1. ଉଦ୍ୟାନ କୃଷି

ତୁଳସୀ ର ବିଶେଷତ୍ୱ

ଘରେ ଘର ପରିଚିତ ତୁଳସୀ ;ଘର ଅଗଣାରେ ତୁଳସୀ ଗଛ ଟେ ନ ରହିଲେ ଘର ର ସୌନ୍ଦର୍ଯ୍ୟ ରହେ ନାହିଁ|ସମସ୍ତ ପୂଜା ପାଠ ରେ ଯଦି କୌଣସି ବୃକ୍ଷ ପ୍ରଥମେ ମନେ ପଡେ ତେବେ ତାହା ହୋଇଥାଏ ତୁଳସୀ |ତୁଳସୀ ପତ୍ର ରେ ଏହା ବ୍ୟତୀତ ବହୁ ଔଷଧୀୟ ଗୁଣ ରହିଛି ଏବଂ ଏହାକୁ ବହୁଳ ମାତ୍ରା ରେ ଅଗଣାରେ ଲଗାଇଲେ ଘର ପରିପାର୍ଶ୍ଵ ବାୟୁମଣ୍ଡଳ ସୁଦ୍ଧା ରହିଥାଏ |ଏହାର ପତ୍ର ଠାରୁ ମଞ୍ଜି ପର୍ଯ୍ୟନ୍ତ ଶରୀର ,ମନ ଓ ଆତ୍ମା ପାଇଁ ଟନିକ ରୂପେ ବିବେଚନା କରାଯାଇଛି |ଏହି ସବୁ କାରଣରୁ ତୁଳସୀ କୁ ମହୌଷଧି ବୋଲି କୁହାଯାଏ |ତେବେ ତୁଳସୀ ରେ ରହିଛି ଏହି ବିଶେଷ ଗୁଣ !

KJ Staff

-ଏହା ଶରୀରରେ ରାସାୟନିକ ପଦାର୍ଥ କୁ ହ୍ରାସ କରାଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ତେଣୁ ଚା କିମ୍ବା ସାଲାଡ଼ ରେ ନିୟମିତ ତୁଳସୀ କହିବା ଆବଶ୍ୟକ |

-ଆୟୁର୍ବେଦ ଅନୁସାରେ,ଥରକେ ୪-୫ ଟି ତୁଳସୀ ପତ୍ର ହିଁ ଖାଇବା ଉଚିତ|

-ବ୍ରୋଙ୍କାଇଟିସ ଏହାର ସତେଜ ଫୁଲ କୁ ବ୍ୟବହାର କରାଯାଏ |

-ମ୍ୟାଲେରିଆ ରେ କଲା ମରିଚ ସହ ତୁଳସୀ ପତ୍ର ଓ ମଞ୍ଜି ବ୍ୟବହାର ହୋଇଥାଏ |

-ତୁଳସୀ ପତ୍ର ରେ ପ୍ରସ୍ତୁତ ତେଲ ,ବିଷାକ୍ତ ପୋକ କାମୁଡା ରେ ବ୍ୟବହାର ହୋଇଥାଏ |

-ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳେ |

-ଏଥିରେ ଥିବା ଅବସାଦରୋଧି ,ଉଦବେଗରୋଧି ,ଗୁଣ ଯୋଗୁଁ ଏହା ଔଷଧ ଭାବେ କାମ କରେ|

-ଆଣ୍ଟି-ଔକ୍ସିଡେଣ୍ଟ ଭରପୁର ଥିବାରୁ ବିଷାକ୍ତ ରାସାୟନରୁ ଶରୀରକୁ ରକ୍ଷା କରେ |

-କ୍ୟାନ୍ସର କୋଷିକା ବୃଦ୍ଧି କୁ ହ୍ରାସ କରେ |

-ଏହା କ୍ଷେତ ଭରିବାରେ ମଧ୍ୟ ସାହାଯ୍ୟ କରିଥାଏ |

-ଏହା ଟାଇପ -୨ ମଧୁମେହ ଆଶଙ୍କା ହ୍ରାସ କରେ ବୋଲି ଏକାଧିକ ଅଧୟନ ସ୍ପଷ୍ଟ କରିଛି|

-ଓଜନ ଓ କଲେଷ୍ଟେରୋଲ ମାତ୍ରା ହ୍ରାସରେ ତୁଳସୀ ରଭୂମିକା ଗୁରୁତ୍ୱପୂର୍ଣ |

-ତୁଳସୀ ପତ୍ର ର ଚା ପିଇବା ଦ୍ୱାରା ,ଚିନ୍ତା ଓ ଅବସାଦ ଭାବ ଦୂର ହୋଇଥାଏ |

ତେଣୁ ସ୍ୱାସ୍ଥ୍ୟ ପ୍ରତି ଚିନ୍ତିତ ଥିଲେ ନିଶ୍ଚିନ୍ତ ଭାବେ ନିୟମିତ ତୁଳସୀ ର ବ୍ୟବହାର କରନ୍ତୁ 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments