1. ଉଦ୍ୟାନ କୃଷି

ତୁଳସୀ ଚାଷ କରି ହୋଇପାରିବେ ଲକ୍ଷପତି

ତୁଳସୀ ଚାଷ କରି ହୋଇପାରିବେ ଲକ୍ଷପତି

KJ Staff
KJ Staff

ପ୍ରକୃତି ର ଏକ ସୁନ୍ଦର ଅବଦାନ -ତୁଳସୀ |ଅତ୍ୟଧିକ ଔଷଧୀୟ ଗୁଣ ସହ ହିନ୍ଦୁ ଧର୍ମ ର ଏକ ବିଶେଷ ରୂପାନ୍ତର କରିଥାଏ ତୁଳସୀ |ଏହା ବ୍ୟତୀତ ବିଭିନ୍ନ କସମେଟିକ ଯଥା ଶ୍ୟମ୍ପୋ ଏବଂ ସାବୁନ ରେ ବାସ୍ନା ଲାଗି ମଧ୍ୟ ଏହାର ବ୍ୟବହାର କରାଯାଇଥାଏ |ତେଣୁ ଏହି ପରି ଏକ ଅପୂର୍ବ ଔଷଧି ର ଚାଷ କରିବା ଆପଣଙ୍କୁ ନିଶ୍ଚିନ୍ତ ଲକ୍ଷପତି କରିପାରିବ |
ଲାମୀଆସି ପରିବାର ର ଏହି ବୃକ୍ଷ ବିଭିନ୍ନ ପ୍ରଜାତି ର ଦେଖିବାକୁ ମିଳିଥାଏ |

କାହିଁକି କରିବେ ତୁଳସୀ ଚାଷ ?


ଏଥିରେ ବେଶ ଅଧିକ ଔଷଧୀୟ ଗୁଣ ରହିଥିବାରୁ ଏହାକୁ ବିଭିନ୍ନ କମ୍ପାନୀ ମାନେ ନିଜ ଉତ୍ପାଦିତ ସାମଗ୍ରୀ ରେ ବ୍ୟବହାର କରିବା ଲାଗି ଉତ୍ତମ ମାନ ର ତୁଳସୀ ଲୋଡିଥାନ୍ତି |ତେଣୁ ଦେଶର ବିଭିନ୍ନ ସ୍ଥାନରେ ଚାଷୀ ମାନେ ଏହି ଗଛ କୁ ଚାଷ କରି ବେଶ ଲାଭବାନ ହେଉଛନ୍ତି |ସବୁଠାରୁ ଉଲ୍ଲେଖନୀୟ ତଥ୍ୟ ଏହା ଯେ ଏହି ବୃକ୍ଷ ୩ ରୁ ୪ ମାସ ମଧ୍ୟରେ ବଡ ହୋଇଥାଏ ଏବଂ ଆବଶ୍ୟକ ରାସାୟନିକ ପଦାର୍ଥ ଯୋଗାଇବା ଆରମ୍ଭ କରିଥାଏ |ତେଣୁ ଚାଷୀ ଭାଇ ମାନେ ଏହାକୁ ଲଗାଇ ଖୁବ କମ ଦିନରେ ମାସକୁ ୩ରୁ ୪ ଲକ୍ଷ ରୋଜଗାର କରିପାରିବେ |

ଏହାର ବଜାରରେ ଚାହିଦା -

ଅତ୍ୟଧିକ ଔଷଧୀୟ ଗୁଣ ହେତୁ ଏହି ବୃକ୍ଷ ଲାଗି ବଜାରରେ ବେଶ ଅଧିକ ଚାହିଦା ଦେଖିବାକୁ ମିଳିଥାଏ |ଉତ୍ତମ ମାନ ର ତୁଳସୀ ଅଧିକ ଦର ମଧ୍ୟ ଧାର୍ଯ୍ୟ କରିଥାଏ |ଏହାକୁ ଏପ୍ରିଲ ବା ମେ ମାସରେ ଚାଷ କରାଯିବା ବେଳେ ଏହାକୁ ଆପଣ ମଞ୍ଜି ବା ଚାରା ରୋପଣ କରି ଚାଷ କରିପାରିବେ|ଅଧିକ ଔଷଧୀୟ ଗୁଣ ଏବଂ ନିଜର ବାସ୍ନା ଯୋଗୁ ଏଥିରେ ଅଧିକ ପୋକ ବା କୀଟ ଆକ୍ରମଣ ବା ଅଧିକ ରୋଗ ସମସ୍ୟା ଦେଖିବାକୁ ମିଳେ ନାହିଁ |

କଣ ମିଳିବ ଅମଳ :

ତୁଳସୀ ଗଛ ରୁ ବିଶେଷ କରି ଆପଣ ଏହାର ପତ୍ର ଅମଳ କରିପାରିବେ ଏବଂ ଏହାର ମଞ୍ଜି ମଧ୍ୟ ଅମଳ କରି ବିକ୍ରି କରିପାରିବେ|ତୁଳସୀ ମଞ୍ଜି ର ମଧ୍ୟ ବହୁ ଚାହିଦା ରହିଛି ଏହାକୁ ବିଶେଷ କରି ହେଲ୍ଥ ଡ୍ରିଙ୍କ ରେ ବ୍ୟବହାର କରାଯାଇଥାଏ ଏବଂ ପତ୍ର ରୁ ତେଲ ଉତ୍ପାଦନ କରାଯାଇଥାଏ |ମଣ୍ଡି ରେ ମଞ୍ଜି ର ଦର ୧୫୦ ରୁ ୨୦୦ ଟଙ୍କା ପ୍ରତି କି.ଲୋ ରହିଥିଲା ବେଳେ ତେଲ ର ଦର କି.ଗ୍ରା ପ୍ରତି ୭୦୦ ରୁ ୮୦୦ ଟଙ୍କା ରହିଛି |

କେତେ ପ୍ରକାର ତୁଳସୀ ଅଛି ?

ଭିନ୍ନ ପ୍ରଜାତି ର ତୁଳସୀ ଆପଣ ଚାଷ କରିପାରିବେ ...

-କଳା ବା କୃଷ୍ଣ ତୁଳସୀ :

ଭିଟାମିନ ଏ ଓ କେ ରେ ଭରପୁର ଏହି ତୁଳସୀ ସମସ୍ତଙ୍କ ଘରେ ଦେଖିବାକୁ ମିଳିଥାଏ |ଏଥିରୁ ତୁଳସୀ ତେଲ ଉତ୍ପାଦନ କରାଯାଏ ଏବଂ ଏହା ମଶା ମାନଙ୍କ ପାଦୃଭାଵ ହ୍ରାସ କରିବାରେ ବିଶେଷ ସାହାଯ୍ୟ କରିଥାଏ |ଏହାର ପତ୍ର ର ରଙ୍ଗ ବାଇଗଣୀ |

-ରାମ ତୁଳସୀ :

ଏହାର ପତ୍ର କଳା ତୁଳସୀ ଠାରୁ ଅଧିକ ବଡ |ଶରୀର ପୀଡା ଏବଂ ଦରଜ ଥିଲେ ଏହା ଉପଚାର କରିଥାଏ |

-ବାବି ତୁଳସୀ :

ପଂଜାବ ,ପଶ୍ଚିମ ବଙ୍ଗ ଏବଂ ବିହାର ର କେତେକ ଅଂଶ ରେ ଦେଖିବାକୁ ମିଳିଥାଏ ଏହି ତୁଳସୀ |ଗଛ ର ଉଚତା ୧ ରୁ ୨ ଫୁଟ ଏବଂ ପତ୍ର ୧ ରୁ ୨ ଇଞ୍ଚ ଲମ୍ବା|ଏହାର ପତ୍ର ର ସ୍ୱାଦ ଲବଙ୍ଗ ପରି ତେଣୁ ବହୁ ବ୍ୟଞ୍ଜନ ରେ ଫ୍ଲେବର ବଢାଇବା ଲାଗି ଏହା ବ୍ୟବହାର କରାଯାଇଥାଏ|

-ଅମୃତ ତୁଳସୀ :

ବାଇଗଣୀ ପତ୍ର ଏବଂ ଝଙ୍କାଳିଆ ବୁଦା ସଦୃଶ ଏହା ବୃକ୍ଷ କ୍ୟାନ୍ସର ,ମଧୁମେହ ,ସ୍ମୃତିଶକ୍ତି ହ୍ରାସ,ଇତ୍ୟାଦି ର ବେଶ ଭଲ ଉପଚାର କରିଥାଏ |

-ବଣ ତୁଳସୀ :

ଏହାର ପତ୍ର ର ସ୍ୱାଦ ମଧ୍ୟ ଲବଙ୍ଗ ପରି |ଏହା ବିଶେଷ କରି ହିମାଳୟ ର ପାଦଦେଶରେ ଦେଖିବାକୁ ମିଳିଥାଏ ଏବଂ ଅଧିକ ଷ୍ଟ୍ରେସ ଓ ଅଲ୍ସର ର ଉପଚାର କରିଥାଏ|

-କର୍ପୁର ତୁଳସୀ :

ବାସ୍ନା ରୁ ଆପଣ ଜାଣିପାରିବେ ନାହିଁ ଯେ ଏହା କର୍ପୁର କିମ୍ବା ତୁଳସୀ ଗଛ |ଏହାର ପତ୍ର କୁ ଶୁଖାଇ ଏଥିରେ ଚା ପ୍ରସ୍ତୁତ କରାଯାଏ|

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments