1. ଉଦ୍ୟାନ କୃଷି

ଏହି ପରିବା କୁ ଚାଷ କରି ହୋଇପାରିବେ କୋଟିପତି

ଏହି ପରିବା କୁ ଚାଷ କରି ହୋଇପାରିବେ କୋଟିପତି

KJ Staff
KJ Staff

ଟର୍ଣ୍ଣିପ ର ଚାଷ ପ୍ରଣାଳୀ

ଶୀତ ଦିନିଆ ପରିବା ମାନଙ୍କ ମଧ୍ୟରୁ ଟର୍ଣ୍ଣିପ ଅନ୍ୟତମ |ଭିଟାମିନ ଓ ମିନେରାଲ ପ୍ରଚୁର ମାତ୍ରା ରେ ରହିଥିବାରୁ ଏହାକୁ ସୁପର ଫୁଡ ର ସ୍ଥାନ ମଧ୍ୟ ଦିଆଯାଇଛି |ଏହାକୁ ବିଶେଷ କରି ଜୁସ ବା ଭାଜିକି ବା ସାଲାଡ଼ ଭାବେ ଖାଇହେବ | ଭାରତ ଠାରୁ ଅଧିକ ବିଦେଶ ରେ ଏହାର ଚାହିଦା ରହିଛି |ତେଣୁ ଏହାର ଚାଷ ଦ୍ୱାରା ଆପଣ ଲକ୍ଷାଧିକ ଟଙ୍କା ଅର୍ଜନ କରିବାର ସମ୍ଭାବନା ରହିଛି |
ଏହାକୁ ସଲଗମ ନାମରେ ମଧ୍ୟ ଜଣାଯାଏ ଏବଂ ଗାଜର ଓ ବିଟ ପରି ଏହା ମାଟି ତଳେ ହୋଇଥାଏ |ଭାରତ ରେ ପଞ୍ଜାବ ,ବିହାର ,ତାମିଲନାଡୁ ଇତ୍ୟାଦି ଅଂଚଳରେ ଏହାର ଚାଷ କରାଯାଇଥାଏ |

ଆବଶ୍ୟକୀୟ ତାପମାତ୍ରା ଓ ପାଣିପାଗ:

୧୦ ରୁ ୧୬ ଡିଗ୍ରୀ ତାପମାତ୍ରା ଏବଂ ୬ ରୁ ୮ ଘଣ୍ଟା ରସ୍ୱରାଜ୍ୟଲୋକ ଟର୍ଣ୍ଣିପ ଚାଷ ଲାଗି ଅତିଉପଯୋଗୀ |ଥଣ୍ଡା ଏବଂ ଅଧିକ ଆଦ୍ରତା ଥିବା ଅଂଚଳରେ ଏହାକୁ ଭଲ ଭାବେ ଚାଷ କରିହେବ |

ମୃତିକା :

ଉର୍ବର ଦୋରସା ମାଟି ରେ ଏହାର ଚାଷ କରନ୍ତୁ |ଜମି କୁ ୨ ରୁ ୩ ଥର ହଳ କରି ମାଟିକୁ ଗୁଣ୍ଡ କରନ୍ତୁ |ଅଧିକ ଚିକିଟା ବା ଟାଣ ମାଟି ରହିଲେ ଏହା ଭଲ ଭାବେ ବଢିବ ନାହିଁ |ସଢା ଗୋବର ଖତ ହେକ୍ଟର ପିଛା ୨୫ ଟନ ପ୍ରୟୋଗ କରନ୍ତୁ |

ମଞ୍ଜି ବୁଣିବ ସମୟ :

ଅକ୍ଟୋବର ରୁ ଡ଼ିସେମ୍ବର ମଞ୍ଜି ବୁଣିବା ର ଉପଯୁକ୍ତ ସମୟ |ପାହାଡିଆ ଅଂଚଳରେ ଜୁଲାଇ ରୁ ଡ଼ିସେମ୍ବର ମଧ୍ୟରେ ଚାଷ କରାଯାଇପାରିବ |ଗଛ ରୁ ଗଛ ୩୦ ସେ,ମି ର ବ୍ୟବଧାନ ଏବଂ ଧାଡି ରୁ ଧାଡି ୬ ରୁ ୭ ସେ .ମି ର ବ୍ୟବଧାନ ରଖନ୍ତୁ |

ସାର ଓ ଖତ

ଯବକ୍ଷାରଜାନ ୮୦ ରୁ ୧୦୦ କି.ଗ୍ରା ପ୍ରତି ହେକ୍ଟର ଫସଫରସ ୫୦ କି ଗ୍ରା ପ୍ରତି ହେକ୍ଟର ଏବଂ ପୋତାସହ ୫୦ କି.ଗ୍ରା ପ୍ରତି ହେକ୍ଟର ପ୍ରୟୋଗ କରନ୍ତୁ |ଜମି ପ୍ରସୁସ୍ତୀ ବେଳେ ଅଧା ଯବକ୍ଷାରଜାନ ଜମି ରେ ପ୍ରୟୋଗ କରିବା ଉଚିତ |

ଜଳସେଚନ :

ମଞ୍ଜି ବୁଣିବା ପରେ ଜଳସେଚନ ନିହାତି କରନ୍ତୁ ଏବଂ ସେହିପରି ମାଟି ର ଆଦ୍ରତା ଯାଞ୍ଚ କରି ୮ ରୁ ୧୦ ଦିନକୁ ଠାରେ ଜଳସେଚନ କରନ୍ତୁ |

ଅମଳ :

୬ ରୁ ୧୦ ସେ.ମି ର ଦାର୍ଘ୍ୟ ଥିଲା ବେଳେ ଟର୍ଣ୍ଣିପ ଅମଳ କରାଯାଏ |ଉଚିତ ସମୟରେ ଅମଳ ନ କଲେ ଏହା ଟାଣ ହୋଇଯାଏ ଏବଂ ଖାଇବାକୁ ଭଲ ଳହିଁ |ଅମଳ ସୂର୍ଯ୍ୟସ୍ଥ ପରେ କରନ୍ତୁ ଏବଂ ହାରାହାରି ହେକ୍ଟର ପିଛା ହାରାହାରି

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments