ଭାରତୀୟ ଫଳ ମାନଙ୍କ ମଧ୍ୟରେ କଦଳୀ ର ସ୍ଥାନ ସ୍ୱତନ୍ତ୍ର ଅଟେ | ବହୁ ପୁରାତନ କାଳ ରୁ ମନୁଷ୍ୟ ବାଡ଼ି ବଗିଚା ରେ କଦଳୀ ଚାଷ କରିଆସିଛି | ଅନ୍ୟାନ୍ୟ ଫଳରେ ତୁଳନାରେ ଏଥିରେ ଅଧିକ ମାତ୍ରା ରେ ପୃଷ୍ଟିସାର,ଭିଟାମିନ ,ଫୋସ୍ଫରସ ,ଓ ଲୌହଯୁକ୍ତ ଖାଦ୍ୟଶକ୍ତି ମିଳିଥାଏ ଯାହାକି ମନୁଷ୍ୟ ଶରୀର ଗଠନ ଓ ଶକ୍ତି ଯୋଗାଣ ରେ ବିଶେଷ ଭାବରେ ସାହାଯ୍ୟ କରିଥାଏ | ତରକାରୀ ଲାଗି କଞ୍ଚା କଦଳୀ ଓ ଫଳ ହିସାବରେ ପାଚିଲା କଦଳୀ ଘରେ ଘରେ ପରିଚିତ | ପାରିବ ଭାବେ କଦଳୀ ମଞ୍ଜା ଓ ଭଣ୍ଡ ମଧ୍ୟ ବେଶ ଲୋକପ୍ରିୟ | ବିବାହ ,ବ୍ରତ,ଏପରିକି ଶୁଦ୍ଧିକାର୍ଯ୍ୟ ରେ ମଧ୍ୟ କଦଳୀ ର ଆବଶ୍ୟକତା ଅପରିହାର୍ଯ୍ୟ |
ପେଷି ପୋଷଣ କଦଳୀ ର ଉପକାରିତା :
୧) ଏହି ଚାରା ଗୁଡିକ ସାଧାରଣ ତ ସୁସ୍ଥ ଓ ଏଥିରେ ଯଥେଷ୍ଟ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ |
୨)ଏହି ଗଛ ଶୀଘ୍ର ଫୁଲଫଳ ଧରେ ଓ କମ ସମୟରେ ଅମଳ ଦିଏ |
୩)ଏକ ସମୟରେ ଫଳ ଧରିବା ହେତୁ ଏହାର ବିକ୍ରି ଭଲ ହୁଏ |
୪)ଏହି ଚାରା ଗୁଡିଏ କୁ ଗୋଟେ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ନେବା ଆଣିବା କରି ହେବ|
୫) ଏହି ପ୍ରଣାଳୀ ରେ ଖର୍ଚ୍ଚ କମ ହୋଇଥାଏ |
୬)ଏହିଥିରୁ ଅମଳ ଅଧିକ ହୁଏ ଫଳରେ ଚାଷୀ ମାନେ ଅଧିକ ଲାଭବାନ ହୋଇପାରିବେ |
ଲଗାଇବା ପ୍ରଣାଳୀ :
ଏହି ଚାରା ଗୁଡିକ ସାଧାରଣତଃ ପଲିଥିନ ପ୍ୟାକେଟ ରେ ମିଳେ ,ତେଣୁ ପ୍ୟାକେଟ କାଟି ଚାରା କୁ ଗାତ ମଝିରେ ଲଗାନ୍ତୁ |ମନେ ରଖନ୍ତୁ ପଲିଥିନ ଭିତରେ ଥିବା ମାଟି ପିଣ୍ଡୁଳା ନଷ୍ଟ ହେବା ଅନୁଚିତ |ଏହାକୁ ଅଧିକ ଗଭୀରତା ରେ ପୋତିବା ର ଆବଶ୍ୟକତା ନଥାଏ |ଚାରା ଲଗାଇବା ସଂଗେ ସଂଗେ ଗଛ ମୂଳରେ ଝର ସାହାଯ୍ୟ ରେ ପାଣି ଦିଅନ୍ତୁ |
Share your comments