ସାରା ଦେଶରେ ରାସନ କାର୍ଡ (Ration Card) ଆମ ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କେନ୍ଦ୍ର ସରକାର (Central Government)ଙ୍କ ତରଫରୁ ସାଧାରଣ ଜନତାଙ୍କୁ ରାସନ କାର୍ଡରେ ଅନେକ ବିଶେଷ ସୁବିଧା ଦିଆଯାଉଛି । କିନ୍ତୁ ଦେଶର ଅନେକ ଲୋକଙ୍କ ନାମ ରାସନ କାର୍ଡ ତାଲିକାରୁ କଟାଯାଇଛି । ତେଣୁ ଆପଣମାନେ ଶୀଘ୍ର ତାଲିକା ଚେକ୍ କରି ନିଅନ୍ତୁ ଯେ ଆପଣମାନଙ୍କ ନାମ ରାସନ କାର୍ଡ ତାଲିକାରୁ କଟାଯାଇ ନାହିଁ ତ ?
ସରକାର ନେବେ କଠୋର ପଦକ୍ଷେପ,ଜାଣନ୍ତୁ...
ଆପଣମାନଙ୍କୁ କହି ରଖୁଛୁ ଯେ, ଦେଶରେ ଏପରି ଅନେକ ଅଯୋଗ୍ୟ ଲୋକ ଅଛନ୍ତି ଯେଉଁମାନେ ରାସନ କାର୍ଡ (Ration Card)ର ଲାଭ ଉଠାଉଛନ୍ତି କିମ୍ବା ନିୟମ ଭଙ୍ଗ କରି ଏହାର ଫାଇଦା ନେଉଛନ୍ତି । ଏଭଳି ଲୋକମାନଙ୍କ ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହିପରି ସମସ୍ତ ଲୋକମାନଙ୍କ ନାମ ରାସନ କାର୍ଡ ତାଲିକାରୁ ହଟାଯାଇଛି ।
କଟାଯିବ ୪ ଲକ୍ଷ ଲୋକଙ୍କ ନାମ,ଜାଣନ୍ତୁ...
ଏହି ସମସ୍ତ ଲୋକମାନଙ୍କ ରାସନ କାର୍ଡ (Ration Card) ବାତିଲ କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । କୌଣସି ସରକାରୀ ଯୋଜନାର ଲାଭ ଏହି ଲୋକମାନଙ୍କ ରାସନ କାର୍ଡରେ ମିଳିବ ନାହିଁ । ଦିଲ୍ଲୀ ପରେ ବର୍ତ୍ତମାନ ଝାଡଖଣ୍ଡରେ ମଧ୍ୟ ୪ ଲକ୍ଷ ଲୋକମାନଙ୍କ ନାମ ମିଳିଛି, ସେମାନେ ରାସନ କାର୍ଡକୁ ଭୁଲ ଉପାୟରେ ବ୍ୟବହାର କରୁଛନ୍ତି ।
ଏହି ଲୋକମାନଙ୍କ ନାମ ମଧ୍ୟ ହଟିବ,ଜାଣନ୍ତୁ...
NFSA ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ଯଦି କୌଣସି ରାସନ କାର୍ଡଧାରୀମାନେ କ୍ରମାଗତ ୪ ମାସ ଧରି ରାସନ କାର୍ଡ (Ration Card) ମାଧ୍ୟମରେ ରାସନ ନେଉନାହାଁନ୍ତି, ତେବେ ତାଙ୍କ ନାମ ମଧ୍ୟ ରାସନ କାର୍ଡରୁ ହଟାଯିବ ।
ଏହି ଲିଙ୍କରେ କରନ୍ତୁ ଭିଜିଟ୍,ଜାଣନ୍ତୁ...
ସୂଚନାଯୋଗ୍ୟ, ଜାତୀୟ ଖାଦ୍ୟ ସୁରକ୍ଷା ପୋର୍ଟାଲର ଏହି ଲିଙ୍କ୍ ଭିଜିଟ୍ କରି https://nfsa.gov.in/portal/State_UT_Toll_Free_AA ଆପଣମାନଙ୍କ ରାଜ୍ୟର ଟୋଲ୍ ଫ୍ରି ନମ୍ବର ସମେତ ସମସ୍ତ ରାଜ୍ୟର ନମ୍ବର ପାଇପାରିବେ ।
ଅନଲାଇନରେ ରାସନ କାର୍ଡ ତିଆରି କରାଯାଇପାରିବ,ଜାଣନ୍ତୁ...
ଆପଣମାନେ ଯେଉଁ ରାଜ୍ୟରେ ରହୁଛନ୍ତି ସେହି ରାଜ୍ୟର ନିୟମ ଅନୁଯାୟୀ, ଆପଣ ଆପଣଙ୍କର ରାସନ କାର୍ଡ (Ration Card) ଅନଲାଇନ୍ ତିଆରି କରିପାରିବେ । ଏଥିପାଇଁ ଆପଣଙ୍କ ରାଜ୍ୟର ଖାଦ୍ୟ ପୋର୍ଟାଲ କିମ୍ବା ୱେବସାଇଟକୁ ଯାଆନ୍ତୁ ଓ ପ୍ରକ୍ରିୟା ପୂରଣ କରନ୍ତୁ । ଏଠାରେ ଆପଣଙ୍କୁ ସମସ୍ତ ଆବଶ୍ୟକୀୟ ତଥ୍ୟ ପୂରଣ କରିବାକୁ ପଡିବ । ଏହା ପରେ ଆପଣଙ୍କ ରାସନ କାର୍ଡ (Ration Card) ତିଆରି ହୋଇଯିବ ।
ରେସନ କାର୍ଡରେ ମାଗଣା ଗହମ, ଚାଉଳ ଏବଂ ଆବଶ୍ୟକ ଜିନିଷ ମିଳୁଛି, ତେଣୁ 31 ଜୁଲାଇ ସୁଦ୍ଧା ସମ୍ପୂର୍ଣ୍ଣ କରନ୍ତୁ |
ମାଗଣା ରାସନ ମିଳୁନାହଁ ତେବେ କଲ କରନ୍ତୁ 1800-3456724 |କରନ୍ତୁ ଅଭିଯୋଗ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ
Share your comments