1. ଉଦ୍ୟାନ କୃଷି

ପିଆଜ ରେ ଉକୁଣିଆ ପୋକ ....

ଉକୁଣିଆ ପୋକ ଗୁଡ଼ିକ ଅତି ଚୋର ଏବଂ ଏଗୁଡ଼ିକ ହଳଦିଆ କିମ୍ବା ଧୂସର ବର୍ଣର ହୋଇଥାନ୍ତି।ଏଗୁଡ଼ିକ ୮ ରୁ ୧୦ ଦିନ ପର୍ଯ୍ୟନ୍ତ ବଞ୍ଚିପାରନ୍ତି।ପିଆଜ ପତ୍ରର ମୂଳରେ ରହି ପତ୍ରରୁ ରସ ଶୋଷି ନେବା ଦ୍ୱାରା ପତ୍ର ହଳଦିଆ ପଡ଼ିଯାଏ ଏବଂ ମୋଡି ହୋଇଯାଏ ।ମାଘ ମାସରୁ ପିଆଜ ଫସଲରେ ଉକୁଣିଆ ପୋକ ଦେଖାଯାଆନ୍ତି।

KJ Staff

ଗଛ ଗୁଡ଼ିକ ବେଶୀ ରୋଗାକ୍ରାନ୍ତ ହେଲେ ପତ୍ର ଗୁଡ଼ିକ ଜଳିଯାଏ ଏବଂ ଆଲୋକ ସଂଶ୍ଳେଷଣ ବାଧାପ୍ରାପ୍ତ ହୋଇ ପିଆଜର ବୃଦ୍ଧି ହୋଇପାରେ ନାହିଁ।ଏହି ପୋକ ଗୁଡ଼ିକ ନିଜେ କ୍ଷେତି ଘଟାଇବା ସହ ଅନ୍ୟ କ୍ଷତିକାରକ କବକ ମାନଙ୍କର ପାଇଁ ମଧ୍ୟ ବାଟ ଫିଟାଇ ଦିଅନ୍ତି।ପିଆଜର " ପର୍ପଲ୍ ବ୍ଳଚ୍' ନାମକ ମାରାତ୍ମକ ରୋଗ ମଧ୍ୟ ଏହାର ପ୍ରାଥମିକ ଅକ୍ରାନ୍ତ ସ୍ଥାନ ଦେଇ ଗଛରେ ପ୍ରବେଶ କରେ।

- ପୋକଗୁଡିକ ସାଧାରଣତଃ ମାଟିରେ ଅନ୍ଦଣ୍ଡେଇଥନ୍ତି ।ତେଣୁ ମାଟିକୁ ନିୟମିତ କୋଡ଼ାଖୋସା କରିବା ଆବଶ୍ୟକ।

- ଗଛ ଉପରେ ଜଳସିଞ୍ଚନ କଲେ ମଧ୍ୟ ଏହାର ପାଦ୍ରୁଭାବ କମିଯାଏ।

- ଏକର ପିଛା ୪-୬ ଟି ନୀଳ ଅଠାଳିଆ ଯନ୍ତା ଲଗାଇଲେ ପୋକ ଆକୃଷ୍ଟ ହୋଇ ଆସି ଅଠାରେ ଲାଗି ଯାଆନ୍ତି।

- ଇମି ଡ଼ା କ୍ଲୋ ପ୍ରିଡ୍ @ ୫ ମି. ଲି କିମ୍ବା ଲିଟର ପିଚ୍ଛା ୦.୫ ଗ୍ରାମ ଥାୟୋମେଥୋକ୍ସାମ୍ ସ୍ପ୍ରେ କଲେ ଏହାକୁ ଦମନ କରିହୁଏ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments