1. ଉଦ୍ୟାନ କୃଷି

ଆପଣ ଜାଣନ୍ତୁ ପାନ ପତ୍ରର ବ୍ୟବହାର ଏବଂ ସୁଫଳସବୁ

ପାନ ପତ୍ରର ବ୍ୟବହାର ସମ୍ପର୍କରେ ଯଦି ପ୍ରଶ୍ନ କରାଯାଏ ତେବେ ସାଧାରଣତଃ ଦୁଇଗୋଟି ଉତ୍ତର ଆସିବ, 'ହଁ' ଏବଂ 'ନାଁ', କାରଣ ପାନ ପତ୍ରକୁ ପିଲାରୁ ବୁଢ଼ା ସମସ୍ତେ ଜାଣନ୍ତି l କିନ୍ତୁ ଏହାର ଔଷଧୀୟ ଗୁଣଗୁଡ଼ିକ ବିଷୟରେ କେତେଜଣଙ୍କୁ ଜଣାଅଛି ? ତେଣୁ କରି ଏହି ବିଷୟରେ କିଛି ଜାଣିବା ଜରୁରୀ ଅଟେ l

Sugyan Kumar Nayak
Sugyan Kumar Nayak

ପାନ ପତ୍ରର ବ୍ୟବହାର ସମ୍ପର୍କରେ ଯଦି ପ୍ରଶ୍ନ କରାଯାଏ ତେବେ ସାଧାରଣତଃ ଦୁଇଗୋଟି ଉତ୍ତର ଆସିବ, 'ହଁ' ଏବଂ 'ନାଁ', କାରଣ ପାନ ପତ୍ରକୁ ପିଲାରୁ ବୁଢ଼ା ସମସ୍ତେ ଜାଣନ୍ତି l କିନ୍ତୁ ଏହାର ଔଷଧୀୟ ଗୁଣଗୁଡ଼ିକ ବିଷୟରେ କେତେଜଣଙ୍କୁ ଜଣାଅଛି ? ତେଣୁ କରି ଏହି ବିଷୟରେ କିଛି ଜାଣିବା ଜରୁରୀ ଅଟେ l

ପାନ ପତ୍ରର ପାରମ୍ପରିକ ଗୁରୁତ୍ୱ

ପାନ ପତ୍ରର ପ୍ରଚଳନ ବିଷୟରେ ହିନ୍ଦୁ ଧର୍ମର ପୁରାଣ ଗ୍ରନ୍ଥରେ ସ୍ପଷ୍ଟ ରୂପେ ଉଲ୍ଲେଖ ରହିଛି l ଓଡ଼ିଶାର ଅଧିକାଂଶ ମାଙ୍ଗଳିକ କାର୍ଯ୍ୟକ୍ରମଗୁଡ଼ିକରେ ପାନ ପତ୍ର ଏକ ଉଲ୍ଲେଖନୀୟ ସାମଗ୍ରୀ ଅଟେ l ଯେମିତିକି ପାଲା, ବିବାହ ଇତ୍ୟାଦି l

ଓଡ଼ିଶାର ଲୋକମାନଙ୍କର ପାନ ପତ୍ର ସହିତ ଗୁଆ ଏବଂ ଚୂନ ଖାଇବାର ଅଭ୍ୟାସ ବହୁତ ପୁରୁଣା ଅଟେ l ସଂକ୍ଷିପ୍ତରେ କହିଲେ ଭାରତର ସଂସ୍କୃତି ସହିତ ପାନ ପତ୍ର ବହୁଳ ମାତ୍ରାରେ ଜଡ଼ିତ ଅଟେ l

ପାନ ପତ୍ରର ଔଷଧୀୟ ଗୁଣଗୁଡ଼ିକ

ପରମ୍ପରା ସହିତ ପାନ ପତ୍ରର ଯେପରି ପ୍ରାଧାନ୍ୟ ରହିଛି ଠିକ ସେହିପରି ଭାବରେ ପାନ ପତ୍ରର ଔଷଧୀୟ ଗୁଣଗୁଡ଼ିକ ମଧ୍ୟ ରହିଛି l ଅନେକ ଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟା ନିମନ୍ତେ ପାନ ପତ୍ରକୁ ଔଷଧ ଭାବରେ ବ୍ୟବହାର କରାଯାଏ l 

ପାନ ପାତ୍ରରେ ପ୍ରଚୁର ପରିମାଣରେ କ୍ୟାଲସିୟମ ଥାଏ l ଏହି ପାତ୍ରରେ ଅଧିକ ପରିମାଣରେ ଥାୟାମିନ, ନିଆସୀନ, ଏବଂ କାରୋଟିନ ରହିଥାଏ l ଆୟୁର୍ବେଦରେ ପାନ ପତ୍ରକୁ ପୀଡ଼ାହାରୀ ଭାବରେ ବ୍ୟବହାର କରାଯାଏ l କୌଣସି କ୍ଷତ ଉପରେ ଏହାକୁ ବ୍ୟାଣ୍ଡେଜ୍ ଭଳି ଲଗାଇ ଦେଲେ କ୍ଷତ ଖୁବ ଶୀଘ୍ର ଭଲ ହୋଇଯାଏ l ପାନ ପତ୍ରର ରସ ପିଇବା ଦ୍ୱାରା ଶରୀରର ଆଭ୍ୟନ୍ତରୀଣ ଯନ୍ତ୍ରଣାରୁ ଉପଶମ ମିଳେ l

ପାନ ପତ୍ରରେ ଯଥେଷ୍ଟ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ରହିଥାଏ l ପାକସ୍ଥଳୀର ସମସ୍ୟାଗୁଡ଼ିକ ଦୂରକରିବାରେ ମଧ୍ୟ ପାନପାତ୍ର ସହାୟକ ହୁଏ l କୋଷ୍ଠ କାଠିନ୍ୟରୁ ଉପଶମ ପାଇବା ନିମନ୍ତେ ପାନପତ୍ରର ରସ ପିଇବା ଉଚିତ l ହଜମ କ୍ରିୟାକୁ ସୁବ୍ୟବସ୍ଥିତ କରିବା ପାଇଁ ଖାଦ୍ୟ ଖାଇ ସାରିବା ପରେ ପାନ ପତ୍ର ଚୋବାଇକୁ କୁହାଯାଏ l ଔଷଧୀୟ ଗୁଣ ଭରି ରହିଥିବା ଏହି ପତ୍ର ଶରୀରର ମେଟାବୋଲିକ୍ କାର୍ଯ୍ୟଗୁଡ଼ିକୁ ନିୟନ୍ତ୍ରଣ କରେ l ଏସିଡିଟି ଦୂର କରିବା ନିମନ୍ତେ ମଧ୍ୟ ପାନ ପତ୍ରକୁ ବ୍ୟବହାର କରାଯାଏ l

କ୍ଷୁଧା ବୃଦ୍ଧି କରିବା ନିମନ୍ତେ ପାନ ପତ୍ରକୁ ଚୋବାଇବା ଲାଭଦାୟକ ଅଟେ l ପାଟିର ଦୁର୍ଗନ୍ଧ ଦୂର କରିବାରେ ମଧ୍ୟ ପାନ ପତ୍ର ଚୋବାଇବା ଫଳପ୍ରଦ ଅଟେ l କାଶ, ଧଇଁସଇଁ, ଏବଂ ସର୍ଦ୍ଦିର ଉପଶମ ନିମନ୍ତେ ପାନ ପତ୍ରକୁ ବ୍ୟବହାର କରାଯାଏ l ବ୍ରୋଙ୍କାଇଟିସର ଉପଶମ ନିମନ୍ତେ ରୋଗୀଙ୍କୁ ପାନ ପତ୍ରକୁ ଗରମ ପାଣିରେ ସିଝାଇ ଦେବା ଉଚିତ l

ପାନ ପତ୍ରର ଉପାଦେୟତା ସମ୍ପର୍କରେ ବହୁତ କଥା ରହିଛି l ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକର ଏହା ସମାଧାନ ଅଟେ କହିଲେ ଅତ୍ୟୁକ୍ତି ହେବ ନାହିଁ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments