1. ଉଦ୍ୟାନ କୃଷି

କଦଳୀ ଗଛ ରେ ଚାରା ରୋପଣ

ଘରେ ଘରେ ପରିଚିତ କଦଳୀ ଗଛ ବିଷୟରେ ଆମେ ସମସ୍ତେ ଜାଣିଥିବା |ପ୍ରଚୁର ମାତ୍ର ରେ ପୋଷକ ତତ୍ତ୍ୱ ସହ ଉପଯୁକ୍ତ ଧାତୁ ଲାବନ ତଥା ପୋଟାସିଅମ ,କେଲସିଅମ ,ମାଂଗାନିଶ ଇତ୍ୟାଦି ଛଡା ଭିଟାମିନ ବି କମ୍ପ୍ଲେକ୍ସ ପରି ଶରୀର ହିତକାରୀ ଦ୍ରବ୍ୟ ମଧ୍ୟ ଏଇଥିରେ ଭାରି ରହିଥାଏ | ଏହାର ସମସ୍ତ ଅଂଶ ଉପଯୋଗୀ ଓ ଲାଭଦାୟକ | ଫଳ କୁ କଞ୍ଚା ବା ପାଚିଲା ତୋଳି ଖାଇବା ସହ ଏହା ସମସ୍ତେ ପୂଜାପଦ୍ଧତ୍ତି ରେ କାର୍ଯ୍ୟକାରୀ ଅଟେ |

KJ Staff

ତେବେ କଦଳୀ ଗାଣ୍ଡି ରେ ଚାରା ରୋପଣ ଚାଷ କରିବାର ଏକ ଅନ୍ୟତମ ଉପାୟ |

ଏହାର ଉପାଦୟତା  :

୧) ଗଛ ର ଗାଣ୍ଡି କୁ ପୁନର୍ବାର କାର୍ଯ୍ୟକାରୀ କରିହେବ |

୨)ଅଣ ଜଳସେଚିତ ବା ମରୁଡି ଅଞ୍ଚଳରେ ବିଶେଷ ରୂପରେ ଲାଭଦାୟକ |

୩)ଏହି ପ୍ରଣାଳୀ ରେ ଜମି ଦରକାର ହୁଏ ନାହିଁ |

୪)ଅଳ୍ପ ମାଟି  ରେ ଚାରା ରୋପଣ କରିବାର ସୁବିଧା ଲାଭ କରି ଏହାବ |

୫)କଦଳୀ ଗାଣ୍ଡି ରେ ଥିବା ପୋଷକ ତତ୍ତ୍ୱ ଗଛ ବଢ଼ିବାରେ ବିଶେଷ ଭାବେ ସାହାଯ୍ୟ କରେ |

 ୬)ଉଚିତ ଭାବରେ ପରିଚାଳନ କଲେ ଏହା ବର୍ଷ ସାରା ଲାଭ ଦେଇ ପାରିବ |

 ୭)ଏହି ପ୍ରଣାଳୀ ରେ ଅନାବନା ବା ବାଳୁଙ୍ଗା ଘାସ ଉଠିବାର ସମ୍ଭାବନା ସବୁଠୁ କମ ଥାଏ |

୮) ଏଥିରେ ସାରା ଖାତା ପରି ରାସୟାନିକ ଦ୍ରବ୍ୟ ର ଦରକାର ହୁଏ ନାହିଁ | ଏହା ସମ୍ପୂର୍ଣ ଭାବେ ଜୈବିକ ଉପାୟ |

ଚାରା ରୋପଣ ପ୍ରଣାଳୀ :

କଦଳୀ ଗଣ୍ଡି ରେ ଛୁରୀ ସାହାଯ୍ୟ ରେ ଗାତ ଖୋଲି ସେଥିରେ ମାଟି ଭର୍ତି କରନ୍ତୁ |ମାଟି ରେ ଏକ ଭାଗ ଖତ ମିଶାଇଲେ ଅଧିକ ଅମଳ ଆସେ | ତାପରେ ଅଳ୍ପ ଗଭୀର ଥିବା ପନି ପରିବା ବା ଫୁଲ ଗଛ ର ଚାରା ସେଥିରେ ରୋପଣ କରନ୍ତୁ|

ଏଥିରେ ମୁଖ୍ୟତ ପାଣିର ଆବଶ୍ୟକତା ପଡେ ନାହିଁ |ତେବେ ବାୟୁମଣ୍ଡଳ ତାପମାତ୍ରା ବୃଦ୍ଧି ପାଇଲେ ଗଛ ର ଚେର ରେ ଅଳ୍ପ ପାଣି ସ୍ପ୍ରେ କରିପାରନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ