ଏହା ଜାଣିପାରେ ନାହିଁ । ବଜାରରେ ତାହା ବିକ୍ରି କରିଲା ବେଳେ ବିଷାକ୍ତ ଛତୁ ସହ ମିଶିଥାଏ ଏବଂ ଗ୍ରାହକ ତାହାକୁ ଚିହ୍ନଟ ନ କରିପାରି ଏହିପରି ନାହିଁ ନ ଥିବା ପରିସ୍ଥିତି ର ସମୁଖିନ୍ନ ହୋଇଥାଏ । ବିଷାକ୍ତ ଛତୁ ଚିନ୍ହଟ ନ କରି ବହୁ ଲୋକ ଏହାକୁ ଉପକାରୀ ଭାବି ଖାଇଥିବାରୁ ମୃତ୍ୟୁ ବରଣ କରିଛନ୍ତି ।

ଖାଦ୍ୟ ଯୋଗ୍ୟ ଏବଂ ବିଷାକ୍ତ ଛତୁ ମାନଙ୍କ ମଧ୍ୟରେ ଏହି ପରି କିଛି ତଫାତ ଦେଖିବାକୁ ମିଳିଥାଏ । ଜାଣନ୍ତୁ...

ଯଦି ଆପଣ ଛତୁର ଅଗ୍ର ଭାଗରୁ କ୍ୟାପ ବା ଟୋପିକୁ ଛଡାଇ ପାରୁଛନ୍ତି ତେବେ ଏହା ବିଷାକ୍ତ ବୋଲି ଜାଣିବେ ।
କଥା ଛତୁ ସବୁବେଳେ ଖାଦ୍ୟ ଯୋଗ୍ୟ ହୁଏ ନାହିଁ । କେତେକ ଛତୁ ଯେପରି ଫ୍ୟୁନେରାଲ ବଲ ଅତ୍ୟନ୍ତ ବିଷାକ୍ତ ଏଥିରୁ ଦୁରେଇ ରୁହନ୍ତୁ ।

ଯଦି ଛତୁର ଅଗ୍ର ଭାଗ ବା ଡେମ୍ଫରେ ନାଲି ରଙ୍ଗ ଦେଖୁଛନ୍ତି ତେବେ ଏହାକୁ ଖାଆନ୍ତୁ ନାହିଁ । କେତେକ ଉପକାରୀ ଛତୁରେ ମଧ୍ୟ ଏହି ଲକ୍ଷଣ ଦେଖିବାକୁ ପାଇବେ କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ଥିଲେ ଏଥିରୁ ଦୁରେଇ ରହିବ ସବୁ ଦୃଷ୍ଟି ରୁ ଭଲ ।

ଯଦି ଛତୁ ର ଧଳା କାତି କିମ୍ବା ଡେମ୍ଫରେ ଏକ ଗୋଲାକାର ରିଙ୍ଗ ବା ତଳ ଭାଗରେ ଅଖା ପରି କିଛି ଦେଖୁଛନ୍ତି ତେବେ ଏଥିରୁ ଦୁରେଇ ରୁହନ୍ତୁ ।

ଯଥା ସମ୍ଭବ ଛତୁ ଖାଦ୍ୟ ଯୋଗ୍ୟ ବୋଲି ସୁନିଶ୍ଚିନ୍ତ ନଥିଲେ ଏହାକୁ ଖାଆନ୍ତୁ ନାହିଁ ।

ନିଶା ଯେବେ ହୁଏ ପେଶା !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)