1. ଉଦ୍ୟାନ କୃଷି

ଭେଣ୍ଡି ରେ ସାହେବି ରୋଗ !

ଭେଣ୍ଡି ରେ ସାହେବି ରୋଗ !

KJ Staff
KJ Staff

ଭେଣ୍ଡି ଏକ ପୃଷ୍ଟିକର ପରିବା।ଏହାର ଚାଷ ଲାଭଦାୟକ ମଧ୍ୟ।ତେବେ ବିଶେଷ କରି ଏଥିରେ ରୋଗ ପୋକ ଅଧିକ ଲାଗିବାରୁ ଏଥିରେ ଅମଳ କମ୍ ଆସିଥାଏ ।ତେଣୁ ଏହାର ବିଭିନ୍ନ ରୋଗ ମଧ୍ୟରୁ ସାହେବୀ ରୋଗ ଭେଣ୍ଡି ର ଏକ ମାରାତ୍ମକ ଭୁତାଣୁ ଜନିତ ରୋଗ ।ଏହି ରୋଗରେ ର ପ୍ରତିକାର ଲାଗି ଆଗକୁ ପଢନ୍ତୁ ।

ଲକ୍ଷଣ -

-ଭେଣ୍ଡି ର ପତ୍ର ହଳଦିଆ ପଡ଼ିଯାଏ । ଶିରା ଓ ପ୍ରସିରା ହଳଦିଆ ପଡ଼ିଯାଏ
-ପତ୍ରରୁ ସବୁଜ ଅଂଶ କମି ଯାଏ ।ଫଳରେ ଉତ୍ପାଦନ ମଧ୍ୟ କମ୍ ହୁଏ।
-ପତ୍ର ଉପରେ ଛାପ ଛାପ ହୋଇ ହଳଦିଆ ଦାଗ ଦେଖାଯାଇଥାଏ
-ରୋଗ ର ପାଦ୍ରୁଭାବ ବୃଦ୍ଧି ହେଲେ ଫଳ ଗୁଡ଼ିକ ମଧ୍ୟ ହଳଦିଆ ପଡ଼ିଯାଏ ଓ ତାହାର ବଜାର ଚାହିଦା କମି ଯାଏ।

 

ସମନ୍ଵିତ ନିରାକରଣ !
-ପର୍ବାଣୀ କ୍ରାନ୍ତି,ଉତ୍କଳ ଗୌରବ , ଅର୍କ ଅନାମିକା ପରି ରୋଗ ପ୍ରତିରୋଧକ ଶକ୍ତି ଥିବା କିସମ ର ବ୍ୟବହାର କରନ୍ତୁ ।
-ଔଷଧ ପକାଇବା ପୂର୍ବରୁ ସବୁ ଫଳ ତୋଲିଦେବା ଉଚିତ୍ ।
-ଔଷଧ ଗଛ କିମ୍ବା ପତ୍ରକୁ ଜମିରୁ ସମ୍ପୂର୍ଣ୍ଣ ଭାବେ ଉପଡି ଫୋପାଡି ଦିଅନ୍ତୁ ।
-ଧଳା ମାଛିଙ୍କୁ ନିୟନ୍ତ୍ରଣ କରିବା ଲାଗି ଇମିଡାକ୍ଲୋପ୍ରିଡ ୩ ଗ୍ରାମ ୧୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments