1. ଉଦ୍ୟାନ କୃଷି

ପରିବା ର ରାଜା ଆଳୁ ..

ଆଳୁ ଏକ ସୁସ୍ୱାଦୁ ଏବଂ ଉତ୍କୃଷ୍ଟ ପରିବା |ପୃଥିବୀ ରେ ପରିବା ମଧ୍ୟରେ ଆଳୁ ର ଚାହିଦା ବେଶ ଅଧିକ |ଆମ ରାଜ୍ୟରେ ଅକ୍ଟୋବର ମାସ ୧୫ ତରିକା ରୁ ନଭେମ୍ବର ମାସ ୧୫ ତାରିଖ ମଧ୍ୟରେ ଆଳୁ ଲଗାଇବାର ଉତ୍ତମ ସମୟ

KJ Staff
KJ Staff

ଆଳୁ ଏକ ସୁସ୍ୱାଦୁ ଏବଂ ଉତ୍କୃଷ୍ଟ ପରିବା |ପୃଥିବୀ ରେ ପରିବା ମଧ୍ୟରେ ଆଳୁ ର ଚାହିଦା ବେଶ ଅଧିକ |ଆମ ରାଜ୍ୟରେ ଅକ୍ଟୋବର ମାସ ୧୫ ତାରିଖ ରୁ ନଭେମ୍ବର ମାସ ୧୫ ତାରିଖ ମଧ୍ୟରେ ଆଳୁ ଲଗାଇବାର ଉତ୍ତମ ସମୟ |ଆଳୁ ରେ ଭିଟାମିନ ସି ,ଆଇରନ,କ୍ୟାଲସିଅମ ,ମାଙ୍ଗାନିଶ ଓ ଫସଫରସ ଆଦି ରହୁଥିବାରୁ ଏଥିରୁ ପ୍ରଚୁର ପରିମାଣରେ ପୃଷ୍ଟିସାର ମିଳିଥାଏ | ଓଡିଶା ର ପ୍ରତ୍ୟେକ ଜିଲ୍ଲାରେ ଆଳୁ ଚାଷ କରାଯାଇପାରିବ |ବାଲିଆ ଓ ମଧ୍ୟମ ଧରଣ ର ଦୋରସା ମାଟି ରେ ବିଶେଷ କରି ଯେଉଁ ମାଟିରେ ଅଧିକ ପରିମାଣର ଜୈବିକ ପଦାର୍ଥ ଥିବା ବା ପଟୁ ମାଟି ଆଳୁ ଚାଷ ଲାଗି ଅନୁକୂଳ |

ଜମି ପ୍ରସ୍ତୁତି :
ଆଳୁ ପାଇଁ ଭଲ ଚାଷ ଦରକାର |ଲୁହ ଲଙ୍ଗଳା ୨-୩ ଥର ଚାଷ କରି ଚକ୍ରବୀଡ ଇତ୍ୟାଦି ଚଳାଇ ମାଟିକୁ ଗୁଣ୍ଡ କରିଦେବା ଉଚିତ |ଚାଷ ସମୟରେ ଏକର ପିଛା ପ୍ରାୟେ ୮-୧୦ ଗାଡି ଭଲ ଖତ ଦେଇ ମାଟିରେ ମିଶାଇ ଦେବା ଆବଶ୍ୟକ |


ଲଗାଇବା ପ୍ରଣାଳୀ :
ଆଳୁ ସାଧାରଣତଃ ଗୋଟା କିମ୍ବା କଟା ଭାବରେ ଲଗାଯାଏ |ଲଗାଇବା ପୂର୍ବରୁ ବିଶୋଧାନା କରିବା ଆବଶ୍ୟକ |କାଟିବା ବେଳେ ପ୍ରତି ଖଣ୍ଡ ରେ ୨ ଟି ଆଖି ଥିବା ଦରକାର ଓ ଓଜନ ୫୦ ଗ୍ରାମରୁ କମ ହେବ ଉଚିତ ନୁହେଁ |ବିହନ ବିଶୋଧାନ ଲାଗି ୫୦ ଲିଟର ପାଣିରେ ୧୨୫ ରୁ ୨୫୦ ଗ୍ରାମ ହିସାବରେ ଡିଥେନ ଏମ -୪୫ ଗୋଳାଇ ଆଳୁ ଲଗାଇବା ପୂର୍ବରୁ ତହିଁରେ ବୁଡାଇ ଲଗାଇବା ଦରକାର |ବିଶୋଧାନ କରିବା ପରେ ବିହନକୁ ୧୦ ମିନିଟ ଛାଇରେ ଶୁଖାଇବା ଦରକାର |ଏକ ଏକର ପାଇଁ ୫ ରୁ ୬ କୁଇଣ୍ଟାଲ ବିହନ ଆବଶ୍ୟକ ହୋଇଥାଏ |


ଆଳୁକୁ ସିଆରେ ଲଗାଯାଏ |୨ ସିଆର ଭିତରେ ବ୍ୟବଧାନ ପ୍ରାୟେ ୨ ଫୁଟ ରଖନ୍ତୁ |ସିଆର ଭିତରେ ୭ଇଞ୍ଚ ଛଡ଼ାରେ ବିହନ ଲଗାନ୍ତୁ |ପ୍ରଥମେ ସିଆର କରିସାରି ତହିଁରେ ଖତ  ଆବଶ୍ୟକ ପରିମାଣରେ ସାର ଦେଇ ମାଟିରେ ଘୋଡାଇ ଦିଅନ୍ତୁ |ଲଗାଇ ସାରିଲେ ପରେ ପାଣି ଦେଲେ ,ମାଟି ଟାଣ ହୋଇଯାଏ ଏବଂ ଅମଳ ଭଲ ଆସେ ନାହିଁ ,ଏଣୁ ଲଗାଇବା ସମୟରେ ମାଟିରେ ବତର ରହିବା ଆବଶ୍ୟକ |

ଆଳୁର କେତେକ କିସମ :
କୁଫ୍ରି ଚନ୍ଦ୍ରମୁଖୀ ,କୁଫ୍ରି ଅଶୋକ,କୁଫ୍ରି ପୁଖରାଜ,କୁଫ୍ରି ସୂର୍ଯ୍ୟ କୁଫ୍ରି ଜ୍ୟୋତି ଇତ୍ୟାଦି ଆଳୁର ଉନ୍ନତ ମାନର କିସମ ଅଟେ |


ଜଳବାୟୁ :ଆଳୁ ଏକ ଶୀତଦିନିଆ ପରିବା |ଅଧିକ ଉତ୍ତାପ ହେଲେ ଫଳ ଭଲ ହୁଏ ନାହିଁ |

ଖାଦ୍ୟ ପରିଚାଳନା :
ଭଲ ଚାଷୀ ହିସାବରେ ସବୁବେଳେ ମାଟି ପରୀକ୍ଷା କରି ସାରା ପ୍ରୟୋଗ କରିବା ଆବଶ୍ୟକ |ତେବେ ମାଟି ପରୀକ୍ଷା ନ ହୋଇଥିଲେ ଆଳୁ ପାଇଁ ଗୁଣ୍ଠ ପିଛା ପ୍ରାୟେ ୪ କ.ଗ୍ରା ୟୁରିଆ ,୮ କି.ଗ୍ରା ସିଙ୍ଗଲ ସୁପର ଫସଫେଟ ,୩ କି.ଗ୍ରା ୨୦୦ ଗ୍ରାମ ପୋଟାସ ଆବଶ୍ୟକ ହୋଇଥାଏ |ଏହି ସାରରୁ ସବୁବେଳେ ସବୁତକ ଫସଫରସ ,ଅଧେ ପୋଟାସ ଏବଂ ୩ ଭାଗ ରୁ ୧ ଭାଗ ୟୁରିଆ ,ଆଳୁ ଲାଗିଲା ବେଳେ ସିଆରେ ଦେଇ ମାଟିରେ ମିଶାଇ ଦିଅନ୍ତୁ |ଅବଶିଷ୍ଟ ୟୁରିଆ ସାରାକୁ ୨ ଭାଗ କରି ଏକ ଭାଗ ପ୍ରଥମ ହୁଡ଼ା ଟେକିବା ବେଳେ ଓ ଅନ୍ୟ ଭାଗ ଟି ବଳକା ପୋଟାସ ସହ ଦ୍ୱିତୀୟ ଥର ହୁଡ଼ା ଟେକିବା ବେଳେ ଦିଅନ୍ତୁ |

ଜଳସେଚନ :
ଆଳୁ ଲଗାଇବା ବେଳେ ସିଂଚା ପାଣିଦେଲେ ଗଛ ଶୀଘ୍ର ଉଠିଥାଏ |ପ୍ରଥମ ହୁଡ଼ା ଟେକିବା ପରେ ସିଆର ଜଳସେଚନ କରିବା ଆବଶ୍ୟକ |ସିଆରେ ପାଣି ଉଠାଇଲାବେଳେ ପାଣି ର ସ୍ତର ହୁଡ଼ାର ଦୁଇ ତୃତୀୟାଂଶ ପର୍ଯ୍ୟନ୍ତ ରହିବ ଦରକାର|ଆଳୁ ଅମଳ କରିବାର ୧୫ ଦିନ ପୂର୍ବରୁ ଜଳସେଚନ ବନ୍ଦ କରିଦିଅନ୍ତୁ |

 

ଅମଳ :
ଭଲ ଭାବରେ ଚାଷ କଲେ ଏକ ଏକର ବିଲରୁ ୧୦୦-୧୨୦ କୁଇଣ୍ଟାଲ ଅମଳ ମିଳିପାରିବ |ଆଳୁ ଅମଳ ପରେ ଏହାକୁ ରଖିବା ପାଇଁ ବିହିତ ବ୍ୟବସ୍ତା ଗ୍ରହଣ କରିବା ଆବଶ୍ୟକ |ବିଭିନ୍ନ ଆକାରର ଆଳୁକୁ ଅଲଗା କରିବା ଉଚିତ |ତେବେ ଅଧିକ ଦିନ ସାଇତି ରଖିବା ପାଇଁ ଶୀତଳ ଭଣ୍ଡାରରେ ଆଳୁ ରଖିବା ଆବଶ୍ୟକ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments