1. ଉଦ୍ୟାନ କୃଷି

କରନ୍ତୁ ଏହି ବିଶିଷ୍ଟ ଫସଲ ର ଚାଷ ଯାହାଦ୍ୱାରା କରିପାରିବେ ଲକ୍ଷାଧିକ ଧନ ର ଉପାର୍ଜନ ..

ଚାଷୀ ମାନେ ଭାରତ ରେ ବିଶେଷ କରି ଏକ ପ୍ରକାର ଫସଲ ର ଚାଷ କରିଥାନ୍ତି ଯାହାଦ୍ୱାରା ଅଧିକ ଅମଳ ବା ଅଧିକ ଧନ ଉପାର୍ଜନ ହୋଇପାରେ ନାହିଁ |ସେହିପରି ଓଡିଶା ରେ ମଧ୍ୟ ଧାନ ଚାଷ ଉପରେ ବେଶ ଅଧିକ ଗୁରୁତ୍ୱ ଦିଆଯାଇଥାଏ କିନ୍ତୁ କେତେକ ଫସଲ ଯଥା କେଶର ,କଫି , କୋକା ଇତ୍ୟାଦି ଆପଣଙ୍କୁ ବେଶ ଲାଭବାନ କରିପାରିବେ | ଏହି ପରି ଏକ ଫସଲ ହେଉଛି ଭ୍ୟାନିଲା |ଏହାକୁ ଆପଣ ବିଭିନ୍ନ ଖାଦ୍ୟ ଯଥା ଆଇସ କ୍ରିମ ,ବିସ୍କୁଟ ,କେକ,ଇତ୍ୟାଦି ରେ ନିଶ୍ଚିନ୍ତ ଦେଖିବାକୁ ପାଉଥିବେ |ଏହା ଖାଦ୍ୟ ର ସ୍ୱାଦ ଏବଂ ବାସ୍ନା ବୃଦ୍ଧି ରେ ବିଶେଷ ଉପଯୋଗୀ ହୋଇଥାଏ |

KJ Staff
KJ Staff

ଚାଷୀ ମାନେ ଭାରତ ରେ ବିଶେଷ କରି ଏକ ପ୍ରକାର ଫସଲ ର ଚାଷ କରିଥାନ୍ତି ଯାହାଦ୍ୱାରା  ଅଧିକ  ଅମଳ ବା ଅଧିକ  ଧନ ଉପାର୍ଜନ ହୋଇପାରେ ନାହିଁ |ସେହିପରି ଓଡିଶା ରେ ମଧ୍ୟ ଧାନ ଚାଷ ଉପରେ ବେଶ ଅଧିକ ଗୁରୁତ୍ୱ ଦିଆଯାଇଥାଏ କିନ୍ତୁ କେତେକ ଫସଲ ଯଥା  କେଶର ,କଫି , କୋକା ଇତ୍ୟାଦି ଆପଣଙ୍କୁ ବେଶ ଲାଭବାନ କରିପାରିବେ |

ଏହି ପରି ଏକ ଫସଲ ହେଉଛି ଭ୍ୟାନିଲା  |ଏହାକୁ ଆପଣ ବିଭିନ୍ନ  ଖାଦ୍ୟ ଯଥା ଆଇସ କ୍ରିମ ,ବିସ୍କୁଟ ,କେକ,ଇତ୍ୟାଦି ରେ ନିଶ୍ଚିନ୍ତ ଦେଖିବାକୁ ପାଉଥିବେ |ଏହା ଖାଦ୍ୟ ର ସ୍ୱାଦ ଏବଂ ବାସ୍ନା ବୃଦ୍ଧି ରେ ବିଶେଷ ଉପଯୋଗୀ ହୋଇଥାଏ |

ଏହାର  ଚାଷ କରି କେରଳ ର ଚାଷୀ ମାନେ ବିଶେଷ ଭାବେ ଉପକୃତ  ହୋଇଛନ୍ତି  |ଅନ୍ୟାନ୍ୟ  କ୍ୟାସ କ୍ରପ୍  ର ଦର ହ୍ରାସ ପାଇଲେ ମଧ୍ୟ ଭ୍ୟାନିଲା ର ବଜାରରେ ସବୁବେଳେ ଚାହିଦା ସ୍ୱାଭାବିକ ରହିବ |କେରଳ ର ଇଡୁକି  ଜିଲ୍ଲା ର ଜଣେ ଅଗ୍ରଣୀ  ଚାଷୀ ଜୋସେପ ସେବାସଟିଆନ  କହିଛନ୍ତି ଯେ ଏହାର ଉପାଦେୟତା ଦେଖି ଇଣ୍ଡୋନେସିଆ ଉଗାଣ୍ଡା ପରି ଅନ୍ୟାନ୍ୟ ଦେଶରେ ମଧ୍ୟ ଚାଷୀ ମାନେ ଏହାର ଚାଷ ଆରମ୍ଭ କରିସାରିଲେଣି |

 

ଭାରତ ରେ ମଧ୍ୟ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଭ୍ୟାନିଲା ଚାଷ ରେ ଶତକଡା ୧୦ ଭାଗ ବୃଦ୍ଧି ହୋଇଛି |ଭ୍ୟାନିଲା ର ସବୁଠାରୁ ଉତ୍ତମ କିସମ ବିଶ୍ୱ ବଜାରରେ ୪୭୫  ଦଳର ରୁ ୪୯୦ ଦଳର ପର୍ଯ୍ୟନ୍ତ ଦର ଧାର୍ଯ୍ୟ କରିଛି | ଭାରତ ରେ ଏହାର ଦର ୪୦୦୦  ରୁ ୪୫୦୦   ପ୍ରତି କି.ଗ୍ରା  ମୂଲ୍ୟ ରେ ବିକ୍ରି ହେଉଥିଲା ବେଳେ ଏହା କେରଳ ର ଚାଷୀ ମାନଙ୍କୁ ଏକର ପ୍ରତି ୨୦ ଲକ୍ଷ ର ଲାଭ ଦେଇଛି ବୋଲି ମତ ଦେଇଛନ୍ତି ଏକ୍ସଓଭାନ ଏବଂ ଭାରତୀୟ ଭ୍ୟାନିଲା ଚାଷ ର ପ୍ରକଳ୍ପ  ର ଜଣେ ଅଧ୍ୟକ୍ଷ  ଆର ମହେନ୍ଦ୍ରନ |

ଭ୍ୟାନିଲା ଚାଷ ରେ ଫୁଲ ର ପରାଗ ସଙ୍ଗମ ଚାଷୀ କୁ ସ୍ୱୟଂ କରିବାକୁ ପଢ଼ିଥାଏ ତେଣୁ ବହୁଳ ମାତ୍ରା ରେ ଏହାର ଚାଷ ଲାଗି ଅଧିକ ଶ୍ରମିକ ଙ୍କର ଆବଶ୍ୟକତା ରହିଥାଏ ଯାହାର  ଅଭାବ  ହେତୁ  ମଧ୍ୟ ବହୁ  ଚାଷୀ ଭ୍ୟାନିଲା ଚାଷ କରିବାକୁ ଆଗ୍ରହ  ଦେଖାଇଥାନ୍ତି ନାହିଁ |

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments